କଂଗ୍ରେସକୁ  ବ୍ୟବସାୟୀଙ୍କ ସ୍ୱାର୍ଥକୁ ଧ୍ୟାନ ଦେବା ଉଚିତ ଥିଲା, ନଭେମ୍ବର ୧୦ ପରେ ରାଲି କରିପାରିଥାନ୍ତା: ଆଲୋକ କୁମାର
ହରିଦ୍ୱାର, ୩୦ ଅକ୍ଟୋବର (ହି.ସ.) :ଦିଲ୍ଲୀରେ ନଭେମ୍ବର ୧ ତାରିଖରେ କଂଗ୍ରେସ ପକ୍ଷରୁ ଆୟୋଜିତ ହେବାକୁ ଥିବା ରାଲିକୁ ନେଇ ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ ଅଧ୍ୟକ୍ଷ ଆଲୋକ କୁମାର ପ୍ରତିକ୍ରିୟା ଦେଇଛନ୍ତି। ରାଲି ଆୟୋଜନ କରିବା ଏକ ଗଣତାନ୍ତ୍ରିକ ଅଧିକା
विश्व हिंदू परिषद अध्यक्ष आलोक कुमार फाइल फोटो


ହରିଦ୍ୱାର,

୩୦ ଅକ୍ଟୋବର (ହି.ସ.) :ଦିଲ୍ଲୀରେ

ନଭେମ୍ବର ୧ ତାରିଖରେ କଂଗ୍ରେସ ପକ୍ଷରୁ ଆୟୋଜିତ ହେବାକୁ ଥିବା ରାଲିକୁ ନେଇ ବିଶ୍ୱ ହିନ୍ଦୁ

ପରିଷଦର ଅନ୍ତର୍ଜାତୀୟ ଅଧ୍ୟକ୍ଷ ଆଲୋକ କୁମାର ପ୍ରତିକ୍ରିୟା ଦେଇଛନ୍ତି। ରାଲି ଆୟୋଜନ କରିବା ଏକ

ଗଣତାନ୍ତ୍ରିକ ଅଧିକାର, କିନ୍ତୁ

ପର୍ବପର୍ବାଣୀ ସମୟରେ ବ୍ୟବସାୟୀମାନଙ୍କର ହେବାକୁ ଥିବା କ୍ଷତି ପ୍ରତି ମଧ୍ୟ ଧ୍ୟାନ ଦେବା

ଆବଶ୍ୟକ ବୋଲି ସେ କହିଛନ୍ତି। ବ୍ୟବସାୟୀଙ୍କ ପ୍ରତି ସହାନୁଭୂତି ଦେଖାଇ କଂଗ୍ରେସ ନଭେମ୍ବର ୧୦

ତାରିଖ ପରେ ରାଲି ଆୟୋଜନ କରିଥିଲେ ଭଲ ହୋଇଥାନ୍ତା ବୋଲି ସେ ମତ ଦେଇଛନ୍ତି।

ଶୁକ୍ରବାର ହରିଦ୍ୱାରସ୍ଥିତ ପତଞ୍ଜଳି ବିଶ୍ୱବିଦ୍ୟାଳୟରେ ଆୟୋଜିତ ୫୨ତମ ଅଖିଳ ଭାରତୀୟ

ପ୍ରାଚ୍ୟବିଦ୍ୟା ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ଆଲୋକ କୁମାର ଗଣମାଧ୍ୟମ ସହ ଆଲୋଚନା କରି

ଏହା କହିଛନ୍ତି।

ହିନ୍ଦୁ ସମାଜ ବିରୋଧରେ ହୋଇଥିବା ଷଡ଼ଯନ୍ତ୍ର ସମ୍ପର୍କରେ ସେ କହିଛନ୍ତି ଯେ, ସନାତନ

ଧର୍ମଗ୍ରନ୍ଥଗୁଡ଼ିକରେ ପ୍ରକ୍ଷିପ୍ତ ଅଂଶ ଅର୍ଥାତ୍ ପରବର୍ତ୍ତୀ ସମୟରେ ଯୋଡ଼ାଯାଇଥିବା

ବିଷୟବସ୍ତୁ ଏକ ବଡ଼ ଷଡ଼ଯନ୍ତ୍ର ଥିଲା। ଭାରତୀୟ ଆଧ୍ୟାତ୍ମିକତାର ମୂଳ ଭାବନା ସମସ୍ତ

ମନୁଷ୍ୟଙ୍କୁ ସମାନ ଭାବେ ଦେଖିବା। ଯେକୌଣସି ଧର୍ମଗ୍ରନ୍ଥରେ ମାନବୀୟ ମର୍ଯ୍ୟାଦା ଓ ସମାନତାର

ଉଲ୍ଲଂଘନ କରୁଥିବା ବିଷୟ ଥିଲେ ଆଜିର ହିନ୍ଦୁ ସମାଜ ତାହାକୁ ଗ୍ରହଣ କରେ ନାହିଁ। ଭାରତୀୟ

ସମ୍ବିଧାନ ପ୍ରତ୍ୟେକ ମନୁଷ୍ୟଙ୍କୁ ସମାନତା ଓ ମର୍ଯ୍ୟାଦାର ଅଧିକାର ଦେଇଛି ଏବଂ ହିନ୍ଦୁ ଧର୍ମର

ଆଧ୍ୟାତ୍ମିକ ଦୃଷ୍ଟିକୋଣ ମଧ୍ୟ ଏହାକୁ ସମର୍ଥନ କରେ ବୋଲି ସେ କହିଛନ୍ତି।

ଇଭିଏମ୍କୁ ନେଇ ବିରୋଧୀ ଦଳଗୁଡ଼ିକ ଉଠାଉଥିବା ପ୍ରଶ୍ନ ସମ୍ପର୍କରେ ଆଲୋକ କୁମାର କହିଛନ୍ତି

ଯେ, ନିକଟରେ

୨୮ଟି ସ୍ଥାନରେ ବାଲଟ୍ ପେପର୍ ମାଧ୍ୟମରେ ହୋଇଥିବା ଏମ୍ଏଲ୍ସି ନିର୍ବାଚନରେ ମଧ୍ୟ କଂଗ୍ରେସ

କାହିଁକି ବିଜୟୀ ହୋଇପାରିଲା ନାହିଁ,

ତାହା ଏକ ବଡ଼ ପ୍ରଶ୍ନ ବୋଲି ସେ କହିଛନ୍ତି।

--------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande