ଆଇ. ଡି. ବି. ଆଇ. ବ୍ୟାଙ୍କ୍ ବିକ୍ରି ଉପରେ ରାହୁଲଙ୍କ ପ୍ରଶ୍ନ, ଅର୍ଥମନ୍ତ୍ରୀଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ, ଅକ୍ଟୋବର ୩୦ (ହି.ସ.) - ରାଷ୍ଟ୍ରାୟ ଆଇ. ଡି. ବି. ଆଇ. ବ୍ୟାଙ୍କର ଘରୋଇକରଣ ଏବଂ ଏହାର ଅଂଶଧନ ବିକ୍ରି ପ୍ରକ୍ରିୟାକୁ ନେଇ କଂଗ୍ରେସ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ରାଜନୈତିକ ତିକ୍ତତା ତୀବ୍ର ହୋଇଛି। ଲୋକସଭାରେ ବିରୋଧୀ ଦଳ ନେତା ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଇ.
ଆଇ. ଡି. ବି. ଆଇ. ବ୍ୟାଙ୍କ୍ ବିକ୍ରି ଉପରେ ରାହୁଲଙ୍କ ପ୍ରଶ୍ନ, ଅର୍ଥମନ୍ତ୍ରୀଙ୍କ ପ୍ରତିକ୍ରିୟା


ନୂଆଦିଲ୍ଲୀ, ଅକ୍ଟୋବର ୩୦ (ହି.ସ.) - ରାଷ୍ଟ୍ରାୟ ଆଇ. ଡି. ବି. ଆଇ. ବ୍ୟାଙ୍କର ଘରୋଇକରଣ ଏବଂ ଏହାର ଅଂଶଧନ ବିକ୍ରି ପ୍ରକ୍ରିୟାକୁ ନେଇ କଂଗ୍ରେସ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ରାଜନୈତିକ ତିକ୍ତତା ତୀବ୍ର ହୋଇଛି। ଲୋକସଭାରେ ବିରୋଧୀ ଦଳ ନେତା ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଇ. ଡି. ବି. ଆଇ. ବ୍ୟାଙ୍କର ଏକ ପ୍ରମୁଖ ଅଂଶଧନ ବିକ୍ରି ନିଷ୍ପତିକୁ ବିରୋଧ କରୁଥିବା ବ୍ୟାଙ୍କ କର୍ମଚାରୀଙ୍କ ସହ ଛିଡ଼ା ହେବାକୁ ଘୋଷଣା କରିଥିଲେ। ସେ କହିଥିଲେ ଯେ ରାଷ୍ଟ୍ରାୟତ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ ରାଷ୍ଟ୍ର ନିର୍ମାଣର ଉପକରଣ, ବିକ୍ରି କରାଯିବାକୁ ଥିବା ସମ୍ପତି ନୁହେଁ। ସେପଟେ ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ।

ଶୁକ୍ରବାର ଦିନ ଅନେକ ପୋଷ୍ଟରେ ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଜବାବ ଦେଇଛନ୍ତି ସୀତାରାମନ୍। ଶ୍ରୀମତୀ ସୀତାରାମନ କହିଥିଲେ ଯେ ଆମେ ସମସ୍ତେ ଜାଣୁ ଯେ ଭାରତୀୟ ଜାତୀୟ କଂଗ୍ରେସ (ଆଇ. ଏନ୍. ସି.) କିପରି ବ୍ୟାଙ୍କ ଏବଂ ଆର୍ôଥକ ସଂସ୍ଥାଗୁଡ଼ିକୁ ନିଜର ଘରୋଇ ସଂସ୍ଥା ଭାବେ ବ୍ୟବହାର କରିଛି ଏବଂ ବ୍ୟାଙ୍କ କର୍ମଚାରୀଙ୍କ ଉପରେ ସେମାନଙ୍କ ଇଚ୍ଛା ଅନୁଯାୟୀ ଋଣ ଦେବା ପାଇଁ ଚାପ ପକାଇଛି।

ଅର୍ଥମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ତାଙ୍କ ଶାସନ ଅଧୀନରେ ଥିବା ବ୍ୟାଙ୍କ ଏବଂ ଆର୍ôଥକ ଅନୁଷ୍ଠାନ ଉପରେ ରାଜନୈତିକ ଚାପ ପକାଉଛି। ସେ କହିଥିଲେ ଯେ ମୋଦୀ ସରକାର ଆଇ. ଡି. ବି. ଆଇ. ବ୍ୟାଙ୍କକୁ ପେସାଦାର ପରିଚାଳନା, ବିଚକ୍ଷଣ ବ୍ୟାଙ୍କିଙ୍ଗ ଏବଂ ୫୦୦ କୋଟିରୁ ଅଧିକ ଟଙ୍କାର ପୁନଃପୁଞ୍ଜିକରଣ ଜରିଆରେ ପୁନର୍ଜୀବିତ କରିଛନ୍ତି।

ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି, ସୀତାରାମନ୍ ଅଭିଯୋଗକୁ ସମର୍ଥନ କରିବା ପାଇଁ ୧୯୫୭ ହରିଦାସ ମୁଣ୍ଡାଡା ଅଧ୍ୟାୟକୁ ଦର୍ଶାଇଥିଲେ। ସେ ଅଭିଯୋଗ କରିଥିଲେ ଯେ ୧୯୭୬ ମସିହାରେ ତତ୍କାଳୀନ ଇନ୍ଦିରା ଗାନ୍ଧୀ ସରକାର ରାଜନୈତିକ ଚାପ ଆଗରେ ମୁଣ୍ଡ ନୁଆଁଇ ନ ଥିବାରୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ତତ୍କାଳୀନ ଅଧ୍ୟକ୍ଷ ଆ.ର୍ କେ. ତଲୱାରଙ୍କୁ ହଟାଇ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande