କୋଲାବିରା ବ୍ଲକସ୍ତରୀୟ ସୁରଭି ମହୋତ୍ସବ
Block level surabhi programme
କୋଲାବିରା ବ୍ଲକସ୍ତରୀୟ ସୁରଭି ମହୋତ୍ସବ


ଝାରସୁଗୁଡ଼ା, ୩୦ ଅକ୍ଟୋବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକସ୍ତରୀୟ ସୁରଭି ଉତ୍ସବ ଶୁକ୍ରବାର ଓଡିଶା ଆଦର୍ଶ ବିଦ୍ୟାଳୟ ପତ୍ରାପାଲି ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ଭୋଜରାଜ ପଟେଲ ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରବିନ୍ଦ୍ର ମାଝୀ ମୁଖ୍ୟବକ୍ତା, ଜିଲ୍ଲାପରିଷଦ ସଭ୍ୟ ନୃପଲାଲ ପସାୟତ,କିର୍ମିରା ବିଇଓ ଜୟନାରାୟଣ ପଣ୍ଡା, ସମିତି ସଭ୍ୟା ରମ୍ଭା୍ୱତୀ ଭୋଇ, ସେଭେନଷ୍ଟାର କାରଖାନା ଜିଏମ କେଏପି ରାଓ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଶେଷରେ ଆଦର୍ଶ ସ୍କୁଲ ଶିକ୍ଷକ ବିଶ୍ୱଜିତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଉଚ୍ଚମାଧ୍ୟମିକ ୯ ଟି,ବରିଷ୍ଠଙ୍କ ପାଇ ୧୧ ଟି, କନିଷ୍ଠଙ୍କ ପାଇ ୧୦ ଟି ଇଭେଂଟରେ ପ୍ରତିଯୋଗିତା ହୋଇଥିଲା। ସମସ୍ତ ଇଭେଂଟରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ୍ କରାଯାଇଥିଲା। ଏହାସହ ସମସ୍ତ ପ୍ରତିଯୋଗିତାର ପ୍ରଥମ ହୋଇଥିବା ପ୍ରତିଯୋଗୀ ଜିଲ୍ଲାସ୍ତରୀୟ ସୁରଭି ମହୋତ୍ସବ ରେ ଭାଗ ନେବେ । ସାଂସ୍କୃତିକ ପ୍ରତିଯୋଗିତା ରେ କେଜି ବାଳିକା ଉଚ୍ଚ ବିଦ୍ୟାଳୟ ସମାସିଂହା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି ବିଇଓ ପ୍ରକାଶ ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗର୍ତିଆ ମୂଖ୍ୟଅତିଥି ଓ ଅବସରପ୍ରାପ୍ତ ବିଇଓ ଅନିଲ ପଟେଲ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ । ସହକାରୀ ଶ୍ରମ ଅଧିକାରୀ ଦେବାଷିଷ ତରାଇ, ବିଧାୟକ ପ୍ରତିନିଧି ରାଜେଶ କୁମାର ଦାସ, ସାଂସଦ ପ୍ରତିନିଧି ସମରେନ୍ଦ୍ର ରାଏ, ସାମ୍ବାଦିକ ତଥା ସମାଜସେବୀ ସଞ୍ଜୟ କୁମାର ପୂଜାରୀ,କୋଲାବିରା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବିନ୍ଦ୍ର ସାହୁ,ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପଦ୍ମନାଭ ନାଏକ, ଅପାର କାରଖାନାର ଜି ଏମ୍ ଜନ୍ମାଜୟ କୁମାର, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ନିରୋଜ ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଂଚାସୀନ ହୋଇ ନିଜର ବହୁମୂଲ୍ୟ ମତାମତ ପ୍ରଦାନ କରିଥିଲେ। ଶେଷରେ ଆଦର୍ଶ ବିଦ୍ୟାଳୟ ଶିକ୍ଷୟତ୍ରୀ ନିକିତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ଘାଟନୀ ଓ ଉଦଯାପନୀ ଉତ୍ସବରେ ଶିକ୍ଷକ ଅଶୋକ କୁମାର ସାହୁ ଓ ସରୋଜ ଟଣ୍ଡକାର ମଂଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ବିଶ୍ୱଜିତ ଚୈଧୁରୀ,ଲିଙ୍କନ ନାଏକ,ତପନ କରାଲି, ରାଜେନ୍ଦ୍ର ବଟ, ସୁରେଶ ସାହୁ, ନିର୍ମଲ ଚାନ୍ଦ, ସମସ୍ତ ସିଆର୍ ସିସି ପ୍ରମୁଖ ସହଯୋଗ କରିଥିଲେ । ସରୋଜ ଟଣକାର ମଂଚ ପରିଚାଳନା କରିଥିଲେ ଓ ଅଶୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande