
ପିଥୋରାଗଡ଼, ୩୦ ଅକ୍ଟୋବର (ହି.ସ.)- ଉତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାର ଉଚ୍ଚ ହିମାଳୟ ଅଂଚଳରେ ଆଦି କୈଳାସ ଯାତ୍ରାରେ ଆସିଥିବା ମଧ୍ୟପ୍ରଦେଶର ଜଣେ ୨୭ ବର୍ଷୀୟ ଯାତ୍ରୀଙ୍କ ଅସୁସ୍ଥ ହେବା ପରେ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ତିଳକ ଶର୍ମା (୨୭), ପିତା ମନୋଜ ଶର୍ମା, ନିବାସୀ ଜାଗରଣ କଲୋନୀ, ଇନ୍ଦୋର, ମଧ୍ୟପ୍ରଦେଶ ବୋଲି ଜଣାପଡ଼ିଛି।ପ୍ରାପ୍ତ ସୂଚନା ଅନୁଯାୟୀ, ତିଳକ ଶର୍ମା ଗୁରୁବାର ନିଜ ସାଙ୍ଗମାନଙ୍କ ସହ ଆଦି କୈଳାସ ଯାତ୍ରାରେ ଆସିଥିଲେ।ଶୁକ୍ରବାର ଯାତ୍ରା ସମୟରେ ଆଦି କୈଳାସ ଅଂଚଳରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ତାଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ଏବଂ ପେଟ ଯନ୍ତ୍ରଣା ହେଉଥିବା ଅଭିଯୋଗ ଥିଲା। ଏହାପରେ ତାଙ୍କୁ ଗୁଞ୍ଜିସ୍ଥିତ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ଏବଂ ଆବଶ୍ୟକ ଚିକିତ୍ସା ପ୍ରୟାସ କରାଯାଇଥିଲେ ମଧ୍ୟ ତାଙ୍କ ଜୀବନ ବଂଚା ଯାଇପାରିନଥିଲା।ଏହାପରେ ତାଙ୍କ ମୃତଦେହକୁ ଗାଡ଼ିରେ ଧାରଚୂଳା ଅଣାଯାଇଥିଲା।ଧାରଚୂଳା ଉପଜିଲ୍ଲା ଚିକିତ୍ସାଳୟରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତମାନ ମୃତଦେହଟି ଡାକ୍ତରଖାନାରେ ରଖାଯାଇଛି।ଏସଡିଏମ୍ ଆଶିଷ ଯୋଶୀ କହିଛନ୍ତି ଯେ, ଗୁଞ୍ଜି ଥାନାରୁ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଏବଂ ମୃତ୍ୟୁ ହେବା ସମ୍ପର୍କରେ ସୂଚନା ମିଳିଥିଲା। ଏହି ମାମଲାରେ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲିଛି।
---------------------
ହିନ୍ଦୁସ୍ଥାନ ସମାଚାର / ଗଗନ