ମହିଳା କନଷ୍ଟେବଳଙ୍କ ସ୍ୱାମୀ ହତ୍ୟା ଘଟଣାର ପର୍ଦ୍ଦାଫାସ, ୯ ଅଭିଯୁକ୍ତ ଗିରଫ, ୩ ନାବାଳକ ସାମିଲ
କେନ୍ଦୁଝର, ୩୦ ଅକ୍ଟୋବର (ହି.ସ.) କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଂଚଳରେ ମହିଳା କନଷ୍ଟେବଳଙ୍କ ସ୍ୱାମୀ ତ୍ରିଲୋଚନ ମହାନ୍ତଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି କେନ୍ଦୁଝର ପୋଲିସ। ଏହି ଘଟଣାରେ ୯ ଜଣ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ। ଧରାପଡ଼ିଥିବା ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ନାବା
Sin


କେନ୍ଦୁଝର, ୩୦ ଅକ୍ଟୋବର (ହି.ସ.) କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଂଚଳରେ ମହିଳା କନଷ୍ଟେବଳଙ୍କ ସ୍ୱାମୀ ତ୍ରିଲୋଚନ ମହାନ୍ତଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି କେନ୍ଦୁଝର ପୋଲିସ। ଏହି ଘଟଣାରେ ୯ ଜଣ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ। ଧରାପଡ଼ିଥିବା ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ନାବାଳକ ଥିବା ସୂଚନା ଦେଇଛନ୍ତି ଏସପି ନିତୀନ କୁଶଲକର। ଆଜି ଘଟଣାସ୍ଥଳରେ ୬ ଜଣ ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ୍ କରିଛି ପୋଲିସ। ଏଥିସହ ଅପରାଧୀଙ୍କ ପାଇଁ କେନ୍ଦୁଝରରେ କୌଣସି ସ୍ଥାନ ନାହିଁ ବୋଲି କଡ଼ା ଚେତାବନୀ ଦେଇଛନ୍ତି ଏସପି।

ଗତ ୨୮ ତାରିଖ ସକାଳୁ ତୁରୁମୁଙ୍ଗା ଥାନା ଅଂଚଳରେ ଘଟିଥିଲା ଏହି ଚାଂଚଲ୍ୟକର ହତ୍ୟାକାଣ୍ଡ। ମୃତ ତ୍ରିଲୋଚନ ମହାନ୍ତଙ୍କ ପତ୍ନୀ ପାଟଣା ଥାନାରେ ମହିଳା କନଷ୍ଟେବଳ ଭାବେ କାର୍ଯ୍ୟରତ। ତ୍ରିଲୋଚନ କେନ୍ଦେଇପଶିଠାରେ ଏକ ଜନସେବା କେନ୍ଦ୍ର ଚଳାଉଥିଲେ। ପ୍ରତିଦିନ ରାତିରେ ଦୋକାନ ବନ୍ଦ କରି ଟଙ୍କାପଇସା ଧରି ପାଟଣାସ୍ଥିତ ନିଜ ବାସଭବନକୁ ଫେରୁଥିଲେ। ଘଟଣା ଦିନ ମଧ୍ୟ ସେ ଟଙ୍କା ଧରି ଘରକୁ ଫେରୁଥିବା ବେଳେ ଦୁର୍ବୃତଙ୍କ ଶିକାର ହୋଇଥିଲେ।

ପ୍ରଥମେ ଭୁଜାଲିରେ ଆକ୍ରମଣ କରିବା ପରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଲୁଟ୍ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ପ୍ରାଥମିକ ସନ୍ଦେହ ପ୍ରକାଶ ପାଇଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏସପି ନିତୀନ କୁଶଲକର ଘଟଣାସ୍ଥଳ ପରିଦର୍ଶନ କରିବା ସହ ଅପରାଧୀଙ୍କୁ ଧରିବା ପାଇଁ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ।

ପୋଲିସର ତଦନ୍ତ ପରେ ଏହି ଘଟଣାରେ ମୋଟ ୯ ଜଣଙ୍କୁ ଧରାଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି। ଆଜି ୬ ଜଣ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ଅପରାଧର ସିନ୍ ରିକ୍ରିଏସନ୍ କରିଛି ପୋଲିସ।

ସିନ ରିକ୍ରିଏସନ ବେଳେ ଅପରାଧୀଙ୍କୁ ଦେଖି ଭାବ ବିହ୍ୱଳ ହୋଇ ପଡ଼ିଥିଲେ ତ୍ରିଲୋଚନଙ୍କ ମା ଓ ପରିବାର। ଦୋଷୀକୁ କଠୋର ଦଣ୍ଡ ଦେବାକୁ ଦାବି କରିଥଲେ।

ତଦନ୍ତର ଅଗ୍ରଗତି ନେଇ ଏସପି ସୂଚନା ଦେବା ସହ ଜିଲ୍ଲାରେ ଅପରାଧୀଙ୍କ ପ୍ରତି କଠୋର ଆଭିମୁଖ୍ୟ ରହିବ ବୋଲି ସ୍ପଷ୍ଟ କରିଛନ୍ତି ।

-------------------

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande