ସାନ୍ତାଳ ଆଦିବାସୀ ଙ୍କ ପବିତ୍ର ଜାହିରା ପୀଠ ଭଙ୍ଗାରୁଜା ଅଭିଯୋଗ: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ନିରଞ୍ଜନ ବିଶି
ବଲାଙ୍ଗିର, ୩୦ ଅକ୍ଟୋବର (ହି.ସ.) ଆଦିବାସୀଙ୍କ ଧର୍ମ, ସଂସ୍କୃତି ଓ ଆତ୍ମସମ୍ମାନର ସୁରକ୍ଷା ଦାବି; ଦୋଷୀଙ୍କ ଗିରଫ ସହ ଜାହିରା ପୀଠର ପୁନରୁଦ୍ଧାର ପାଇଁ ସ୍ମାରକପତ୍ର କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମରେ ଗତ ତାରିଖ ୨୩.୧୦.୨୦୨୬ରେ ସାନ୍ତାଳ ଆଦିବାସୀ ସମ୍ପ୍ରଦାୟର ପବିତ୍
ସାନ୍ତାଳ ଆଦିବାସୀ ଙ୍କ ପବିତ୍ର ଜାହିରା ପୀଠ ଭଙ୍ଗାରୁଜା ଅଭିଯୋଗ: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ନିରଞ୍ଜନ ବିଶି


ବଲାଙ୍ଗିର, ୩୦ ଅକ୍ଟୋବର (ହି.ସ.) ଆଦିବାସୀଙ୍କ ଧର୍ମ, ସଂସ୍କୃତି ଓ ଆତ୍ମସମ୍ମାନର ସୁରକ୍ଷା ଦାବି; ଦୋଷୀଙ୍କ ଗିରଫ ସହ ଜାହିରା ପୀଠର ପୁନରୁଦ୍ଧାର ପାଇଁ ସ୍ମାରକପତ୍ର

କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମରେ ଗତ ତାରିଖ ୨୩.୧୦.୨୦୨୬ରେ ସାନ୍ତାଳ ଆଦିବାସୀ ସମ୍ପ୍ରଦାୟର ପବିତ୍ର ଧାର୍ମିକ ଉପାସନାସ୍ଥଳୀ ଜାହିରା (ଜାହେର ଥାନ)ରେ କେତେକ ଅଣଆଦିବାସୀ ବ୍ୟକ୍ତିଙ୍କ ଦ୍ୱାରା ଭଙ୍ଗାରୁଜା, ପୂଜା ସାମଗ୍ରୀ ନଷ୍ଟ, ଜାତିଗତ ଗାଳିଗୁଲଜ, ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ଏବଂ ଆଦିବାସୀ ମହିଳାଙ୍କ ପ୍ରତି ଅଶୋଭନୀୟ ଆଚରଣ କରାଯାଇଥିବା ଅଭିଯୋଗ ଉଠିଛି।

ଏହି ଘଟଣାରେ ଗଭୀର ଉଦ୍ୱେଗ ପ୍ରକାଶ କରି ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜୁ ଜନତା ଦଳ ରାଜ୍ୟ ଆଦିବାସୀ ସେଲ୍ର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ବିଶି ଗତ ୨୯ ଅକ୍ଟୋବରରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରି ତୁରନ୍ତ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଶ୍ରୀ ବିଶି କହିଛନ୍ତି ଯେ ଜାହିରା କେବଳ ଏକ ଉପାସନାସ୍ଥଳୀ ନୁହେଁ, ଏହା ସାନ୍ତାଳ ଜନଜାତିର ପୂର୍ବପୁରୁଷଙ୍କ ଆସ୍ଥା, ପ୍ରକୃତି ଉପାସନା, ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ପରିଚୟର ପ୍ରତୀକ। ଏହାର ଅପମାନ ଓ ଭଙ୍ଗାରୁଜା ଆଦିବାସୀ ସମାଜର ଧାର୍ମିକ ଭାବନା ଓ ଆତ୍ମସମ୍ମାନ ପ୍ରତି ଗଭୀର ଆଘାତ।

ଘଟଣାର ନିରପେକ୍ଷ ତଦନ୍ତ, ଏଫ୍ଆଇଆର୍ ରୁଜୁ, ଏସ୍ସି/ଏସ୍ଟି ଅତ୍ୟାଚାର ନିବାରଣ ଆଇନ ଓ ଭାରତୀୟ ନ୍ୟାୟ ସଂହିତାର ପ୍ରଯୁଜ୍ୟ ଧାରାରେ ଆଇନଗତ କାର୍ଯ୍ୟାନୁଷ୍ଠାନ, ଆଦିବାସୀ ମହିଳା ଓ ପରିବାରଙ୍କ ସୁରକ୍ଷା, କ୍ଷତିଗ୍ରସ୍ତ ଜାହିରା ପୀଠର ପୁନରୁଦ୍ଧାର ଏବଂ ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସେ ଦାବି କରିଛନ୍ତି।

ଏହା ସହ କେନ୍ଦୁଝର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଠାରୁ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ବିସ୍ତୃତ ରିପୋର୍ଟ ମଗାଯିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।

ଆଦିବାସୀଙ୍କ ଧର୍ମ, ସଂସ୍କୃତି, ପରମ୍ପରା, ସାମ୍ବିଧାନିକ ଅଧିକାର ଓ ଆତ୍ମସମ୍ମାନର ସୁରକ୍ଷା କେବଳ ପ୍ରଶାସନିକ ଦାୟିତ୍ୱ ନୁହେଁ, ଏହା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ କର୍ତବ୍ୟ ବୋଲି ଶ୍ରୀ ବିଶି ଉଲ୍ଲେଖ କରିଛନ୍ତି।

-------------

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande