
ସୁବର୍ଣ୍ଣପୁର , ୩୦ ଅକ୍ଟୋବର (ହି.ସ.) ଜନଗଣନା–୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକୁ ସୂଚାରୁ ଓ ତ୍ରୁଟିଶୂନ୍ୟ ଭାବେ ସମ୍ପାଦନ କରିବା ନିମନ୍ତେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ସମୀକ୍ଷା, ଆଲୋଚନା ଓ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ଜିଲ୍ଲା ପ୍ରମୁଖ ଜନଗଣନା ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଦେବାଶିଷ ସିଂହ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ଜନଗଣନା ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଲିନା ପ୍ରଧାନ ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ ଜନଗଣନା ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।
ଦେଶରେ ପ୍ରତି ୧୦ ବର୍ଷରେ ଥରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ ମସିହାରେ ଏହା ଅନୁଷ୍ଠିତ ହୋଇଥିଲା।୨୦୨୧ ମସିହାରେ ହେବାକୁ ଥିବା ଜନଗଣନା କୋଭିଡ୍ ମହାମାରୀ ଯୋଗୁଁ ସ୍ଥଗିତ ରହିଥିଲା। ଏହି ପରିପ୍ରେକ୍ଷୀରେ ଜନଗଣନା–୨୦୨୭ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଏହି ତାଲିମ ଓ ସମୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ଏଥିରେ ଅତିରିକ୍ତ ଜିଲ୍ଲାପାଳ, (ରାଜସ୍ୱ ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳୀନା ପ୍ରଧାନ, ଉପ ଜିଲ୍ଲାପାଳ ସୋନପୁର ଡ. ସୋମ୍ୟରୂପା ରଥ, ଉପ ଜିଲ୍ଲାପାଳ ବୀରମହାରାଜପୁର ସୁରେନ୍ଦ୍ର ମେହେର, ସହକାରୀ ଜିଲ୍ଲାପାଳ ଆଜାଦ କୁମାର ସାହୁ, ଜନଗଣନା ଶାଖାର ଅଧିକାରୀ, ସମସ୍ତ ତହସିଲଦାର, ନିର୍ବାହୀ ଅଧିକାରୀ ତଥା ଚାର୍ଜ ଜନଗଣନା ଅଧିକାରୀଙ୍କ ସମେତ ପ୍ରାୟ ୫୦ ଜଣ ଅଧିକାରୀ ଯୋଗଦେଇଥିଲେ।ଜନଗଣନା ଏକ ଗୁରୁତ୍ୱପୂର୍ଣ୍ଣ ତଥା ସରକାରଙ୍କ ଅଗ୍ରାଧିକାରଭିତିକ ଲୋକାଭିମୁଖୀ କାର୍ଯ୍ୟକ୍ରମ ହୋଇଥିବାରୁ ଏହାକୁ ସଠିକ୍ ଓ ସୁଚାରୁ ଭାବେ ସମ୍ପାଦନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ଆହ୍ୱାନ ଦେଇଥିଲେ ।
-------------------
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ