ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ ଏସଆଇଆର ଏବଂ କୋଟିଆକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ
ଜୟପୁର, ୩୦ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଏକ ହୋଟେଲ ରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ବିରଂଚି ତ୍ରିପାଠୀ ଯୋଗଦେଇ ଏସଆଇଆର ଏବଂ କୋଟିଆ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ।
ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ ଏସଆଇଆର ଏବଂ କୋଟିଆକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ


ଜୟପୁର, ୩୦ ଅକ୍ଟୋବର (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଏକ ହୋଟେଲ ରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ବିରଂଚି ତ୍ରିପାଠୀ ଯୋଗଦେଇ ଏସଆଇଆର ଏବଂ କୋଟିଆ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ। ଏସଆଇଆରକୁ ନେଇ ବିରୋଧୀ ଦଳ ଅନାବଶ୍ୟକ ଆନ୍ଦୋଳନ କରୁଥିବା ନେଇ ନିନ୍ଦା କରିଛି ରାଜ୍ୟ ବିଜେପି। ଦୀର୍ଘ ଦିନ ଧରି କୋରାପୁଟର ସୀମାନ୍ତ କୋଟିଆ ଅଂଚଳକୁ ଆନ୍ଧ୍ରର ଲୋଲୁପ ଦୃଷ୍ଟି ନେଇ ଘେରୁଛି ବିବାଦ। ଦୀର୍ଘ ବର୍ଷ ଧରି କୋଟିଆ ଉପରେ ଆନ୍ଧ୍ର ନଜର ଥିବା ସହ ପ୍ରଲୋଭନ ଦେଖାଇ ଲୋକଙ୍କୁ ଆକର୍ଷିତ କରୁଛି। ରାଜ୍ୟରେ ବିଜେପି ସରକାର ଗଠନ ହେବା ଦିନଠାରୁ ଏଯାବତ ଲୋକଙ୍କ ନିକଟରେ ମନ୍ତ୍ରୀ ବିଧାୟକ ପହଂଚି ସମସ୍ୟାର ସମାଧାନ ନେଇ ଚେଷ୍ଟା ଜାରି ରଖିଛନ୍ତି। କେବଳ ସେତିକି ନୁହେଁ ସରକାର କୋଟିଆ ବାସୀଙ୍କ ପାଖକୁ ଯାଇ ଆଧାର କାର୍ଡ ଠାରୁ ଆରମ୍ଭ କରି, ଆବାସ, ଭୋଟର ଲିଷ୍ଟ ସଂଶୋଧନ ପର୍ଯ୍ୟନ୍ତ କାର୍ଯ୍ୟ ଗୁଡିକ କରିସାରିଲେଣି। ଏହି ସମସ୍ୟା କୁ ନେଇ ସୁପ୍ରିମ କୋର୍ଟ ରେ ମାମଲା ରହିଛି ଯାହାର ଅତି ଶୀଘ୍ର ସମାଧାନ ହେବ। କୋଟିଆ ଓଡ଼ିଶାର ଥିଲା ଆଉ ଆଗାମୀ ଦିନରେ ଓଡ଼ିଶାର ହିଁ ରହିବ ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସାଧାରଣ ସମ୍ପାଦକ। ଓଡ଼ିଶାରେ ଏସଆଇଆର କାର?୍ୟ୍ୟକ୍ରମ ଚାଲିଥିବା ବେଳେ ବିରୋଧୀ ଏହାକୁ ଏକ ନକାରାତ୍ମକ ଭାବରେ ନେଇ ରାଜନୀତି କରୁଛନ୍ତି।ରାଜ୍ୟରେ ପ୍ରକୃତ ଭୋଟର ଚିହ୍ନଟ କରାଯିବା ସହ କେହି ମଧ୍ୟ ଭୋଟ ଦେବାରୁ ବଂଚିତ ରହିବେନି ବୋଲି କହିଛନ୍ତି।ରାଜ୍ୟରେ ଲଘୁଚାପ ଜନିତ ବନ୍ୟାରେ ହୋଇଥିବା କ୍ଷୟ ଆକଳନ କରି କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ପ୍ରଦାନ କରାଯାଉଛି। ଅସହ୍ୟ ହୋଇ ବିରୋଧୀ ଚିତ୍କାର କରୁଛନ୍ତି। ବିରୋଧୀ ଭୋଟ ଚୋରି କଥା କହିଥିବା ବେଳେ କିଛି ରାଜ୍ୟ ତାମିଲନାଡୁ, କେରଳ, ତେଲେଙ୍ଗାନା, ହିମାଚଳ ପ୍ରଦେଶ, ପଞ୍ଜାବ ଭଳି ରାଜ୍ୟରେ ଅଣ ବିଜେପି ରହିଛି। ସେଠାରେ ଭୋଟ ଚୋରି ହୋଇଛି କି ବୋଲି ସମ୍ମିଳନୀ ରେ ସମ୍ପାଦକ ପ୍ରଶ୍ନ କରିଥିଲେ।

ଗତ ଦୁଇ ଦିନ ତଳେ ଆସିଥିବା ବାତ୍ୟା ଅର୍ଣ୍ଣବ'ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ସମଗ୍ର ମନ୍ତ୍ରୀମଣ୍ଡଳ ଅତ୍ୟନ୍ତ ନିଷ୍ଠା ଓ ସ୍ୱଚ୍ଛତାର ସହ ଦିନରାତି କଂଟ୍ରୋଲ ରୁମରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଥିଲେ। ଏହି ବାତ୍ୟାରେ ଗଞ୍ଜାମ ଏବଂ ଗଜପତି ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଏବଂ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ପ୍ରଭାବିତ ଅଂଚଳରେ ପ୍ରଶାସନ ତୁରନ୍ତ ପହଂଜତ କ୍ଷୟକ୍ଷତି ଆକଳନ, ସମୀକ୍ଷା ଏବଂ ରିଲିଫ୍ ତଥା ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପ୍ରଶଂସନୀୟ ବୋଲି ସେ ପ୍ରକାଶ କରିଛନ୍ତି।

ଏହା ସହିତ ନିର୍ବାଚନ ପ୍ରକ୍ରିୟା ଏବଂ ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ ଉପରେ ମତ ରଖି ସେ କହିଛନ୍ତି ଯେ, ବିଗତ ୧୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ରାଜନୈତିକ ଦଳଗୁଡ଼ିକ ଦ୍ୱାରା ନିୟୋଜିତ ହେଉଥିବା ବୁଥ୍ ଲେଭଲ୍ ଏଜେଂଟ (ବିଏଲ୍ଏ) ମାନଙ୍କ କାର୍ଯ୍ୟରେ କୌଣସି ଅନିୟମିତତା ପ୍ରଶ୍ନ ଉଠିନାହିଁ।

ସେହିପରି କୋଟିଆ ପ୍ରସଙ୍ଗରେ ବିରୋଧୀ କଂଗ୍ରେସକୁ ଟାର୍ଗେଟ୍ କରି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, କୋରାପୁଟର ସାଂସଦ ବର୍ତମାନ ସଂସଦରେ ପ୍ରଶ୍ନ ଉଠାଉଛନ୍ତି, ତାଙ୍କ ସ୍ୱର୍ଗତ ପିତା କଂଗ୍ରେସ ସରକାର ସମୟରେ ମନ୍ତ୍ରୀ ଥିଲେ। ସେହି ସମୟରେ ସେମାନେ ତଥ୍ୟ ରଖିବାରେ କାହିଁକି ବିଫଳ ହୋଇଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। କୋଟିଆ ଓଡ଼ିଶାରେ ଥିଲା, ଓଡ଼ିଶାରେ ଅଛି ଏବଂ ସବୁଦିନ ପାଇଁ ଓଡ଼ିଶାରେ ହିଁ ରହିବ। କୋଟିଆର ସୁରକ୍ଷା ଓ ସ୍ୱାର୍ଥ ରକ୍ଷା ପାଇଁ ବିଜେପି ସମ୍ପୂର୍ଣ୍ଣ ସମର୍ପିତ ଏବଂ ଓଡ଼ିଶାର ମାଟି ରକ୍ଷା ଲାଗି ଦଳ ସର୍ବଦା ଆଗରେ ଠିଆ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୂପୁ ଭତ୍ରା, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭଗବାନ ମୁଦୁଲି, ଜୟପୁର ବିଧାୟକ ପ୍ରାର୍ଥୀ ଗୌତମ ସାନ୍ତ୍ରା, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ହିମାଂଶୁ ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ରଥ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande