କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ
ବଲାଙ୍ଗିର, ୩୦ ଅକ୍ଟୋବର (ହି.ସ.) ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀ ଡ. ବୀରେନ୍ଦ୍ର କୁମାର ଆଜି ବଲାଙ୍ଗିର ସ୍ଥିତ ଦିବ୍ୟାଙ୍ଗଜନଙ୍କ ଦକ୍ଷତା ବିକାଶ, ପୁନର୍ବାସ ଓ ସଶକ୍ତିକରଣ ପାଇଁ କାର୍ଯ୍ୟରତ ସମନ୍ୱିତ ଆଂଚଳିକ କେନ୍ଦ୍ର ଆଜି ସିଆରସି ପରିଦର୍ଶନ କରିଥି
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ


ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ


ବଲାଙ୍ଗିର, ୩୦ ଅକ୍ଟୋବର (ହି.ସ.) ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀ ଡ. ବୀରେନ୍ଦ୍ର କୁମାର ଆଜି ବଲାଙ୍ଗିର ସ୍ଥିତ ଦିବ୍ୟାଙ୍ଗଜନଙ୍କ ଦକ୍ଷତା ବିକାଶ, ପୁନର୍ବାସ ଓ ସଶକ୍ତିକରଣ ପାଇଁ କାର୍ଯ୍ୟରତ ସମନ୍ୱିତ ଆଂଚଳିକ କେନ୍ଦ୍ର ଆଜି ସିଆରସି ପରିଦର୍ଶନ କରିଥିଲେ । ଏହି ଅବସରରେ ଅତିଥିଭାବେ କଂଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ବଲାଙ୍ଗିର ଜିଲ୍ଲାପାଳ ଆଇଏଏସ୍ ଗୌରବ ଶିବାଜୀ ଇସାଲୱାର, ଏସ୍ଭିନିତାର ଓଲଟପୁର ନିର୍ଦ୍ଦେଶକ ଡ. ପି.ପି. ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ପୁଷ୍ପାଞ୍ଜଳୀ ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ମାନ୍ୟବର ମନ୍ତ୍ରୀ ସମସ୍ତ ବିଭାଗ ପରିଦର୍ଶନ ପରେ ମଙ୍ଗଳଦୀପ ପ୍ରଜ୍ଜଳନ, ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଦ୍ୟାଙ୍ଗଜନ ପାଇଁ ସୁଲଭ ପୁନର୍ବାସ ସେବା, ସହାୟକ ଉପକରଣ ଦକ୍ଷତା ବିକାଶ ଏବଂ ସମାବେଶୀ ସୁଯୋଗର ପୁରୁତ୍ୱକୁ ଉଜାଗର କରିଥିଲେ । ପିଏମ୍ଡ଼ିକେ ବଲାଙ୍ଗିର ଅଧିକାରୀ ସୁରେନ୍ଦ୍ର ଭୋଇ ଅଧ୍ୟକ୍ଷତାରେ ୩୦ ଜଣ ବରିଷ୍ଠ ନାଗରିକ ହିତାଧିକାରୀମାନଙ୍କୁ ସହାୟତା ଉପକରଣ ଏବଂ ୬ ଜଣ ଦିବ୍ୟାଙ୍ଗଜନଙ୍କୁ ଇଲେକ୍ଟିକାଲ ସାଇକେଲ ବଂଟନ କରାଯାଇଥିଲା । ଏସ୍ଭିନିତାର ଓଲଟପୁର ସହ ନିର୍ଦ୍ଦେଶକ ସତ୍ୟଜିତ ପଟ୍ଟନାୟକ, ସୁଚି ରଂଜନ ସିଂ, ସିଆରସିର କର୍ମଚାରୀ ଲୁସିକା ନାୟକ, ଜିତେନ୍ଦ୍ର କୁମାର ବାରିକ, ଅମ୍ରିତା ପ୍ରିତମ, ସୌମ୍ୟଶେଖର ପାଣିଗ୍ରାହୀ, ଦିପକ ନାୟକ, ଶିବାଦୁତି ମହାପାତ୍ର, ସ୍ମୃତିବାଳା ଶତପଥି, ପ୍ରିୟଦର୍ଶିନୀ ପ୍ରଧାନ, ରଞ୍ଜିତା ପଣ୍ଡା, ଶତାବ୍ଦି ଜେନା ସାମନ୍ତ, ସୁଧାତ୍ମିକା ମହାନ୍ତି, ଶୁଭସ୍ମିତା ସାହୁ, ଅମିତ ମିଶ୍ର, ହେମନ୍ତ ସାହୁ, ସୁଭେନ୍ଦୁ ସାହୁ, ସନ୍ତୋଷ କାମିଳା, ଲିପନ ଜାଲ, ଶମ୍ଭୁ ସାହୁ ପ୍ରମୁଖ ଅଧିକାରୀ ଉପସ୍ଥିତରହି କାର୍ଯ୍ୟକ୍ରମକୁ ସଫଳ ଥିଲେ । ଛାତ୍ରଛାତ୍ରୀ, ଶିଶୁମାନଙ୍କର ଅଭିଭାବକ ଓ ଜନସାଧାରଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

-------------

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande