
ଭୁବନେଶ୍ୱର, ୩୦ ଅକ୍ଟୋବର (ହି.ସ)- ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଆର୍ .କେ. ସିହ୍ନାଙ୍କ ବିୟୋଗରେ ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକପ୍ରକାଶ କରିଛନ୍ତି। ଜନସଂଘରୁ ଆରମ୍ଭ କରି ଭାରତୀୟ ଜନତା ପାର୍ଟି ପର୍ଯ୍ୟନ୍ତ ସଂଗଠନର ବିଚାରଧାରା ଓ ରାଷ୍ଟ୍ରସେବା ପ୍ରତି ସମର୍ପିତ ଥିବା ଶ୍ରୀ ସିହ୍ନାଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ କହିଛନ୍ତି।
ଏହି ଦୁଃଖଦ ସମୟରେ ଆର୍ .କେ. ସିହ୍ନାଙ୍କ ପୁତ୍ର ଋତୁରାଜ ସିହ୍ନା ଏବଂ ତାଙ୍କ ପରିବାରବର୍ଗଙ୍କ ପ୍ରତି ଧର୍ମେନ୍ଦ୍ର ନିଜର ଗଭୀର ସମବେଦନା ଜଣାଇଛନ୍ତି। ଏଥିସହ ଦିବଙ୍ଗତ ଆତ୍ମାଙ୍କ ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଏହି ଅପୂରଣୀୟ କ୍ଷତି ସହିବା ପାଇଁ ଈଶ୍ୱର ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ଓମ୍ ଶାନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା