ବିଶ୍ରମିତବ୍ୟୟିତା ଦିବସ ପାଳିତ
ଖୋର୍ଦ୍ଧା, 30 ଅକ୍ଟୋବର (ହି.ସ.) , ବିଶ୍ ବିଶ୍ଵମିତବ୍ୟୟିତା ଦିବସ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଅନୁକୁଲ୍ୟରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରି
ବିଶ୍ରମିତବ୍ୟୟିତା ଦିବସ ପାଳିତ


ଖୋର୍ଦ୍ଧା, 30 ଅକ୍ଟୋବର (ହି.ସ.) , ବିଶ୍ ବିଶ୍ଵମିତବ୍ୟୟିତା ଦିବସ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଅନୁକୁଲ୍ୟରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ମୁଖ୍ୟ ଅତିଥ୍ ଭାବରେ ଯୋଗଦାନ ଦେଇ ସଞ୍ଚୟ ସମସ୍ତଙ୍କ ଜୀବନର ଏକ ଅବିଭେଦ୍ୟ ଅଙ୍ଗ ବୋଲି ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଜନସାଧାରଣ ମିତବ୍ୟୟିତା ଅବଲମ୍ବନ କରି ନିଜର ଆର୍ଥିକ ସ୍ଥିତିକୁ କିଭଳି ସୁଦୃଢ କରିପାରିବେ ସେ ସମ୍ପର୍କରେ ଅବଗତ କରିଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ସମ୍ମାନିତ ଅତିଥ୍ ଭାବରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବ୍ୟକ୍ତି, ପରିବାର ଓ ରାଷ୍ଟ୍ରର ଭବିଷ୍ୟତର ଆବଶ୍ୟକତା ପାଇଁ ସ୍ବଳ୍ପ ସଞ୍ଚୟରେ ଭୂମିକାକୁ ପ୍ରଶଂସା କରିଥିଲେ। ଡ଼ିଏସପି ସାଇବର କ୍ରାଇମ୍ ରବିନାରାୟଣ ଭଞ୍ଜ ସମ୍ମାନିତ ଅତିଥ୍ ଭାବେ ଯୋଗଦେଇ ସାଇବର ସୁରକ୍ଷା ସମ୍ପର୍କରେ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ସଚେତନ କରିଥିଲେ। ଏହି ଆର୍ଥିକ ସାକ୍ଷରତା ଶିବିରରେ ବିଭିନ୍ନ କ୍ଷୁଦ୍ର ସଞ୍ଚୟ ଯୋଜନା, ଆର୍ଥିକ ସାକ୍ଷରତାର ଗୁରୁତ୍ବ, ନିୟମିତ ସଞ୍ଚୟ ଓ ନିବେଶର ସୁଫଳ ସମ୍ପର୍କରେ ବିସ୍ତୃତ ସଚେତନତା ସୃଷ୍ଟି କରାଯାଇଥିଲା । ଏହା ସହ ଡିଜିଟାଲ ଆର୍ଥିକ କାରବାର ସମୟରେ ସତର୍କତା ଅବଲମ୍ବନ ଓ ସାଇବର ଠକେଇରୁ ସୁରକ୍ଷିତ ରହିବାର ଉପାୟ ଓ ପ୍ରତିରୋଧ ମୂଳକ ପଦକ୍ଷେପ ସମ୍ପର୍କରେ ଉପସ୍ଥିତ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧୂକ୍ଷକ, ଡାକ ବିଭାଗ, ଭୁବନେଶ୍ବର ରତନ ଜାନା, ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ଜିଲ୍ଲା ପ୍ରବନ୍ଧକ, ଅନ୍ୟ ବିଭାଗୀୟ ଅଧୂକାରୀ, ଅଙ୍ଗନବାଡି କର୍ମୀ, ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ବରିଷ୍ଠ ନାଗରିକ ଓ ପୋଷ୍ଟାଲ ଏଜେଣ୍ଟ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସହକାରୀ ନିର୍ଦେଶକ, ସଞ୍ଚୟ ଓ ଆର୍ଥିକ ସେବା, ମମତା ନାୟକ ପରିଚାଳନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande