ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଆତଙ୍କ : ରାସାୟନିକ ବିଜ୍ଞାନ ବିଭାଗ ମୁଖ୍ୟଙ୍କୁ ଛୁରାମାଡ, ଅଭିଯୁକ୍ତ ଅଟକ
ସମ୍ବଲପୁର, ୩୦ ଅକ୍ଟୋବର (ହି.ସ.)- ଆଜି ପୂର୍ବାହ୍ନ ସାଢେ଼ ୯ଟା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଛୁରାମାଡ ହେବା ଘଟଣାକୁ ନେଇ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଥିଲା । ବିଶ୍ବବିଦ୍ୟାଳୟର ରାସାୟନିକ ବିଜ୍ଞାନ ବିଭାଗର ମୁଖ୍ୟ (ଏଚଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କ ଉପରେ ଏହି ମରଣାନ୍ତକ ଆକ୍ରମଣ ହୋ
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆତଙ୍କ : ରାସାୟନିକ ବିଜ୍ଞାନ ବିଭାଗ ମୁଖ୍ୟଙ୍କୁ ଛୁରାମାଡ, ଅଭିଯୁକ୍ତ ଅଟକ


ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆତଙ୍କ : ରାସାୟନିକ ବିଜ୍ଞାନ ବିଭାଗ ମୁଖ୍ୟଙ୍କୁ ଛୁରାମାଡ, ଅଭିଯୁକ୍ତ ଅଟକ


ସମ୍ବଲପୁର, ୩୦ ଅକ୍ଟୋବର (ହି.ସ.)- ଆଜି ପୂର୍ବାହ୍ନ ସାଢେ଼ ୯ଟା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଛୁରାମାଡ ହେବା ଘଟଣାକୁ ନେଇ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଥିଲା । ବିଶ୍ବବିଦ୍ୟାଳୟର ରାସାୟନିକ ବିଜ୍ଞାନ ବିଭାଗର ମୁଖ୍ୟ (ଏଚଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କ ଉପରେ ଏହି ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସୂଚନାନୁଯାୟୀ, ଆଜି ଦିନ ସାଢେ଼ ୯ଟା ବେଳେ ବିଭାଗୀୟ କାର୍ଯ୍ୟାଳୟ ପରିସରରେ ଏହି ଅଘଟଣ ଘଟିଛି। ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ଜେରା କରିବାରେ ସେ ଅବସରପ୍ରାପ୍ତ ସୁଇପର୍ କୃପାସିନ୍ଧୁ ବାଗ ବୋଲି ଜଣାପଡିଛି । ଏ ସମ୍ପର୍କରେ

ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଜୟ କୁମାର ମିଶ୍ରଙ୍କ ସୂଚନାନୁଯାୟୀ, କିଛି ଦିନ ଧରି କୃପାସିନ୍ଧୁର କର୍ତ୍ତବ୍ୟ ସମ୍ପାଦନ ଓ ଖାମଖିଆଲି ଆଚରଣ ଯୋଗୁଁ ତାକୁ ବିଭାଗରୁ ବହିଷ୍କାର କରାଯାଇଥିଲା । ଆଜି ସକାଳେ ପ୍ରଫେସର ସତ୍ୟନାରାୟଣ ନିଜ ବିଭାଗୀୟ କାର୍ଯ୍ୟାଳୟକୁ ଯାଉଥିବା ସମୟରେ ଅଭିଯୁକ୍ତ କୃପାସିନ୍ଧୁ ନିଜ ପ୍ରତି ହୋଇଥିବା କାର୍ଯ୍ୟାନୁଷ୍ଠାନର କାରଣ ଭାବି ତାଙ୍କୁ ଛୁରାମାଡ଼ କରିଥିଲା। ଘଟଣା ସମ୍ପର୍କରେ ଖବର ପାଇବା ପରେ ବୁର୍ଲା ପୋଲିସ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ କୃପାସିନ୍ଧୁକୁ ଅଟକ ରଖି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି।

ଏହି ଆକ୍ରମଣରେ ପ୍ରଫେସର ସାହୁଙ୍କ ବାମ ପଟ ଆବଡୋମେନ୍ (ପେଟ)ରେ ଗଭୀର ଆଘାତ ଲାଗିଛି। ବୁର୍ଲା ଭିମସାର ଡାକ୍ତରଖାନାରେ ଏବେ ପ୍ରଫେସର ସତ୍ୟନାରାୟଣ ସୁରକ୍ଷା ବଳୟରେ ଚିକିତ୍ସାଧିନ ଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande