ପିଏମ୍-କିଷାନ ଯୋଜନାର ୨୪ତମ କିସ୍ତି ପ୍ରଦାନ: କେନ୍ଦୁଝରର ୧,୮୪,୩୪୪ ଚାଷୀ ହେବେ ଉପକୃତ
କେନ୍ଦୁଝର, ୩୦ ଅକ୍ଟୋବର (ହି.ସ.) - ଆଜି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (ପିଏମ୍-କିସାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯାଇଛି। ଗୁଜରାଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଦେଶର ଚାଷୀ ମାନଙ୍କ ଆକାଉଂଟକୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି।
Pm kisan


କେନ୍ଦୁଝର, ୩୦ ଅକ୍ଟୋବର (ହି.ସ.) - ଆଜି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (ପିଏମ୍-କିସାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯାଇଛି। ଗୁଜରାଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଦେଶର ଚାଷୀ ମାନଙ୍କ ଆକାଉଂଟକୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି।

ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟସ୍ଥ ଆତ୍ମା ହଲଠାରେ ଉପସ୍ଥିତ ରହି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମମିତା ନାଏକ, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଲିକ ଏବଂ କୃଷି ବିଭାଗର ଅଧିକାରୀଙ୍କ ସମେତ ବହୁ ସଂଖ୍ୟାରେ ଚାଷୀ ଯୋଗଦେଇ ଏହି ସିଧାପ୍ରସାରଣ ଦେଖିବା ସହ ଯୋଜନାର ଲାଭ ବିଷୟରେ ଅବଗତ ହୋଇଥିଲେ।

୩୦ ଅକ୍ଟୋବର ୨୦୨୬ ସୁଦ୍ଧା ଉପଲବ୍ଧ ବ୍ଲକ-ୱାରୀ ହିତାଧିକାରୀଙ୍କ ତଥ୍ୟ ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକର ସମୁଦାୟ ୧,୮୪,୩୪୪ ଚାଷୀଙ୍କୁ ପିଏମ୍-କିସାନ ଯୋଜନାର ୨୪ ତମ କିସ୍ତି ପାଇଁ ସମ୍ଭାବ୍ୟ ହିତାଧିକାରୀ ଭାବେ ଚିହ୍ନଟ କରାଯାଇଛି। ଏହି ଯୋଜନା ମାଧ୍ୟମରେ ଯୋଗ୍ୟ ଚାଷୀ ପରିବାରକୁ ବାର୍ଷିକ ୬,୦୦୦ ଟଙ୍କାର ଆôର୍ଥକ ସହାୟତା ମିଳିଥାଏ, ଯାହା ଯୋଗ୍ୟତା ଏବଂ ଯାଂଚ ସାପେକ୍ଷ ତିନୋଟି ସମାନ କିସ୍ତିରେ ସେମାନଙ୍କ ବ୍ୟାଙ୍କ ଆକାଉଂଟକୁ ସିଧାସଳଖ ପଠାଯାଇଥାଏ।

କୃଷି ବିଭାଗ ପକ୍ଷରୁ ଏହି ଯୋଜନାର କାର୍ଯ୍ୟକାରିତାକୁ ସହଜ କରାଯିବା ସହ ହିତାଧିକାରୀଙ୍କ ଯୋଗ୍ୟତା ଏବଂ ସିଧାସଳଖ ଆôର୍ଥକ ସହାୟତାର ଲାଭ ବିଷୟରେ ଚାଷୀଙ୍କ ମଧ୍ୟରେ ସୂଚନା ପ୍ରସାର କରାଯାଉଛି। କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଚାଷୀଙ୍କୁ ସହାୟତା ପ୍ରଦାନ କରିବା ଏବଂ ଗ୍ରାମୀଣ ଜୀବିକାକୁ ମଜବୁତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି।

ପିଏମ୍-କିସାନ ଯୋଜନା ଯୋଗ୍ୟ ଚାଷୀ ପରିବାର ପାଇଁ ଅତିରିକ୍ତ ଆôର୍ଥକ ସହାୟତାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇ ରହିଛି, ଯାହା ସେମାନଙ୍କୁ କୃଷି ଏବଂ ଅନ୍ୟାନ୍ୟ ଘରୋଇ ଖର୍ଚ୍ଚ ତୁଲାଇବାରେ ସାହାଯ୍ୟ କରୁଛି।

---------

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande