
କେନ୍ଦୁଝର, 30 ଅକ୍ଟୋବର (ହି.ସ.)
ଅଇରନ ଟ୍ରକ୍ ଚାପା ରେ କଲେଜ ଛାତ୍ରୀ ମୃତ। ସୂଚନା ଅନୁଯାୟୀ ବାଲିଶର ଗାଁ ଭାଇ ଦୁଃଖ ବନ୍ଧୁ ଫୁଦକାରଙ୍କ ସହିତ
ତାଙ୍କ ସର୍ମ୍ପକୀୟ ଭଉଣୀ ଶୁଭଶ୍ରୀ ନାୟକ ଗୋଟିଏ ବାଇକ ଯୋଗେ ତେଲକୋଇ କଲେଜ ଯାଉଥିବା ବେଳେ ଗୋଟିଏ ଆଇରନ ଟ୍ରକ ତାଳଚେର ପଟୁ ଆସି ପଛପଟୁ ଚାପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶୁଭଶ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଃଖ ବନ୍ଧୁ ଗୁରୁତର ହୋଇଛନ୍ତି। ତାଙ୍କୁ ସଙ୍ଗେ ସଙ୍ଗେ ତେଲକୋଇ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ବେଳେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ରାସ୍ତା ଦେଇ ଆଇରନ ଟ୍ରକ ଗୁଡ଼ିକ ବେଆଇନ ଭାବେ ଚଳାଚଳ ଯୋଗୁଁ ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଆଇରନ ଟ୍ରକ ବନ୍ଦ ସହିତ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତାରୋକ କରିଛନ୍ତି। ତେଲକୋଇ -ଭୁବନେଶ୍ବର ରାସ୍ତା ର ବାଲିଶର ଛକରେ ଘଟିଛି ଘଟଣା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA