ଲାଜକୁରା–ବେଲପାହାଡ଼ ମଧ୍ୟରେ ଲେଭଲ୍ କ୍ରସିଂ ଗେଟ୍ ମରାମତି; ଆଜି ରାତିରୁ ସଡ଼କ ପଥ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ
Railway phatak remain closed
ଲାଜକୁରା–ବେଲପାହାଡ଼ ମଧ୍ୟରେ ଲେଭଲ୍ କ୍ରସିଂ ଗେଟ୍ ମରାମତି; ଆଜି ରାତିରୁ ସଡ଼କ ପଥ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ


ଝାରସୁଗୁଡ଼ା, ୩୦ ଅକ୍ଟୋବର (ହି.ସ.)- ହାୱଡ଼ା-ମୁମ୍ବାଇ ରେଳପଥର ଲାଜକୁରା ଏବଂ ବେଲପାହାଡ଼ ଷ୍ଟେସନ ମଧ୍ୟସ୍ଥ ଅପ୍ ଲାଇନ୍ ରେ ଥିବା ଲେଭଲ୍ କ୍ରସିଂ ଗେଟ୍ ନଂ-୨୬୮ (ରେଳବାଇ କି.ମି. ୫୩୪/୦୧-୦୩) ଠାରେ ଜରୁରୀକାଳୀନ ମରାମତି ତଥା ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଉଛି। ଯାତ୍ରୀ ଓ ରେଳ ଚଳାଚଳ ସୁରକ୍ଷା ଦୃଷ୍ଟିକୋଣରୁ ରେଳ ଧାରଣା ଏବଂ ସ୍ଲିପର୍ ବଦଳାଇବା ସହିତ ଓଭରହଲିଂ କାର୍ଯ୍ୟ କରାଯିବ। ଏହି କାରଣରୁ ଆଜି ଅର୍ଥାତ୍ ୩୦/୧୦/୨୦୨୬ (ଶୁକ୍ରବାର) ରାତି ୧୦ଟା ଠାରୁ ଆସନ୍ତାକାଲି ୩୧/୧୦/୨୦୨୬ (ଶନିବାର) ସକାଳ ୮ଟା ପର୍ଯ୍ୟନ୍ତ ଏହି ଲେଭଲ୍ କ୍ରସିଂ ଫାଟକ ଦେଇ ସମସ୍ତ ପ୍ରକାର ସଡ଼କ ପଥ ଯାତାୟାତ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ। ଦକ୍ଷିଣ ପୂର୍ବ ମଧ୍ୟ ରେଳବାଇର ବ୍ରଜରାଜନଗର ବରିଷ୍ଠ ସେକ୍ସନ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିଧିବଦ୍ଧ ସୂଚନା ଦିଆଯାଇଛି। ଏହି ମରାମତି ସମୟରେ ଜନସାଧାରଣ ଓ ଗାଡ଼ିମୋଟର ଚଳାଚଳରେ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଟ୍ରାଫିକ୍ କୁ ବିକଳ୍ପ ମାର୍ଗ ଦେଇ ବଦଳାଯାଇଛି। ଯାତ୍ରୀମାନେ ନିକଟସ୍ଥ ବିକଳ୍ପ ଲେଭଲ୍ କ୍ରସିଂ ଗେଟ୍ ନଂ-୨୬୭ (ଗୁମାଡେରା, କି.ମି. ୫୩୨/୨୯-୩୧) ଅଥବା ନିକଟବର୍ତ୍ତୀ ରେଳବାଇ ଓଭରବ୍ରିଜ୍ ଦେଇ ଚଳାଚଳ କରିପାରିବେ। ସମ୍ପୃକ୍ତ ସମୟ ମଧ୍ୟରେ ଯାତ୍ରୀ ତଥା ସ୍ଥାନୀୟ ବାସିନ୍ଦାମାନଙ୍କୁ ବିକଳ୍ପ ରାସ୍ତା ବ୍ୟବହାର କରିବା ସହ ରେଳବାଇ ପ୍ରଶାସନକୁ ସହଯୋଗ କରିବାକୁ ନିବେଦନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande