ଦୀପାବଳି ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପରିବେଶ-ଉପଯୋଗୀ ସ୍ୱଦେଶୀ ମାଟିଦୀପ
Eco-friendly Indigenous Clay Lamps Made by Women’s Self-Help Groups for Diwali.
ଦୀପାବଳି ପାଇଁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ପରିବେଶ-


ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଆତ୍ମନିର୍ଭର କରିବା ଓ ସ୍ଥାନୀୟ କଳାକୃତି ପ୍ରୋତ୍ସାହନ ଲକ୍ଷ୍ୟ

ଝାରସୁଗୁଡ଼ା, ୩୦ ଅକ୍ଟୋବର (ହି.ସ.)- ଆସନ୍ତା ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ଝାରସୁଗୁଡ଼ା ଜିଲ୍ଲା କିରମିରା ବ୍ଲକ୍ ଅନ୍ତର୍ଗତ ନକ୍ସାପାଲି ଗ୍ରାମର ମା' ରନେôଶ୍ୱରୀ ଟେରାକୋଟା ପ୍ରଡ୍ୟୁସର ଗ୍ରୁପ୍ ଦ୍ୱାରା ନିର୍ମିତ ସୁନ୍ଦର ତଥା ରଙ୍ଗବେରଙ୍ଗର ହାତତିଆରି ମାଟିଦୀପ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କୁ ପ୍ରଦର୍ଶନ କରାଯାଇଛି। ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଡ. ପୁଷ୍ପଶ୍ରୀ ନାଏକ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଆକର୍ଷଣୀୟ ଦୀପର ନମୁନା ପ୍ରଦାନ କରିଥିଲେ। ମହିଳାମାନଙ୍କ ଏହି କଳାକୃତି ଓ ଉଦ୍ୟମକୁ ଜିଲ୍ଲାପାଳ ଉଚ୍ଚ ପ୍ରଶଂସା କରିଥିଲେ। ଓଡ଼ିଶା ଜୀବିକା ମିଶନ, ଝାରସୁଗୁଡ଼ା ଏବଂ 'ଫାଷ୍ଟ ସୂତ୍ର ଫାଉଣ୍ଡେସନର ମିଳିତ ସହଯୋଗରେ ପ୍ରଡ୍ୟୁସର ଗ୍ରୁପ୍ର ସଦସ୍ୟାମାନଙ୍କୁ ଆକର୍ଷଣୀୟ ରଙ୍ଗ ଓ ଡିଜାଇନ୍ ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି। ଏହି ଦୀପଗୁଡ଼ିକୁ ସହଜରେ ଲୋକଙ୍କ ନିକଟରେ ପହଂଚାଇବା ତଥା ବିକ୍ରୟ ବୃଦ୍ଧି ପାଇଁ ଆସନ୍ତା ନଭେମ୍ବର ୪ ତାରିଖ, ୨୦୨୬ରୁ ପ୍ରଡ୍ୟୁସର ଗ୍ରୁପ୍ ଓ ଏସ୍ଏଚ୍ଜି ମହିଳାମାନଙ୍କୁ ସ୍ୱତନ୍ତ୍ର ଷ୍ଟଲ୍ ଯୋଗାଇ ଦିଆଯିବ। ଏହାଦ୍ୱାରା ସ୍ଥାନୀୟ ମହିଳା କାରିଗରମାନେ ଆର୍ôଥକ ଭାବେ ଲାଭବାନ ହୋଇପାରିବେ। ଏହି ସୁନ୍ଦର ମାଟିଦୀପ କ୍ରୟ କରିବା ପାଇଁ ଇଚ୍ଛୁକ ବ୍ୟକ୍ତିବିଶେଷ ମା' ରନେôଶ୍ୱରୀ ଟେରାକୋଟା ପିଜି ସଦସ୍ୟା ଶସ୍ମିତା ରଣା (ମୋବାଇଲ୍: ୬୩୭୧୪୪୨୩୪୨) ଙ୍କ ସହିତ ଯୋଗାଯୋଗ କରିପାରିବେ। ସ୍ଥାନୀୟ କାରିଗରମାନଙ୍କୁ ପ୍ରୋତ୍ସାହିତ କରିବା ସହ ଦେଶୀୟ ଦୀପରେ ନିଜ ଘରକୁ ଆଲୋକିତ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।

-----------------

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande