
ନୂଆଦିଲ୍ଲୀ, ୩୦ ଅକ୍ଟୋବର (ହି.ସ.)- ମୂଲ୍ୟ ସଂବର୍ଦ୍ଧନ ଓ ଆଧୁନିକ ପ୍ରଯୁକ୍ତି ଦ୍ୱାରା କେବଳ ଦେଶର ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି ପାଇବ ନାହିଁ, ବରଂ ଉତ୍ପାଦନଠାରୁ ବଜାର ପର୍ଯ୍ୟନ୍ତ ପ୍ରକ୍ରିୟାରେ ପରିବର୍ତନ ଆସିବ ଏବଂ ମତ୍ସ୍ୟ କ୍ଷେତ୍ରର ସ୍ୱରୂପ ମଧ୍ୟ ବଦଳିବ। ଅର୍ଥାତ୍, ଭାରତର ମତ୍ସ୍ୟପାଳନ କ୍ଷେତ୍ର ଏବେ ପାରମ୍ପରିକ ମାଛ ଉତ୍ପାଦନର ସୀମା ଅତିକ୍ରମ କରି ବଜାରମୁଖୀ ଉଦ୍ୟୋଗିତାର ଏକ ନୂଆ ଯୁଗରେ ପ୍ରବେଶ କରୁଛି।ଖାଦ୍ୟ ଓ ପୋଷଣ ସୁରକ୍ଷା ସୁନିଶ୍ଚିତ କରିବା, ଗ୍ରାମାଂଚଳରେ ନିଯୁକ୍ତି ବୃଦ୍ଧି କରିବା, ମତ୍ସ୍ୟଜୀବୀ ଓ ମାଛଚାଷୀଙ୍କ ଆୟ ବଢ଼ାଇବା ଏବଂ ସାମୁଦ୍ରିକ ଖାଦ୍ୟ ଉତ୍ପାଦର ରପ୍ତାନିକୁ ପ୍ରୋତ୍ସାହିତ କରିବାରେ ଏହି କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ସରକାରଙ୍କ ବିଭିନ୍ନ ଯୋଜନା, ଭିତିଭୂମିରେ ନିବେଶ ଏବଂ ପ୍ରଯୁକ୍ତିଗତ ନବସୃଜନର ପରିଣାମସ୍ୱରୂପ ମତ୍ସ୍ୟ କ୍ଷେତ୍ରର ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳାରେ ପରିବର୍ତନ ଦେଖିବାକୁ ମିଳୁଛି।ମତ୍ସ୍ୟ ବିଭାଗ ଶୁକ୍ରବାର ଏକ ବିବୃତିରେ କହିଛି ଯେ, ମାଛ ଉତ୍ପାଦନ ସହିତ ଏବେ ଏହାର ପ୍ରକ୍ରିୟାକରଣ, ପ୍ୟାକେଜିଂ, ବ୍ରାଣ୍ଡିଂ, ସଂରକ୍ଷଣ ଏବଂ ବିପଣନ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି। ରାନ୍ଧିବା ପାଇଁ ପ୍ରସ୍ତୁତ (ରେଡି-ଟୁ-କୁକ୍) ଏବଂ ଖାଇବା ପାଇଁ ପ୍ରସ୍ତୁତ (ରେଡି-ଟୁ-ଇଟ୍) ମତ୍ସ୍ୟ ଉତ୍ପାଦର ବଢ଼ୁଥିବା ଚାହିଦା ମୂଲ୍ୟ ସଂବର୍ଦ୍ଧନ ଆଧାରିତ ବ୍ୟବସାୟ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ଏହାଦ୍ୱାରା ଉତ୍ପାଦକମାନଙ୍କୁ ଉନ୍ନତ ବଜାର ଏବଂ ଉଚିତ ମୂଲ୍ୟ ମିଳିବାର ସମ୍ଭାବନା ବଢ଼ୁଛି। ଏଥିସହ ଉତ୍ପାଦର ଗୁଣବତା, ସଂରକ୍ଷଣ ଅବଧି ଏବଂ ବଜାର ପର୍ଯ୍ୟନ୍ତ ପହଂଚିବା ସୁଧୁରିବା ଫଳରେ ଅମଳ ପରବର୍ତୀ କ୍ଷତି କମାଇବାରେ ମଧ୍ୟ ସହାୟତା ମିଳୁଛି।ମତ୍ସ୍ୟ କ୍ଷେତ୍ରର ବିକାଶକୁ ଗତି ଦେବା ପାଇଁ କେନ୍ଦ୍ର ସରକାର ୨୦୧୫ ମସିହାଠାରୁ ସାର୍ବଜନୀନ ନିବେଶରେ ଉଲ୍ଲେଖନୀୟ ବୃଦ୍ଧି କରିଛନ୍ତି। ନୀଳ ବିପ୍ଳବ ଯୋଜନା, ମତ୍ସ୍ୟପାଳନ ଓ ଜଳକୃଷି ଭିତିଭୂମି ବିକାଶ ପାଣ୍ଠି (ଏଫଆଇଡିଏଫ), ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସୱାଇ), ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମୃଦ୍ଧି ସହ-ଯୋଜନା (ପିଏମ-ଏମକେଏସଏସୱାଇ) ଏବଂ କିଷାନ କ୍ରେଡିଟ୍ କାର୍ଡ (କେସିସି) ଭଳି ଯୋଜନା ମାଧ୍ୟମରେ ମୋଟ ୩୯,୨୭୨ କୋଟି ଟଙ୍କାର ଅର୍ଥରାଶି ପ୍ରତିବଦ୍ଧ କରାଯାଇଛି।ଏହି ଯୋଜନାଗୁଡ଼ିକର ଉଦ୍ଦେଶ୍ୟ ମାଛ ଉତ୍ପାଦନ ବୃଦ୍ଧି ସହିତ ଆଧୁନିକ ଭିତିଭୂମିର ବିକାଶ, ଅମଳ ପରବର୍ତୀ ପରିଚାଳନାକୁ ସୁଦୃଢ଼ କରିବା ଏବଂ ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି କରିବା। ଏହି ପଦକ୍ଷେପଗୁଡ଼ିକ ଦେଶର ୭୪.୬୬ ଲକ୍ଷ ମତ୍ସ୍ୟଜୀବୀ ଓ ମାଛଚାଷୀଙ୍କ ଜୀବିକାକୁ ସହାୟତା ଯୋଗାଉଛି।ମତ୍ସ୍ୟ ଉତ୍ପାଦଗୁଡ଼ିକୁ ସୁରକ୍ଷିତ ଏବଂ ଉନ୍ନତ ଗୁଣବତା ସହ ବଜାରରେ ପହଂଚାଇବା ପାଇଁ ପରିବହନ ଓ ଲଜିଷ୍ଟିକ୍ସ ସୁବିଧାର ବିସ୍ତାର ଉପରେ ବିଶେଷ ଜୋର ଦିଆଯାଉଛି। ଏଥିପାଇଁ ୩,୩୯୩.୮୫ କୋଟି ଟଙ୍କାର ନିବେଶରେ ମାଛ ପରିବହନ ବ୍ୟବସ୍ଥା, ହୋଲସେଲ୍ ଓ ଖୁଚୁରା ବଜାର, ଫିଶ୍ କିଓସ୍କ, ଫିଡ୍ ମିଲ୍, ଆଇସ୍ ପ୍ଲାଂଟ, କୋଲ୍ଡ ଷ୍ଟୋରେଜ୍ ଏବଂ ମୂଲ୍ୟ ସଂବର୍ଦ୍ଧିତ ଉଦ୍ୟୋଗ ଏକକ ସମେତ ୪୬,୫୦୦ଟି ସୁବିଧା ବିକଶିତ କରାଯାଇଛି।ଏହା ବ୍ୟତୀତ ପାଂଚଟି ଆଧୁନିକ ଓ ସ୍ମାର୍ଟ ମାଛ ବଜାର ବିକଶିତ କରାଯାଉଛି। ଏଥିରେ ଉନ୍ନତ ସୂଚନା ପ୍ରଯୁକ୍ତି, ସବୁଜ ପ୍ରଯୁକ୍ତି ଏବଂ ଆଧୁନିକ ଲଜିଷ୍ଟିକ୍ସ ବ୍ୟବସ୍ଥାକୁ ଏକୀକୃତ କରାଯାଉଛି। ଏହି ବଜାରଗୁଡ଼ିକରୁ ପ୍ରାୟ ୧୫,୯୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା ରହିଛି। ଉନ୍ନତ କୋଲ୍ଡ ଚେନ୍ ବ୍ୟବସ୍ଥା ମାଛର ଗୁଣବତ୍ତା ବଜାୟ ରଖିବା, ନଷ୍ଟ ହେବାର ଆଶଙ୍କା କମାଇବା ଏବଂ ଉତ୍ପାଦକମାନଙ୍କୁ ବଡ଼ ବଜାର ସହ ଯୋଡ଼ିବାରେ ସହାୟକ ହେବ।ମତ୍ସ୍ୟପାଳନ କ୍ଷେତ୍ରରେ ପ୍ରଯୁକ୍ତିଗତ ନବସୃଜନ ମଧ୍ୟ ଦ୍ରୁତଗତିରେ ସ୍ଥାନ ପାଉଛି। ଉଦ୍ୟୋଗ ଓ ମାଛଚାଷୀମାନଙ୍କ ଦ୍ୱାରା କୃତ୍ରିମ ବୁଦ୍ଧିମତା (ଏଆଇ), ଇଂଟରନେଟ୍ ଅଫ୍ ଥିଙ୍ଗ୍ସ (ଆଇଓଟି), ବ୍ଲକଚେନ୍, ଡ୍ରୋନ୍ ଏବଂ ସ୍ମାର୍ଟ କୋଲ୍ଡ ଚେନ୍ ଭଳି ପ୍ରଯୁକ୍ତିର ବ୍ୟବହାର ବଢ଼ୁଛି।ଏହି ପ୍ରଯୁକ୍ତିଗୁଡ଼ିକ ସାହାଯ୍ୟରେ ମାଛଚାଷରେ ଜଳର ଗୁଣବତା ନିରୀକ୍ଷଣ, ଉତ୍ପାଦନ ପରିଚାଳନା, ରୋଗ ଚିହ୍ନଟ, ଉତ୍ପାଦର ଟ୍ରେସେବିଲିଟି ଏବଂ ଯୋଗାଣ ଶୃଙ୍ଖଳାର ନିରୀକ୍ଷଣକୁ ଉନ୍ନତ କରାଯାଉଛି। ଡିଜିଟାଲ୍ ପ୍ଲାଟଫର୍ମ ଓ ମୋବାଇଲ୍ ଆଧାରିତ ବିପଣନ ଦ୍ୱାରା ଉତ୍ପାଦକମାନେ ସିଧାସଳଖ ଗ୍ରାହକ ଓ ବଜାର ପର୍ଯ୍ୟନ୍ତ ପହଂଚିବାର ସୁଯୋଗ ପାଉଛନ୍ତି। ଏହାଦ୍ୱାରା ମଧ୍ୟସ୍ଥିଙ୍କ ଉପରେ ନିର୍ଭରଶୀଳତା କମାଇବା ଏବଂ ଉତ୍ପାଦର ଉନ୍ନତ ମୂଲ୍ୟ ପାଇବାର ସମ୍ଭାବନା ବଢ଼ୁଛି।ମୂଲ୍ୟ ସଂବର୍ଦ୍ଧନ ଆଧାରିତ ଶିଳ୍ପର ବିସ୍ତାର ପାଇଁ ଉନ୍ନତ ଗୁଣବତାର କଂଚାମାଲ ନିୟମିତ ଭାବେ ଉପଲବ୍ଧ ହେବା ଆବଶ୍ୟକ। ଏହାକୁ ଧ୍ୟାନରେ ରଖି ମାଛର ଜନ୍ୟୁଗତ ଗୁଣବତାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନିଆଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଦ୍ରୁତ ବୃଦ୍ଧି ପାଉଥିବା, ରୋଗ ପ୍ରତିରୋଧକ କ୍ଷମତାଯୁକ୍ତ ଏବଂ ସ୍ଥାନୀୟ ପରିସ୍ଥିତି ଅନୁକୂଳ ଉଚ୍ଚ ଉତ୍ପାଦକତା ସମ୍ପନ୍ନ ପ୍ରଜାତିର ବିକାଶ କରିବା।ଏହି ପଦକ୍ଷେପ ଅଧୀନରେ ଟ୍ରାଉଟ୍, ଚିଙ୍ଗୁଡ଼ି, କତଳା, ରୋହି, ତିଲାପିଆ, ପଙ୍ଗାସିୟସ୍, ସିବାସ୍ ଏବଂ ସ୍କାମ୍ପି ଭଳି ଉଚ୍ଚ ମୂଲ୍ୟର ପ୍ରଜାତିର ଉତ୍ପାଦନ ବଢ଼ାଇବା ଉପରେ ଜୋର ଦିଆଯାଉଛି। ଉନ୍ନତ ପ୍ରଜାତି ଦ୍ୱାରା ଘରୋଇ ବଜାର, ପ୍ରକ୍ରିୟାକରଣ ଶିଳ୍ପ ଏବଂ ରପ୍ତାନି କ୍ଷେତ୍ର ପାଇଁ ଉନ୍ନତ ଗୁଣବତାର କଂଚାମାଲ ଉପଲବ୍ଧତା ବଢ଼ିବାର ଆଶା ରହିଛି। ଏହାଦ୍ୱାରା ମାଛଚାଷୀଙ୍କ ଉତ୍ପାଦକତା ଓ ଲାଭଦାୟକତାରେ ଉନ୍ନତି ସହିତ ମୂଲ୍ୟ ସଂବର୍ଦ୍ଧନ ଆଧାରିତ ଶିଳ୍ପଗୁଡ଼ିକ ମଧ୍ୟ ସୁଦୃଢ଼ ହେବ।ଛୋଟ ମତ୍ସ୍ୟଜୀବୀ ଓ ମାଛଚାଷୀମାନଙ୍କୁ ସଂଗଠିତ କରି ବଡ଼ ବଜାର ସହ ଯୋଡ଼ିବା ପାଇଁ ସାମୂହିକ ଉଦ୍ୟୋଗ ମଡେଲକୁ ପ୍ରୋତ୍ସାହନ ଦିଆଯାଉଛି। ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ୨,୧୯୫ଟି ମତ୍ସ୍ୟ କୃଷକ ଉତ୍ପାଦକ ସଂଗଠନ (ଏଫଏଫପିଓ) ଗଠନରେ ସହଯୋଗ କରାଯାଇଛି।ଏହି ସଂଗଠନଗୁଡ଼ିକ ମାଧ୍ୟମରେ ଛୋଟ ଉତ୍ପାଦକମାନେ ନିଜ ଉତ୍ପାଦକୁ ଏକାଠି କରିପାରିବେ, ସମ୍ବଳର ସାମୂହିକ ବ୍ୟବହାର କରିପାରିବେ ଏବଂ ପ୍ରକ୍ରିୟାକରଣ, ବ୍ରାଣ୍ଡିଂ ଓ ବିପଣନ ଭଳି କାର୍ଯ୍ୟରେ ଏକାଠି ଭାଗ ନେଇପାରିବେ। ଅନେକ ଏଫଏଫପିଓକୁ ଓପନ୍ ନେଟୱର୍କ ଫର୍ ଡିଜିଟାଲ୍ କମର୍ସ (ଓଏନଡିସି) ସହ ମଧ୍ୟ ଯୋଡ଼ାଯାଇଛି, ଯାହାଦ୍ୱାରା ସେମାନଙ୍କ ପାଇଁ ଡିଜିଟାଲ୍ ବଜାରରେ ପହଂଚିବାର ନୂଆ ପଥ ଖୋଲିଛି।ଅନ୍ୟପକ୍ଷରେ, ପିଏମ-ଏମକେଏସଏସୱାଇ ଅଧୀନରେ ଏନସିଡିସି, ନାଫେଡ୍, ଏସଏଫଏସି ଏବଂ ଏନଇଆରଏଏମଏସି ଭଳି ମଧ୍ୟସ୍ଥ ଏଜେନ୍ସିମାନଙ୍କ ସହଯୋଗରେ ୫,୫୦୦ଟି ମତ୍ସ୍ୟ ସମବାୟ ସମିତିକୁ ଏଫଏଫପିଓ ଭାବେ କାର୍ଯ୍ୟ କରିବା ପାଇଁ ସୁଦୃଢ଼ କରାଯାଉଛି। ଏହା ଛୋଟ ଉତ୍ପାଦକମାନଙ୍କ ସାମୂହିକ ଦରକଷା କ୍ଷମତା ବଢ଼ାଇବା ଏବଂ ସେମାନଙ୍କୁ ଆଧୁନିକ ମୂଲ୍ୟ ଶୃଙ୍ଖଳା ସହ ଯୋଡ଼ିବାରେ ସହାୟତା କରିବ।ମତ୍ସ୍ୟ କ୍ଷେତ୍ରରେ ମୂଲ୍ୟ ସଂବର୍ଦ୍ଧନ ମହିଳାମାନଙ୍କ ପାଇଁ ନିଯୁକ୍ତି ଓ ସ୍ୱରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିଛି। ବିଶେଷକରି ମାଛ ଶୁଖାଇବା, ଆଚାର, ପାମ୍ପଡ଼, ସ୍ମୋକ୍ଡ୍ ଫିଶ୍, ମାଛ ଗୁଣ୍ଡ, ପ୍ୟାକେଜିଂ ଏବଂ ଖୁଚୁରା ବିକ୍ରି ଭଳି କାର୍ଯ୍ୟରେ ମହିଳାଙ୍କ ଅଂଶଗ୍ରହଣ ବଢ଼ୁଛ୍ରିଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ଅଧୀନରେ ଗତ ପାଂଚ ବର୍ଷରେ ୧.୨୮ ଲକ୍ଷରୁ ଅଧିକ ମହିଳା ହିତାଧିକାରୀଙ୍କ ଲାଭ ପାଇଁ ୪,୧୫୫ କୋଟି ଟଙ୍କାରୁ ଅଧିକ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କ ଅଂଶ ୧,୫୭୨ କୋଟି ଟଙ୍କା।ମୋବାଇଲ୍ ଫିଶ୍ ବିକ୍ରୟ ଏକକ ଏବଂ ଛୋଟ ପ୍ରକ୍ରିୟାକରଣ ଉଦ୍ୟୋଗ ମାଧ୍ୟମରେ ଉପକୂଳବର୍ତୀ, ଆଭ୍ୟନ୍ତରୀଣ ଏବଂ ଉତର-ପୂର୍ବ ରାଜ୍ୟଗୁଡ଼ିକର ମହିଳାମାନଙ୍କୁ ଜୀବିକାର ନୂଆ ସୁଯୋଗ ମିଳୁଛି। ଏହାଦ୍ୱାରା କେବଳ ସେମାନଙ୍କ ଆର୍ôଥକ ଅଂଶଗ୍ରହଣ ସୁଦୃଢ଼ ହେଉନାହିଁ, ବରଂ ସୁଲଭ ଓ ପ୍ରୋଟିନ୍ରେ ଭରପୂର ମତ୍ସ୍ୟ ଉତ୍ପାଦର ଉପଲବ୍ଧତା ବଢ଼ିବାରୁ ପୋଷଣ ସୁରକ୍ଷାକୁ ମଧ୍ୟ ସମର୍ଥନ ମିଳୁଛି।ଭାରତର ମତ୍ସ୍ୟପାଳନ କ୍ଷେତ୍ର ଏବେ ଉତ୍ପାଦନ ବୃଦ୍ଧି ସହିତ ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ଼ କରିବା ଦିଗରେ ଆଗକୁ ବଢ଼ୁଛି। ପ୍ରକ୍ରିୟାକରଣ, କୋଲ୍ଡ ଚେନ୍, ଆଧୁନିକ ପରିବହନ, ଡିଜିଟାଲ୍ ବିପଣନ, ପ୍ରଯୁକ୍ତିଗତ ନବସୃଜନ ଏବଂ ଉଦ୍ୟୋଗିତାରେ ନିବେଶ ଏହି ପରିବର୍ତନର ପ୍ରମୁଖ ଆଧାର ।
--------------
ହିନ୍ଦୁସ୍ଥାନ ସମାଚାର / ଗଗନ