
ମାଲକାନଗିରି , ୩୦ ଅକ୍ଟୋବର (ହି.ସ.)କାଳିମେଳା ଆଦିବାସୀ କଲୋନୀରେ ଆଜି ବିଧାୟକ ପାଣ୍ଠିରୁ ସୋଲାର ଷ୍ଟ୍ରିଟ୍ ଲାଇଟ୍ ପ୍ରଦାନ କରାଯାଇଛି!ଆଦିବାସୀ କଲୋନୀରେ ବିଧାୟକଙ୍କ ପାଣ୍ଠିରୁ ଏକ ତିନି ଟିକିଆ ସୋଲାର ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କରାଯାଇଛି। ଏହି ଲାଇଟ୍ ସ୍ଥାପନ ହେବା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ଲହରୀ ଖେଳିଯାଇଛି।
ଏହି ଅବସରରେ ଲାଇଟ୍ ସ୍ଥାପନ ସମୟରେ ଗ୍ରାମର ବହୁ ବରିଷ୍ଠ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ସେମାନଙ୍କ ସହିତ ବିଜେପି କାଲିମେଳା ମଣ୍ଡଳର ମଣ୍ଡଳ ସଭାପତି ରାମଚନ୍ଦ୍ର ବେଟି, ମଣ୍ଡଳ ଯୁବ ସଭାପତି ମନ୍ମଥ ବିଶ୍ୱାସ, ଶକ୍ତିକେନ୍ଦ୍ର ପ୍ରମୁଖ ପରିତୋଷ ମଣ୍ଡଳ, ସହ-ସଭାପତି ରାଜେନ୍ଦ୍ର ଖିଲ, ଯୁବ କାର୍ଯ୍ୟକର୍ତ୍ତା ସଞ୍ଜୁ ସରକାର ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତା ରାମଚନ୍ଦ୍ର କାରାମି ଉପସ୍ଥିତ ଥିଲେ।
ଏହି ଜନହିତକର କାର୍ଯ୍ୟ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବିଧାୟକ ଙ୍କ ସମେତ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହୃଦୟର ସହିତ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ