
ଭୁବନେଶ୍ୱର, ୨୯ ଅକ୍ଟୋବର (ହି.ସ) - କଳାହାଣ୍ଡିରେ
ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ
। ଏନେଇ ଏକ୍ସ ହ୍ୟାଣ୍ଡେଲରେ ଜାରି ଏକ ବାର୍ତ୍ତାରେ ମନ୍ତ୍ରୀ କହିଛନ୍ତି ଯେ, କଳାହାଣ୍ଡି ଠାରେ
ଜିଲ୍ଲାର କାର୍ଯ୍ୟକର୍ତ୍ତାମାନଙ୍କ ସହ ସଂଗଠନର ସୁଦୃଢ଼ୀକରଣ ଓ ଆଗାମୀ କାର୍ଯ୍ୟପନ୍ଥାକୁ ନେଇ
ବିସ୍ତୃତ ଆଲୋଚନା କରିଛି। ଏହି ଅବସରରେ
ଧର୍ମଗଡ଼ର ମାନ୍ୟବର ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ,
ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ଙ୍କ ସମେତ
ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା