
ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ୨୪ ତମ ପିଏମ୍
କିଷାନ କିସ୍ତି ଟଙ୍କା ବଣ୍ଟନ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର
ବନାସକାଣ୍ଠାରୁ ଆଭାସୀ ମାଧ୍ୟମରେ ଦେଶବ୍ୟାପୀ 'ପିଏମ୍-କିଷାନ' ଯୋଜନାର ୨୪ତମ କିସ୍ତି ପ୍ରଦାନର ଶୁଭାରମ୍ଭ କରିଛନ୍ତି।
ଏହି ପରିପ୍ରେକ୍ଷୀରେ, ଭୁବନେଶ୍ୱରସ୍ଥିତ ରାଜ୍ୟସ୍ତରୀୟ 'ପିଏମ୍ କିଷାନ ଉତ୍ସବ'ରେ ଯୋଗଦେଇ ଉପସ୍ଥିତ ଚାଷୀ ଭାଇ ଓ ଭଉଣୀମାନଙ୍କୁ ସମ୍ବୋଧିତ କରିଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଓଡ଼ିଶାର ୩୫ ଲକ୍ଷ ୩୮ ହଜାରରୁ ଊର୍ଦ୍ଧ୍ୱ ଯୋଗ୍ୟ ଚାଷୀ
ପରିବାରଙ୍କ ବ୍ୟାଙ୍କ ଖାତାକୁ ଡିବିଟିଜରିଆରେ ସିଧାସଳଖ
ସହାୟତା ରାଶି ହସ୍ତାନ୍ତର ହୋଇଛି।
ଏହି ଅବସରରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ପାଇଁ କୃଷକ କେବଳ ଚାଷୀ ନୁହନ୍ତି, ସେମାନେ ଆମର 'ଅନ୍ନଦାତା'। କେନ୍ଦ୍ରର ପିଏମ୍-କିଷାନ ସହିତ ରାଜ୍ୟର ସିଏମ୍-କିଷାନ, କ୍ୱିଣ୍ଟାଲ ପିଛା ୩,୧୦୦ ଦରରେ ଧାନ କ୍ରୟ, ସୁଭଦ୍ରା ଯୋଜନା, 'କୃଷି ବିଦ୍ୟାନିଧି' ଛାତ୍ରବୃତ୍ତି ଏବଂ ‘ପି.ଏମ୍. ଧନ-ଧାନ୍ୟ କୃଷି ଯୋଜନା’ ଆଜି ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିପାରିଛି। ଏଥିସହ ରାଜ୍ୟର
ସମସ୍ତ ୩୦ଟି ଜିଲ୍ଲାରେ ପୁଷ୍ଟିଶସ୍ୟର ପୁନରୁଦ୍ଧାର ପାଇଁ ଆମର ପ୍ରୟାସ ନିରନ୍ତର ଜାରି ରହିଛି।
ସାମ୍ପ୍ରତିକ ପ୍ରାକୃତିକ
ବିପର୍ଯ୍ୟୟରେ ଗଞ୍ଜାମ, ଗଜପତି ସମେତ ବିଭିନ୍ନ ଜିଲ୍ଲାରେ ଫସଲ ହରାଇଥିବା ଚାଷୀ ଭାଇଭଉଣୀଙ୍କ ସହ ଆମ ସରକାର
ସମ୍ବେଦନଶୀଳତାର ସହ ଛିଡ଼ା ହୋଇଛି; କ୍ଷୟକ୍ଷତି ଆକଳନ ଭିତ୍ତିରେ ପ୍ରତ୍ୟେକ ପ୍ରଭାବିତ ପରିବାରକୁ
ଯଥାଶୀଘ୍ର ନିୟମାନୁଯାୟୀ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା