
ଭୁବନେଶ୍ୱର, ୩୦ ଅକ୍ଟୋବର (ହି.ସ)- ଭୁବନେଶ୍ୱରଠାରେ ଆଇସିଏମଆର-ଜାତୀୟ ସ୍ୱାସ୍ଥ୍ୟ ଗବେଷଣା ପ୍ରତିଷ୍ଠାନ ( ଆଇସିଏମଆର-ଏନଆଇଏଚଆର) ପକ୍ଷରୁ ‘ଏଚଟିଏଇନ୍ -ଆଡପ୍ଟ ସେଂଟର ’ ଉଦଘାଟିତ ହୋଇଛି। ଏହି ଉଦ୍ଘାଟନୀ ସମାରୋହରେ ଯୋଗଦେଇ କେନ୍ଦ୍ରଟିର ଲୋକାର୍ପଣ କରିଛନ୍ତି ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂତନ ପ୍ରଯୁକ୍ତି, ନବସୃଜନ ଓ ପ୍ରମାଣଭିତକ ନିଷ୍ପତି ମାଧ୍ୟମରେ ଚିକିତ୍ସା ସେବାକୁ ଅଧିକ ସୁଲଭ ଓ ପ୍ରଭାବଶାଳୀ କରିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ମନ୍ତ୍ରୀ କହିଛନ୍ତି।
ପୂର୍ବ ଭାରତ, ବିଶେଷକରି ଓଡ଼ିଶାରେ ଏହି ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ସ୍ଥାପନ ପାଇଁ ସେ କେନ୍ଦ୍ର ସରକାରଙ୍କୁ ଆଭାର ଜଣାଇଛନ୍ତି। ଏହି କେନ୍ଦ୍ର ପ୍ରଯୁକ୍ତିଗତ ହସ୍ତକ୍ଷେପ, ପ୍ରମାଣଭିତିକ ଗବେଷଣା ଓ ସ୍ୱାସ୍ଥ୍ୟସେବାର ସୁଦୃଢ଼ୀକରଣ ପାଇଁ ଏକ ଉତ୍କୃଷ୍ଟ ସାମୂହିକ ମଂଚ ଭାବେ କାର୍ଯ୍ୟ କରିବ। ଏହାଦ୍ୱାରା ସମଗ୍ର ପୂର୍ବାଂଚଳର ଲୋକେ ଉଚ୍ଚମାନର ସ୍ୱାସ୍ଥ୍ୟସେବାର ସୁଫଳ ପାଇପାରିବେ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା