ଡାଙ୍ଗେସି ଭୂସ୍ଖଳନ ଘଟଣା ନିଖୋଜ ହୋଇଥିବା ତିନି ମୃତ, କ୍ଷତି ପୂରଣ ଘୋଷଣା କଲେ ମନ୍ତ୍ରୀ
Compassion Declared to the victims of Land Slide
ଫୋଟ ୨


ଫୋଟ


କନ୍ଧମାଳ, ୩୦ ଅକ୍ଟୋବର (ହି.ସ.) କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତ ର ଡାଙ୍ଗେସି ଗ୍ରାମ ରେ ହୋଇଥିବା ଭୂସ୍ଖଳନ ଘଟଣା ରେ ଗୋଟିଏ ପରିବାରର ନିଖୋଜ ହୋଇଥିବା ସାତ ମାସର ଶିଶୁ ସମେତ ସ୍ୱାମୀ ଅଚ୍ୟୁତ ପ୍ରଧାନ,ସ୍ତ୍ରୀ ମାନସୀ ପ୍ରଧାନ ଙ୍କ ମୃତ୍ୟୁ ଘଟିଛି। ମୃତଦେହ ଘର ଠାରୁ ୨୦୦ ମିଟର ଦୂର ରେ ମାଟି ଅତଡା ଏବଂ ପଙ୍କ ମଧ୍ୟରେ ରହିଥିବା ଗ୍ରାମ ବାସୀ ପ୍ରକାଶ କରିଛନ୍ତି । ଗୁରୁବାର ସକାଳୁ ଗ୍ରାମବାସୀ ଅଚ୍ୟୁତ ଙ୍କ ଘର ସମ୍ପର୍ଣ୍ଣ ଭାସି ଯାଇ ଥିବା ଦେଖିବା ପରେ କିଛି ସମୟ ଖୋଜା ଖୋଜି କରିଥିଲେ ପାଣି ସ୍ରୋତ ଏବଂ ମାଟି ଅତଡା ଖସି ପଙ୍କ ଭର୍ତ୍ତି ଯୋଗୁଁ ସନ୍ଧାନ କରି ପାରିନଥିଲେ । ବହୁ କଷ୍ଟ ରେ ଗ୍ରାମବାସୀ ଗୁରୁବାର ସନ୍ଧ୍ୟାରେ ପାହାଡ଼ ଚଢ଼ି ସିକବାଡି ଆଶ୍ରୟ ସ୍ଥଳି ରେ ପହଞ୍ଚି ଥିଲେ । ସେଠାରୁ ପ୍ରଶାସନ ଖବର ପାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାୟକ ଶୁକ୍ରବାର ମାଣିକେଶ୍ୱର ପଞ୍ଚାୟତ ରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ବେଳେ ମୃତକ ପରିବାର ଙ୍କୁ ଚାରି ଲକ୍ଷ ଲେଖାଏଁ କ୍ଷତି ପୂରଣ ଘୋଷଣା କରିଛନ୍ତି । ଆଜି କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ଗଣମାଧ୍ୟମ କୁ ଏହି ସୂଚନା ଦେଇଛନ୍ତି ଯେ ରାଇକିଆ ଓ ଘୁ. ଉଦୟଗିରିରେ ଭୁସ୍ଖଳନ ଘଟିବା ସହ କିଛି ସ୍ଥନରେଛ ଗଛ ପଡିବା ସହ ରାସ୍ତା କଟ ଅପ ହୋଇଥିବା ନେଇ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ଜିଲ୍ଲା ପ୍ରଶାସନ ରିଲିଫ ରେସକ୍ଯୁ ରେଷ୍ଟୋରେସନ କରିବା ସହିତ ଘଟଣାର ପିଡିତ ମାନଙ୍କୁ ମାଗଣା ଖାଦ୍ୟ ଯୋଗାଇବା ଚୁଡା ଚିନି କିରୋସିନ ଏବଂ ମହମବତୀ ଆଦି ଯୋଗାଇବା ଭଳି ସହାୟତା ପ୍ରଦାନ କରାଯାଇଛି । ଜଣେ ବୃଦ୍ଧା ଓ ତାଙ୍କର ପୁଅଙ୍କୁ ଉଦ୍ଧାର କରାଯାଇଛି। କେତେକ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ସେ ସବୁର ତୁରନ୍ତ ତାର ମରାମତି କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଘଟଣା ସ୍ଥଳରେ ପୁର୍ବରୁ କୌଣସି ଏହିଭଳି ଘଟଣା ଘଟି ନ ଥିଲା। ଏହା ଆକସ୍ମିକ ଥିଲା ତେଣୁ ସେଥିପାଇଁ ଏଭଳି କୌଣସି ଆଶଙ୍କା ନ ଥିଲା। ଅର୍ଣ୍ଣବ ର ବର୍ଷା ରେ ପ୍ରାୟ ୮୦୭ ଏକର ଜମିରେ ଫସଲ କ୍ଷୟ କ୍ଷତି ଘଟିଛି ।କ୍ଷତି ଗ୍ରସ୍ତ ମାନଙ୍କୁ ତୁରନ୍ତ କ୍ଷତି ପୂରଣ ଦିଆ ଯିବ। ଦାରିଙ୍ଗବାଡି ରେ ମଧ୍ୟ କିଛି ଯାଗାରେ ଭୁସ୍ଖଳନ ଘଟିଛି । ଗୃହ ପାଳିତ ପଶୁଙ୍କ କ୍ଷୟ କ୍ଷତି ହୋଇଥିଲେ ତାର ମଧ୍ୟ କ୍ଷତି ପୂରଣ ହେବ ବୋଲି କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande