ରାଜ୍ୟ ସ୍ତରୀୟ ପିଏମ୍ କିଷାନ ଉତ୍ସବ ଦିବସରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାର ୩୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ଆକାଉଂଟକୁ ଗଲା ପିଏମ୍ କିଷାନ ଟଙ୍କା କୃଷି ବିଦ୍ୟାନିଧିରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ୬୯ ହଜାର ଛାତ୍ରଛାତ୍ରୀଙ୍କୁ ବୃତି ପ୍ରଦାନ, ଚାଷୀଙ୍କ ଉନ୍ନତି ଓ ଆର୍ôଥକ ବିକାଶ ହିଁ ଓଡ଼ିଶାର ସାମଗ୍ରୀକ ବିକାଶକୁ ଆଗକୁ ନେବ- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୩୦ ଅକ୍ଟୋବ
cm


ଓଡ଼ିଶାର ୩୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ଆକାଉଂଟକୁ ଗଲା ପିଏମ୍ କିଷାନ ଟଙ୍କା

କୃଷି ବିଦ୍ୟାନିଧିରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ୬୯ ହଜାର ଛାତ୍ରଛାତ୍ରୀଙ୍କୁ ବୃତି ପ୍ରଦାନ,

ଚାଷୀଙ୍କ ଉନ୍ନତି ଓ ଆର୍ôଥକ ବିକାଶ ହିଁ ଓଡ଼ିଶାର ସାମଗ୍ରୀକ ବିକାଶକୁ ଆଗକୁ ନେବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦ ଅକ୍ଟୋବର (ହି.ସ)-ଦେଶର କୃଷକ ସମାଜକୁ ଆର୍ôଥକ ଭାବେ ଅଧିକ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବା ଦିଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ‘ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି’ ଅର୍ଥାତ୍ ‘ପିଏମ୍ କିଷାନ’ ଯୋଜନାର ୨୪ତମ କିସ୍ତି ସହାୟତା ରାଶି ସିଧାସଳଖ ଚାଷୀମାନଙ୍କ ବ୍ୟାଙ୍କ ଆକାଉଂଟକୁ ପ୍ରଦାନ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ବନାସକାଣ୍ଠା ଠାରେ ଅନୁଷ୍ଠିତ ଜାତୀୟ ସମାରୋହରୁ ଆଭାସୀ ମାଧ୍ୟମରେ ଏହି ସହାୟତା ରାଶି ବଂଟନର ଶୁଭାରମ୍ଭ କରିଛନ୍ତି। ସାରା ଦେଶରେ ୯.୩୪ କୋଟି ରୁ ଅଧିକ ଚାଷୀଙ୍କୁ ୧୮,୬୯୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଗୁଜୁରାଟର ବନାସକାଣ୍ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହି କାର୍ଯ୍ୟକ୍ରମକୁ ଓଡିଶାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଇନ, ପୂର୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ, ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦେବ ଏବଂ ରାଜ୍ୟର ଅନ୍ୟାନ୍ୟ ମନ୍ତ୍ରୀ ଓ ବିଧାୟକମାନେ ସିଧାପ୍ରସାରଣ ଦେଖିଥିଲେ। ଏହି ଅବସରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର କୃଷକମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ସିଧାସଳଖ କଥା ମଧ୍ୟ ହୋଇଥିଲେ, ଯାହାକି କୃଷକ ମହଲରେ ବେଶ୍ ଉତ୍ସାହ ସୃଷ୍ଟି କରିଥିଲା।

ଏହି ଜାତୀୟ କାର୍ଯ୍ୟକ୍ରମ ଅବସରରେ ଓଡ଼ିଶାର ୩୫ ଲକ୍ଷ ୩୮ ହଜାରରୁ ଉର୍ଦ୍ଧ୍ୱ ଯୋଗ୍ୟ କୃଷକଙ୍କ ବ୍ୟାଙ୍କ ଜମାଖାତାକୁ ଡିବିଟି ଜରିଆରେ ୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଭାବରେ ସମୁଦାୟ ୭୦୭.୬୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ, ପଂଚାୟତ, ପ୍ୟାକ୍ସ ଏବଂ ମଣ୍ଡି ସ୍ତରରେ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି।

ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଆମ ପାଇଁ କୃଷକ ସମାଜ କେବଳ ଚାଷୀ ନୁହନ୍ତି, ସେମାନେ ଆମ ପାଇଁ ଅନ୍ନଦାତା।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର କୌଣସି ଜଣେ ବି ଯୋଗ୍ୟ କୃଷକ ଯେପରି ଏହି ଯୋଜନାର ସହାୟତାରୁ ବଂଚିତ ନ ହୁଅନ୍ତି, ସେଥିପାଇଁ ଆମ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। ଚାଷୀଭାଇମାନେ ସେମାନଙ୍କର ନିକଟସ୍ଥ ରାଜସ୍ୱ କାର୍ଯ୍ୟାଳୟ କିମ୍ବା କୃଷି କାର୍ଯ୍ୟାଳୟକୁ ଯାଇ ଆଗ୍ରିଷ୍ଟାକ୍ ପୋର୍ଟାଲରେ ତୁରନ୍ତ ପଞ୍ଜିକରଣ କରାଇନେବାକୁ ସେ ଅନୁରୋଧ କରିଥିଲେ। କୃଷକମାନଙ୍କ ଉନ୍ନତି ଓ ଆର୍ôଥକ ବିକାଶ ହିଁ ଓଡ଼ିଶାର ସାମଗ୍ରୀକ ବିକାଶକୁ ଆଗକୁ ନେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ ଯୋଜନା ସହିତ ତାଳ ଦେଇ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ସିଏମ୍ କିଷାନ ଯୋଜନା କାର୍ଯ୍ୟକ୍ରମ କରୁଛନ୍ତି। ଏହି ଯୋଜନା ମାଧ୍ୟମରେ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବାର୍ଷିକ ୪ ହଜାର ଟଙ୍କା ଏବଂ ଭୂମିହୀନ କୃଷି ପରିବାରକୁ ଜୀବନଜୀବିକା ସହାୟତା ବାବଦରେ ୧୨,୫୦୦ ଟଙ୍କା ପ୍ରଦାନ କରାଯାଉଛି। ଏଥିରେ ସହରାଂଚଳର ଚାଷୀ ଏବଂ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀର ଚାଷୀମାନଙ୍କୁ ମଧ୍ୟ ସାମିଲ କରାଯାଇଛି।

ସେହିପରି ସିଏମ୍ କିଷାନ ହିତାଧିକାରୀଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ଉଦ୍ଦିଷ୍ଟ କୃଷି ବିଦ୍ୟାନିଧି ଯୋଜନା ଅଧୀନରେ ଡାକ୍ତରୀ, ଇଞ୍ଜିନିୟରିଂ, କୃଷି ଏବଂ ଆନୁସଙ୍ଗିକ ବୈଷୟିକ ପାଠ୍ୟକ୍ରମ ପଢ଼ିବା ପାଇଁ ଛାତ୍ରବୃତି ପ୍ରଦାନ କରାଯାଉଛି। ୨୦୨୪-୨୫ରେ ୧୩,୯୨୩ ପିଲାଙ୍କୁ ୫୩.୬୯ କୋଟି ଟଙ୍କା କୃଷି ବିଦ୍ୟାନିଧି ବୃତି ଦିଆଯାଇଥିବା ବେଳେ ୨୦୨୫-୨୬ରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରି ୬୮,୯୧୦ ପିଲାଙ୍କୁ ୨୯୧.୬୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ପୂର୍ବ ବର୍ଷ ଅପେକ୍ଷା ଏହି ପରିମାଣ ପ୍ରାୟ ୫ ଗୁଣ ବୃଦ୍ଧି ହୋଇଛି। ଚଳିତ ଶିକ୍ଷାବର୍ଷରେ ରେକର୍ଡ ସଂଖ୍ୟକ ମେଧାବୀ ଛାତ୍ରଛାତ୍ରୀଙ୍କୁ କୋଟିକୋଟି ଟଙ୍କାର ଅର୍ଥରାଶି ଛାତ୍ରବୃତି ବାବଦରେ ପ୍ରଦାନ କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା ରାଜ୍ୟର କୃଷି ଇତିହାସରେ ଏକ ଅଭୂତପୂର୍ବ ସଫଳତା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ଧାନ କୁଇଂଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରାଯାଉଥିବାବେଳେ ଚଳିତ ବର୍ଷ ଲକ୍ଷାଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। ଏହାଦ୍ୱାରା ଅନ୍ନଦାତାମାନଙ୍କ ମୁହଁରେ ଆଜି ଆନନ୍ଦର ଲହରି ଖେଳିଯାଇଛି। ବିଗତ ଦିନରେ ଲଗାଣ ବର୍ଷା, ବନ୍ୟା ଏବଂ ସାମ୍ପ୍ରତିକ ବାତ୍ୟା ପରବର୍ତୀ ବର୍ଷା ଯୋଗୁଁ ରାଜ୍ୟର କେତେକ ଜିଲ୍ଲାରେ ଫସଲ ନଷ୍ଟ ହୋଇଥିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଦୃଢ଼ ଆଶ୍ୱାସନା ଦେଇ କହିଛନ୍ତି ଯେ, ଯେତେ ବିପତି ଆସୁ ନ କାହିଁକି, ଆପଣଙ୍କ ସରକାର ଓ ମୁଖ୍ୟମନ୍ତ୍ରୀ ସର୍ବଦା ଆପଣଙ୍କ ଦୁଃଖସୁଖରେ ସାଥୀ ହୋଇ ଠିଆ ହୋଇଛନ୍ତି। କ୍ଷତିଗ୍ରସ୍ତ ଫସଲର ଆକଳନ କରାଯାଇ ନିୟମାନୁଯାୟୀ ଚାଷୀମାନଙ୍କୁ ଯଥାଶୀଘ୍ର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ନିଜର ବକ୍ତବ୍ୟ ରଖି କହିଥିଲେ ଯେ, ରାଜ୍ୟରେ କୃଷକଙ୍କ ସର୍ବାଙ୍ଗୀନ କଲ୍ୟାଣ ପାଇଁ ପିଏମ୍ କିଷାନ ଏବଂ ସିଏମ୍ କିଷାନ ଭଳି ଅନେକ ଯୁଗାନ୍ତକାରୀ ଯୋଜନାମାନ ସଫଳତାର ସହ ପ୍ରଣୟନ କରାଯାଇଛି। ସାମ୍ପ୍ରତିକ ଅର୍ଣ୍ଣବ' ବାତ୍ୟା ଯୋଗୁଁ ସୃଷ୍ଟ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ କ୍ଷୟକ୍ଷତିର ଆକଳନ ଅନୁଯାୟୀ ଅତିଶୀଘ୍ର ସହାୟତା ରାଶି ଯୋଗାଇ ଦିଆଯିବ। ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ମୁକାବିଲା ସମୟରେ ରାଜ୍ୟ ସରକାର ସବୁବେଳେ ଚାଷୀଙ୍କ ସାଥିରେ ଅଛନ୍ତି ଏବଂ ରହିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଶୁଭ୍ରାଂଶୁ ମିଶ୍ର, ସୁବ୍ରତ କୁମାର ପଣ୍ଡାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।)

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande