ସାଧାରଣ ବଣ୍ଟନ ବ୍ୟବସ୍ଥା ସମୀକ୍ଷା; ନଭେମ୍ବର ୧୦ ସୁଦ୍ଧା ସମସ୍ତ ବକେୟା ଚାଉଳ ଉଠାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
Collector review on PDS distribution
ସାଧାରଣ ବଣ୍ଟନ ବ୍ୟବସ୍ଥା ସମୀକ୍ଷା; ନଭେମ୍ବର ୧୦ ସୁଦ୍ଧା ସମସ୍ତ


ସାଧାରଣ ବଣ୍ଟନ ବ୍ୟବସ୍ଥା ସମୀକ୍ଷା; ନଭେମ୍ବର ୧୦ ସୁଦ୍ଧା ସମସ୍ତ ବକେୟା ଚାଉଳ ଉଠାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଝାରସୁଗୁଡ଼ା, ୩୦ ଅକ୍ଟୋବର (ହି.ସ.)

ଜିଲ୍ଲାରେ ସେପ୍ଟେମ୍ବର ଏବଂ ଅକ୍ଟୋବର ୨୦୨୬ ମାସ ପାଇଁ ଉଦ୍ଦିଷ୍ଟ ପିଡିଏସ ଚାଉଳର ଉଠାଣ ତଥା ହିତାଧିକାରୀଙ୍କୁ ସମୟୋଚିତ ବଣ୍ଟନ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଧାର୍ଯ୍ୟ ସମୟ ମଧ୍ୟରେ ଚାଉଳ ଉଠାଣ ନହେବା ଘଟଣାକୁ ନେଇ ଜିଲ୍ଲାପାଳ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୌଣସି ପରିସ୍ଥିତିରେ ବି ବକେୟା କାର୍ଯ୍ୟକୁ ବିଳମ୍ବ ନକରି ଆସନ୍ତା ୧୦.୧୧.୨୦୨୬ ରିଖ ସୁଦ୍ଧା ସମସ୍ତ ବକେୟା ପିଡିଏସ ଚାଉଳ ଉଠାଣ ସମ୍ପୂର୍ଣ୍ଣ କରିବାକୁ ସେ ଏଲ୍-୨ ପରିବହନ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାର ଯୋଗ୍ୟ ହିତାଧିକାରୀମାନେ ଯେପରି ବିନା ବାଧାରେ ଓ ଠିକ୍ ସମୟରେ ରାସନ ପାଇପାରିବେ, ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ପୀତାମ୍ବର ସେଠୀ ଏବଂ ସମସ୍ତ କର୍ମଚାରୀ ପ୍ରତିଦିନ ଚାଉଳ ଉଠାଣ ଓ ବଣ୍ଟନ ପ୍ରକ୍ରିୟା ଉପରେ କଡ଼ା ନଜର ରଖିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସମେତ, ଆଞ୍ଚଳିକ ପରିବହନ ଅଧିକାରୀ ଗୌର ହରି ହାଁସଦା, ଯୋଗାଣ ବିଭାଗର କର୍ମଚାରୀ, ଏଲ୍-୨ ପରିବହନ ଠିକାଦାର ଏବଂ ହ୍ୟାଣ୍ଡଲିଂ ଠିକାଦାରମାନେ ଉପସ୍ଥିତ ଥିଲେ। ଏହି ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଏବଂ ଆଗାମୀ ଦିନରେ ଚାଉଳ ବଣ୍ଟନରେ ଯେପରି କୌଣସି ତ୍ରୁଟି ବା ବିଳମ୍ବ ନଘଟେ ତାହା ନିଶ୍ଚିତ କରିବାକୁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande