
ଭୁବନେଶ୍ୱର, 29 ଅକ୍ଟୋବର (ହି.ସ.)- ଚଳିତ ବର୍ଷ
ଛାତ୍ର ସଂସଦ ନିର୍ବାଚନରେ ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ନବନିର୍ବାଚିତ ଛାତ୍ର ସଂସଦ ସଭାପତି ସୁଶ୍ରୀ ଆରୀୟା ନାୟକ
ଏବଂ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ, ବେଲଖଣ୍ଡିର ନବନିର୍ବାଚିତ ସଭାପତି ଶ୍ରୀ ରୋହିତ ଭୋଇଙ୍କ ସମେତ ଅନ୍ୟ ନିର୍ବାଚିତ
ପ୍ରତିନିଧିମାନଙ୍କୁ ଧର୍ମଗଡ଼ର ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କ ଉପସ୍ଥିତିରେ ଭେଟି
ଶୁଭେଚ୍ଛା ଜଣାଇବା ସହ ଶିକ୍ଷାର ଗୁଣାତ୍ମକ ବିକାଶ ଓ ଶିକ୍ଷାନୁଷ୍ଠାନଗୁଡ଼ିକର ଉନ୍ନତି
ସମ୍ପର୍କରେ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। ଏହି ଅବସରରେ ସେ କଳାହାଣ୍ଡି
ଜିଲ୍ଲାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଉଲ୍ଲେଖନୀୟ ବିଜୟ ପାଇଁ ସମସ୍ତ ବିଜୟୀ ପ୍ରାର୍ଥୀ ଓ ପରିଷଦର ସମସ୍ତ
କାର୍ଯ୍ୟକର୍ତ୍ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା