ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କ ର ଗେଟ୍
ସୁବର୍ଣ୍ଣପୁର, ୩୦ ଅକ୍ଟୋବର (ହି.ସ.) ଏକ ପାଉଁଶ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ହେବାରୁ ଏକ ବଡ ଅଘଟଣ ଟଳି ଯାଇଛି । ଝାରସୁଗୁଡା ଅଂଚଳର ବିଭିନ୍ନ କଳାକାରଖାନାରୁ ନିର୍ଗତ ପାଉଁଶ ବାହାରୁଛି । ଉକ୍ତ ପାଉଁଶକୁ ସୋନପୁର ଜିଲ୍ଲା କେନ୍ଦପାଲି ନିକଟସୁ ବିଭିନ୍ନ ପଥର ଖାଦାନ ଗୁଡିକର ଖାଲରେ ପକାଇବାକୁ ବଡ ବଡ
ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍


ସୁବର୍ଣ୍ଣପୁର, ୩୦ ଅକ୍ଟୋବର (ହି.ସ.) ଏକ ପାଉଁଶ ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ହେବାରୁ ଏକ ବଡ ଅଘଟଣ ଟଳି ଯାଇଛି । ଝାରସୁଗୁଡା ଅଂଚଳର ବିଭିନ୍ନ କଳାକାରଖାନାରୁ ନିର୍ଗତ ପାଉଁଶ ବାହାରୁଛି । ଉକ୍ତ ପାଉଁଶକୁ ସୋନପୁର ଜିଲ୍ଲା କେନ୍ଦପାଲି ନିକଟସୁ ବିଭିନ୍ନ ପଥର ଖାଦାନ ଗୁଡିକର ଖାଲରେ ପକାଇବାକୁ ବଡ ବଡ ଟ୍ରକ, ହାଇୱା ଗୁଡିକରେ ପ୍ରତ୍ୟେହ ଅଣାଯାଉଛି । ଏଥ୍ ଯୋଗୁଁ ଅନେକ ସମୟରେ ଏହି ଗାଡି ଗୁଡିକ ଦୂର୍ଘଟଣା ଘଟାଇବାର ଅନେକ ନଜିର ରହିଛି । ଏଫସିଆଇ ଛକ ନିକଟରେ ଗତ ମାସ ଦୁର୍ଘଟଣା ଯୋଗୁଁ ଜଣେ ଯୁବକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଏହାର ଗୋଟିଏ ସପ୍ତାହ ପରେ ସେହି ସ୍ଥାନରେ ପୁଣିଏକ ଯୁବ ଶ୍ରମିକ ଉପରକୁ ଗାଡି ଚଢି ଯିବାରୁ ମୃତ୍ୟୁ ହୋଇଥିଲା । ସେହିପରି ଏଫସିଆଇ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଥିବା ବେଳେ ବୈଦୁପାଲି ଛକ ପାଖରେ, ଚେରୁପାଲି ଏକ ହୋଟେଲ ନିକଟରେ ଦୁର୍ଘଟଣା ଯୋଗୁଁ ସେହି ଜମିର ଫସଲ ନଷ୍ଟ ହୋଇଥୁଲା । ଗତ କାଲି ରାତିରେ ପାଉଁଶ ବୋଝେଇ ଗାଡି ଝାରସୁଗୁଡାରୁ କେନ୍ଦପାଲିକୁ ଯାଉଥିବା ବେଳେ ଚାଳକକୁ ନିଦ ମାଡି ଆସିଥୁଲା । ଫଳରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାର ଡାହାଣକୁ ମାଡି ଯାଇଥିଲା । ଫଳରେ ଏକ ଦୋକାନକୁ ଲାଗି ଷ୍ଟେଟ୍ ବ୍ୟାଙ୍କର ପାଚେରୀ ଭାଙ୍ଗି ଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏକ ଲୁହାର ବିଦ୍ୟୁତ ଖୁଂଟ କୁ ଉପାଡି ଘୋଷାଡି ନେଇଥିଲା । ଏଥୁରୁ ଅନୁମାନ କରାଯାଏ ଯେ ଗାଡିଟି କେତେ ଦୃତ ଗତିରେ ଯାଉଥିଲା । ରାତି ସମୟ ହୋଇଥୁବାରୁ ସହର ଏବଂ ବ୍ୟାଙ୍କ ଖାଲି ରହିଥିଲା । ଫଳରେ ଅନେକ ଧନ ଜୀବନ ବଂଚି ଯାଇଥିଲା ।

------------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande