
ଭୁବନେଶ୍ୱର, ୩୦ ଅକ୍ଟୋବର (ହି.ସ)- ଗଞ୍ଜାମ ଜିଲ୍ଲା ପାଇଁ ୩୦ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଜିଲ୍ଲାରେ ବନ୍ୟା ସ୍ଥିତି ମୁକାବିଲା ୨୦ ଓଏଏସ୍ ଓ ୧୦ ଓଆରଏସ୍ ଅଧିକାରୀଙ୍କୁ ଏହି ଦାୟିତ୍ୱ ମିଳିଛି। ଅଧିକାରୀମାନେ ସ୍ଥିତି ତଦାରଖ କରି ଜିଲ୍ଲାପାଳଙ୍କୁ ରିପୋର୍ଟ କରିବେ । ଜିଲ୍ଲାରେ ରିଲିଫ୍ ଓ ପୁନଃରୁଦ୍ଧାର କାମକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଗଞ୍ଜାମରେ ରାସ୍ତା ପୁନଃରୁଦ୍ଧାର ପାଇଁ ୩ଟି ଟିମ୍ କୁ ଦାୟିତ୍ୱ ଦିଆଯାଇଛି। ସହଯୋଗ କରିବା ପାଇଁ ୩ଟି ଟିମ୍ ରେ ୬ ଜଣ ଯନ୍ତ୍ରୀ ରହିଛନ୍ତି। ରିଲିଫ୍ ଓ ପୁଃନରୁଦ୍ଧାର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଅଧିକାରୀମାନେ ଜିଲ୍ଲାରେ ଉପସ୍ଥିତ ରହିବେ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା