ଆସନ୍ତାକାଲିଠୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ସ୍ଵତନ୍ତ୍ର ସ୍ଵାସ୍ଥ୍ୟ ଶିବିର
ରାଇରଙ୍ଗପୁର, ୩୦ ଅକ୍ଟୋବର (ହି.ସ.)- ଜନସାଧାରଣଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଆସନ୍ତାକାଲିଠାରୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେବ। ଏହି ଶିବିରରେ ସେନାବାହିନୀର ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଚକ୍ଷୁ, ହୃଦ,
ଆସନ୍ତାକାଲିଠୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ସ୍ଵତନ୍ତ୍ର ସ୍ଵାସ୍ଥ୍ୟ ଶିବିର


ରାଇରଙ୍ଗପୁର, ୩୦ ଅକ୍ଟୋବର (ହି.ସ.)- ଜନସାଧାରଣଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଆସନ୍ତାକାଲିଠାରୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହେବ। ଏହି ଶିବିରରେ ସେନାବାହିନୀର ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଚକ୍ଷୁ, ହୃଦ, କିଡ଼ନୀ, ଚର୍ମ ଓ ଦନ୍ତ ରୋଗ ଇତ୍ୟାଦିରେ ପୀଡିତ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ଔଷଧ ଯୋଗାଇଦେବା ସହିତ ଆବଶ୍ୟକୀୟ ଚିକିତ୍ସା ପରାମର୍ଶ ପ୍ରଦାନ କରାଯିବ। ଏଥିସହ ଆସନ୍ତା ୦୧-୧୧-୨୦୨୬ ରିଖ ଠାରୁ ତା ୦୫-୧୧-୨୦୨୬ ପର୍ଯ୍ୟନ୍ତ ଅସ୍ତ୍ରପୋଚାର ଆବଶ୍ୟକତା ପଡ଼ୁଥିବା ରୋଗୀମାନଙ୍କୁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଅସ୍ତ୍ରପୋଚାର ସେବା ଯୋଗାଇ ଦିଆଯିବ।

ଏହି ସୁଯୋଗର ସଦୁପଯୋଗ କରି ରାଇରଙ୍ଗପୁର ଉପଖଣ୍ଡର ସମସ୍ତ ଜନସାଧାରଣ ଅଧିକ ସଂଖ୍ୟାରେ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ଶିବିରରୁ ଉପଲବ୍ଧ ସ୍ୱାସ୍ଥ୍ୟସେବା ଗ୍ରହଣ କରିବାକୁ ଅନୁରୋଧ କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande