ପିଇଟି ପରୀକ୍ଷାର୍ଥୀଙ୍କ ପାଇଁ ଲକ୍ଷ୍ନୌରୁ ପ୍ରୟାଗରାଜ ସଙ୍ଗମ ମଧ୍ୟରେ ଚାଲିବ ପରୀକ୍ଷା ସ୍ପେଶାଲ୍ ଟ୍ରେନ୍
ନୂଆଦିଲ୍ଲୀ, ୩୦ ଅକ୍ଟୋବର (ହି.ସ.)- ପିଇଟି ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ଥିବା ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ରେଳବାଇ ଲକ୍ଷ୍ନୌରୁ ପ୍ରୟାଗରାଜ ସଙ୍ଗମ ମଧ୍ୟରେ ଏକତରଫା ଅଣସଂରକ୍ଷିତ ପରୀକ୍ଷା ସ୍ପେଶାଲ୍ ଟ୍ରେନ୍ ଚଳାଇବାକୁ ନିଷ୍ପତି ନେଇଛି। ଉତର ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ହିମାଂଶୁ ଶ
ପିଇଟି ପରୀକ୍ଷାର୍ଥୀଙ୍କ ପାଇଁ ଲକ୍ଷ୍ନୌରୁ ପ୍ରୟାଗରାଜ ସଙ୍ଗମ ମଧ୍ୟରେ ଚାଲିବ ପରୀକ୍ଷା ସ୍ପେଶାଲ୍ ଟ୍ରେନ୍


ନୂଆଦିଲ୍ଲୀ, ୩୦ ଅକ୍ଟୋବର (ହି.ସ.)- ପିଇଟି ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ଥିବା ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ରେଳବାଇ ଲକ୍ଷ୍ନୌରୁ ପ୍ରୟାଗରାଜ ସଙ୍ଗମ ମଧ୍ୟରେ ଏକତରଫା ଅଣସଂରକ୍ଷିତ ପରୀକ୍ଷା ସ୍ପେଶାଲ୍ ଟ୍ରେନ୍ ଚଳାଇବାକୁ ନିଷ୍ପତି ନେଇଛି। ଉତର ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ହିମାଂଶୁ ଶେଖର ଉପାଧ୍ୟାୟ ଶୁକ୍ରବାର କହିଛନ୍ତି ଯେ, ଟ୍ରେନ୍ ନମ୍ବର ୦୪୨୨୦ ଲକ୍ଷ୍ନୌ-ପ୍ରୟାଗରାଜ ସଙ୍ଗମ ଅଣସଂରକ୍ଷିତ ପରୀକ୍ଷା ସ୍ପେଶାଲ୍ ୩୦ ଅକ୍ଟୋବରରେ ଚଳାଚଳ କରିବ। ଏହି ଟ୍ରେନ୍ ଲକ୍ଷ୍ନୌରୁ ଅପରାହ୍ଣ ୧ଟାରେ ଛାଡ଼ି ସନ୍ଧ୍ୟା ୬ଟାରେ ପ୍ରୟାଗରାଜ ସଙ୍ଗମରେ ପହଂଚିବ।ରାସ୍ତାରେ ଟ୍ରେନ୍ଟି ବଛରାୱାଁ, ରାୟବରେଲୀ, ଆମେଠୀ, ମାଁ ବେଲ୍ହା ଦେବୀ ପ୍ରତାପଗଡ଼ ଏବଂ ପ୍ରୟାଗ ଷ୍ଟେସନରେ ରହଣି କରିବ। ଟ୍ରେନ୍ଟି ବଛରାୱାଁ ଷ୍ଟେସନରେ ଅପରାହ୍ଣ ୧ଟା ୫୦ ମିନିଟ୍ରେ, ରାୟବରେଲୀରେ ୨ଟା ୨୦ ମିନିଟ୍ରେ, ଆମେଠୀରେ ୩ଟା ୩୫ ମିନିଟ୍ରେ, ମାଁ ବେଲ୍ହା ଦେବୀ ପ୍ରତାପଗଡ଼ରେ ୪ଟା ୨୦ ମିନିଟ୍ରେ ଏବଂ ପ୍ରୟାଗ ଷ୍ଟେସନରେ ସନ୍ଧ୍ୟା ୫ଟା ୩୦ ମିନିଟ୍ରେ ପହଂଚିବ। ପ୍ରୟାଗରାଜ ସଙ୍ଗମରେ ପହଂଚିବାର ନିର୍ଦ୍ଧାରିତ ସମୟ ସନ୍ଧ୍ୟା ୬ଟା।ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳ ଏବଂ ଅନ୍ୟାନ୍ୟ ସୂଚନା ପାଇଁ ଏନଟିଇଏସ୍ ୱେବସାଇଟ୍ କିମ୍ବା ୧୩୯ ହେଲ୍ପଲାଇନ୍ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

-----------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande