ଭଣ୍ଡାରିପୋଖରୀ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି
ଭଦ୍ରକ, ୩୦ ଅକ୍ଟୋବର (ହି.ସ.) - ସ୍ଥାନୀୟ ବିଷ୍ଣୁପୁର ପଂଚାୟତ ସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଠାରେ ଭଣ୍ଡାରିପୋଖରୀ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ବ୍ଲକର ୧୭ଗୋଟି ସାଧନ କେନ୍ଦ୍ରରୁ କ୍ଳଷ୍ଟର ସ୍ତରୀୟ ପ୍ରତିଯୋଗିତା ରେ ବିଭନ୍ନ ବିଭାଗରେ ପ୍ରଥମ ହୋଇଥିବା ୫୪୦ଜଣ ଛାତ୍ର
BHANDARIPOKHARI BLOCK SURAVI


ଭଦ୍ରକ, ୩୦ ଅକ୍ଟୋବର (ହି.ସ.) - ସ୍ଥାନୀୟ ବିଷ୍ଣୁପୁର ପଂଚାୟତ ସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଠାରେ ଭଣ୍ଡାରିପୋଖରୀ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ବ୍ଲକର ୧୭ଗୋଟି ସାଧନ କେନ୍ଦ୍ରରୁ କ୍ଳଷ୍ଟର ସ୍ତରୀୟ ପ୍ରତିଯୋଗିତା ରେ ବିଭନ୍ନ ବିଭାଗରେ ପ୍ରଥମ ହୋଇଥିବା ୫୪୦ଜଣ ଛାତ୍ର ଛାତ୍ରୀ ଆଜିର ଏହି ପ୍ରତିଯୋଗିତାରେ ସକାଳ ୮ଘଟିକା ଠାରୁ ପଞ୍ଜିକରଣ କରି ଜିଲ୍ଲାସ୍ତରକୁ ଯିବାପାଇଁ ପ୍ରତିଯୋଗୀତରେ ଭାଗନେଇଥିଲେ । ସକାଳ ୧୧ ଘଟିକା ସମୟରେ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟକୁମାର ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ଭଣ୍ଡାରୀ ପୋଖରୀ ଗୋଷ୍ଠୀ ଶିକ୍ଷାଧିକାରୀ ଅଭିଜିତ ବାରିକ ଙ୍କ ସଭାପତିତ୍ୱ କରିଥବାବେଳେ ବିଧାୟକ ସଂଜୀବ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନେ ମୋବାଇଲ ଓ ଚ୍ୟାଟ ଯି ଟି ପି ଦୁନିଆଁରୁ ପୁସ୍ତକ ପଠନ ପ୍ରତି ଅଧିକ କିପରି ଆଗ୍ରହ ପ୍ରକାଶ କରିବେ ଓ ଏଥିପାଇଁ ସୁରଭି ଭଳି କାର୍ଯ୍ୟକ୍ରମ ତାଙ୍କୁ ସହାୟକ ହେବ ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥିଭାବେ ବ୍ଲକ ଅଧକ୍ଷା ସୁମତୀ ସେଠୀ, ବି ଆର. ସି ମଞ୍ଜୁଳାରାଣୀ ନାୟକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମନୋଜ କୁମାର ଜେନା, ସୁନାକର ଧଳ, ବିଷ୍ଣୁପୁର ଗ୍ରାମ ପଂଚାୟତ ସରପଂଚ ଅମୁଲ୍ୟ କୁମାର ନାୟକ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବଦତ ଦାଶ ସମୃଦ୍ଧ ଭାଷାଓ ସମୃଦ୍ଧ ଓଡିଶା ଗଢିବାପାଇଁ ସରକାରଙ୍କର ଏହା ଏକ ଅଭିନବ ପ୍ରୟାସ ଓ ଏହାର ସୁଯୋଗ ସମସ୍ତ ଛାତ୍ର ଛାତ୍ରୀ ନେବାଦରକାର ବୋଲି ମତ ରଖିଥିଲେ । ସେହିପରି ଜିଲ୍ଲା ପରିଷଦ ସଭ୍ୟ ଲଷ୍ମୀଧର ସାହୁ ସମିତିସଭ୍ୟ ଙ୍କ ପ୍ରତିନିଧି ଭାବେ ଦୀପକ ପାଣିଗ୍ରାହୀ ଯୋଗଦେଇ ଥିଲେ। ଆଜିର ଆୟୋଜିତ ପ୍ରତିଯୋଗିତାରେ ତର୍କରେ ଭୋଳାଶଙ୍କର ପଣ୍ଡା ପ୍ରବନ୍ଧ ରେ, ସୁଶ୍ରିଲେଖା ନନ୍ଦ ସୃଜନାତ୍ମକ ଲିଖନରେ, ପ୍ରିୟଦର୍ଶିନୀ ମହାପାତ୍ର କୁଇଜ ରେ, ଓମପ୍ରକାଶ ରାଉତ ସଂଗୀତ ରେପୁଷ୍ପାଞ୍ଜଳି ସାହୁ ଚିତ୍ର ଓ ଶିଳ୍ପକଳାରେ ମାମୁନି ରାଉତ । ସେହିପରି ସସ୍ମିତା ସାମଲ ଓ ତାଙ୍କ ସାଥି ସମୃଦ୍ଧ ଭାଷା ଓ ସମୃଦ୍ଧ ଓଡିଶା ନୃତ୍ୟଭଳି ୪୦ଜଣ ଛାତ୍ର ଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି। ସନ୍ଧ୍ୟାରେ ଉଦଯାପନୀ ଉତ୍ସବରେ ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାର ନିହାର ମଲ୍ଲିକଙ୍କ ସହ ସମସ୍ତ ଅଧିକାରୀ ଉପସ୍ଥିତ ରହି କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଏହିକାର୍ଯ୍ୟକ୍ରମ ଆୟୋଜନରେ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ର ଜିତେନ୍ଦ୍ର ନାୟକ, ପ୍ରଶାନ୍ତ ଖିଲାର ରାଜେନ୍ଦ୍ର ସାହୁ, ସସ୍ମିତା ସାମନ୍ତ, ମଧୁସ୍ମିତା ବିଶ୍ୱାଳ, ବିକଶି ସାହୁ, ପ୍ରିୟଦର୍ଶିନୀ ପଣ୍ଡା, ଲିଜା ଦାଶ, ଦମୟନ୍ତୀ ନାଥ, ବିନୋଦିନୀ ପଢି ନିରାକାର ସାମଲ, ଗୀତ. ରୋଜାଲିନ ମଲ୍ଲିକ ସୁଶ୍ରୀସଂଗୀତା କବାଟ ମଧୁସ୍ମିତା ନାୟକ, ହରେକୃଷ୍ଣ ସେଠୀ, ସୁନିମା ବେହେରା,ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବ୍ଲକର ସମସ୍ତ ବିଦ୍ୟାଳୟ ର ଶିକ୍ଷକ ପ୍ରଧାନ ଶିକ୍ଷକ ସମସ୍ତ ଆଂଚଳିକ ସାଧନ କେନ୍ଦ୍ର ର ସଂଯୋଜକ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରିବାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ


 rajesh pande