ଛାମୁଣ୍ଡରେ ମୃତହାତୀ ଉଦ୍ଧାର : ବିଦ୍ୟୁତଘାତ ଜନିତ ମୃତ୍ୟୁ ସନ୍ଦେହ
ଛାମୁଣ୍ଡରେ ମୃତହାତୀ ଉଦ୍ଧାର : ବିଦ୍ୟୁତଘାତ ଜନିତ ମୃତ୍ୟୁ ସନ୍ଦେହ
ଛାମୁଣ୍ଡରେ ମୃତହାତୀ ଉଦ୍ଧାର : ବିଦ୍ୟୁତଘାତ ଜନିତ ମୃତ୍ୟୁ ସନ୍ଦେହ


ସମ୍ବଲପୁର, ୩୦, ଅକ୍ଟୋବର (ହି.ସ.) ସମ୍ବଲପୁର ଜିଲା ପଡ଼ିଆବାହାଲ ବନାଞ୍ଚଳ ଛାମୁଣ୍ଡା ସେକ୍ସନ ଅନ୍ତର୍ଗତ ଛାମୁଣ୍ଡା ବିଟ୍ ଅଧୀନସ୍ଥ ଏକ ଚାଷଜମିରୁ ଏକ ଅଣ୍ଡରା ହାତୀର ମୃତଦେହ ଠାବ ହୋଇଛି। ମୃତ ହାତୀଟି ୧୨ରୁ ୧୪ ବର୍ଷ ମଧ୍ୟରେ ହେବ ବୋଲି ଆକଳନ କରାଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ଘଟଣା ସମ୍ପର୍କରେ ଖବର ପାଇ ପଡ଼ିଆବାହାଲ ରେଞ୍ଜ ଅଧିକାରୀ ସୁନୀଲ ଖିଲାରୀଙ୍କ ସମେତ ବନ ବିଭାଗର ବହୁ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ହାତୀ ଦେହରେ ସୋଲାର ଫେନ୍ସିଂ ତାର ଗୁଡ଼ାଇ ରହିଥିବା ଦେଖାଯିବା ପରେ ସୋଲାର ଫେନ୍ସିଂ ତାରରେ ପ୍ରବାହିତ ବିଦ୍ୟୁତ୍ ଆଘାତରେ ହାତୀଟିର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ତେବେ ମୃତ ହାତୀର ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ହାତୀ ମୃତ୍ୟୁ ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande