
କେନ୍ଦୁଝର, ୩୦ ଅକ୍ଟୋବର (ହି.ସ.) - ମଇଦାନକେଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବନ୍ୟ ହାତୀ ମାନଙ୍କୁ ହଇରାଣ ଓ ନିର୍ଯ୍ୟାତନା ଦିଆଯାଉଥିବାର ଭିଡିଓ ବନ ବିଭାଗର ନଜରକୁ ଆସିଥିଲା।
ଏହି ଘଟଣାର ତଦନ୍ତ ପରେ ହାତୀମାନଙ୍କୁ ହଇରାଣ କରିବା, ଆକ୍ରମଣ କରିବା ଏବଂ ଏହାର ଭିଡିଓକୁ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ଅଭିଯୋଗରେ କାନ୍ତିଆପଡ଼ା ଗ୍ରାମର ଦୁଇ ଜଣ ଯୁବକ ରାହୁଲ ବେହେରା (୧୯) ଓ ସୁଜିତ କୁମାର ନାଏକ (୨୦)ଙ୍କୁ ତାରିଖ ୩୦.୧୦.୨୦୨୬ ରେ ଗିରଫ କରାଯାଇଛି।
ଏହି ସଂକ୍ରାନ୍ତରେ କେନ୍ଦୁଝର ବନାଂଚଳ ପକ୍ଷରୁ ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ ଅନୁଯାୟୀ ଏକ ବନ୍ୟପ୍ରାଣୀ ଅପରାଧ ମାମଲା ରୁଜୁ କରାଯାଇଛି। ଉଭୟ ଅଭିଯୁକ୍ତଙ୍କୁ ପରବର୍ତୀ ସମୟରେ ନ୍ୟାୟିକ ହାଜତକୁ ପଠାଯାଇଛି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA