ଆଜି ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଆକାଶ ମାର୍ଗରୁ ବନ୍ୟା ପରିସ୍ଥିତି ନିରୀକ୍ଷଣ କରିବେ
ଗଞ୍ଜାମ, ୩୦ ଅକ୍ଟୋବର (ହି.ସ.)- ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆକାଶ ମାର୍ଗରୁ ଗଞ୍ଜାମ ଜିଲ୍ଲାର ବନ୍ୟା ପରିସ୍ଥିତି ନିରୀକ୍ଷଣ କରିବା ପରେ ରଙ୍ଗେଇଲୁଣ୍ଡା ଠାରେ ସମୀକ୍ଷା ବୈଠକ କରିବେ। ଶୁକ୍ରବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ଵନ୍ଯା ଜଳ ସ୍ତ
ଆଜି ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଆକାଶ ମାର୍ଗରୁ ବନ୍ୟା ପରିସ୍ଥିତି ନିରୀକ୍ଷଣ କରିବେ


ଗଞ୍ଜାମ, ୩୦ ଅକ୍ଟୋବର (ହି.ସ.)- ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଆକାଶ ମାର୍ଗରୁ ଗଞ୍ଜାମ ଜିଲ୍ଲାର ବନ୍ୟା ପରିସ୍ଥିତି ନିରୀକ୍ଷଣ କରିବା ପରେ ରଙ୍ଗେଇଲୁଣ୍ଡା ଠାରେ ସମୀକ୍ଷା ବୈଠକ କରିବେ।

ଶୁକ୍ରବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ଵନ୍ଯା ଜଳ ସ୍ତର ସାମାନ୍ୟ କମିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗାଁ ଓ ସହରରେ ଵନ୍ଯାପାଣିର ସୂଅ ଛୁଟିଛି। ନଦୀ ଗୁଡିକର ଜଳସ୍ତର କମିବାରେ ଲାଗିଛି। ତିନି ଦିନ ହେଲା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୋକେ ଅଖିଆଅପିଆ ପଡିରହିଛନ୍ତି। ଏଯାଏ ବିପନ୍ନ ଲୋକମାନଙ୍କ ପାଖରେ ରିଲିଫ ପହଞ୍ଚି ନଥିବା ଅଭିଯୋଗ ହେଉଛି। ଏହି କାରଣରୁ ଭଞ୍ଜନଗର ଅଞ୍ଚଳରେ କେତେକ ଲୋକ ରାସ୍ତାରୋକ କରି ଧାରଣାରେ ବସିଛନ୍ତି। ବନ୍ୟା ଅଞ୍ଚଳରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ରିଜ ଓ ରାସ୍ତା ଧୋଇ ଯାଇଥିବାରୁ ଯାତାୟାତ, ଯୋଗାଯୋଗ ଠପ୍ ହୋଇଯାଇଛି। ଦୁଇ ଦିନ ହେଲା ବିଭିନ୍ନ ସ୍ଥାନରେ ବିଦ୍ୟୁତ ପାଇପପାଣି ଯୋଗାଣ ବନ୍ଦ ରହିଛି। ପିତଳ ଅଞ୍ଚଳ ଋଷିକୂଲ୍ଯା ନଦୀ କୂଳରେ ଥିଲେ ମଧ୍ୟ ଏହି ଗ୍ରାମରେ ବନ୍ୟାଜଳ ପସି ନାହିଁ । ତେବେ ଏହି ଅଞ୍ଚଳ ଦୀପ ଭଳି ରହିଛି। ଗାଁ ଚାରି ପାଖରେ ବନ୍ୟା ପାଣି ରହିଛି। ତେବେ କାଳୀ ମନ୍ଦିର, ଜଗନ୍ନାଥ, ଉତ୍ତେରେଶ୍ୱର ମନ୍ଦିରରେ ଵନ୍ଯାପାଣି ଜମି ରହିଛି। ଏଠାରେ କିଛି ଦିନ ତଳେ ପୂର୍ବତନ ସରପଞ୍ଚ ଓ ଠିକାଦାର ରାସ୍ତା ତିଆରି ଆଳରେ ଅଯଥାରେ ପାନୀୟ ଜଳ କୂପଗୁଡିକ ପୋତିଦେଇଥିଵାରୁ ଏ ଅଞ୍ଚଳର ଲୋକେ ପାନୀୟ ଜଳ ପାଇ ପାରୁନାହାଁନ୍ତି। ଦୁଇ ଦିନ ହେଲା ଏଠିକାର ଲୋକେ ଛାତରୁ ଗଡୁଥିଵା ପାଣି ସଂଗ୍ରହ କରି ସେହି ପାଣିରେ ଖାଦ୍ୟ ପ୍ରସ୍ତୁତ କରିବା ସହ ପାନୀୟ ରୂପେ ବ୍ୟବହାର କରୁଛନ୍ତି। ଗତକାଲି ଅପରାହ୍ନରୁ ବର୍ଷା ବନ୍ଦଥିଲେ ମଧ୍ୟ ଆଜି ସକାଳୁ ପୁଣି ଵର୍ଷା କିଛି ସମୟ ଧରି ହେବାରୁ ଲୋକମାନେ ଛାନିଆ ହୋଇ ପଡ଼ିଥିଲେ।

ଅନ୍ୟପକ୍ଷରେ ସାନଖେମୁଣ୍ଡି ବ୍ଲକର ଜଣେ ଯୁବକ ବନ୍ୟା ପାଣିରେ ଭାସିଯାଇ ଗୋଟିଏ ଗଛରେ ଲାଗି ଗଛ ଉପରେ ଦୀର୍ଘ ଆଠ ଘଣ୍ଟା ରହିବା ପରେ ତାଙ୍କୁ ଓଡ୍ରାଫ ଟିମ୍ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande