ଲଖନପୁର ତହସିଲ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ବାର୍ଷିକ ରାଜସ୍ୱ ହିସାବ ସମାଧାନ ଓ ପ୍ରଶାସନିକ ଯାଞ୍ଚ
Yearly revenue meeting at Lakhanpur
ଲଖନପୁର ତହସିଲ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ବାର୍ଷିକ ରାଜସ୍ୱ ହିସାବ


ଝାରସୁଗୁଡ଼ା, ୩୦ ଅକ୍ଟୋବର (ହି.ସ.) ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଲଖନପୁର ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରି ବାର୍ଷିକ ରାଜସ୍ୱ ବନ୍ଦୋବସ୍ତ, ହିସାବ ସମାଧାନ ତଥା ବର୍ଷ ଶେଷ ପ୍ରଶାସନିକ ଯାଞ୍ଚ ସମ୍ପାଦନ କରିଛନ୍ତି। ତହସିଲଦାର ପ୍ରସନ୍ନ କୁମାର ପଟେଲଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ସମୀକ୍ଷାରେ ଲଖନପୁର ତହସିଲ ଅନ୍ତର୍ଗତ ସମସ୍ତ ୧୧ ଗୋଟି ରାଜସ୍ୱ ନିରୀକ୍ଷକ (ଆର୍.ଆଇ.) ମଣ୍ଡଳ ଏବଂ ତହସିଲ କାର୍ଯ୍ୟାଳୟର ବାର୍ଷିକ ରାଜସ୍ୱ ଆଦାୟ, ବକେୟା ହିସାବ, ଖତିୟାନ ତଥା ନଥିପତ୍ରର ବିସ୍ତୃତ ଯାଞ୍ଚ କରାଯାଇଛି। ରାଜସ୍ୱ ସମ୍ପର୍କିତ ସମସ୍ତ ସରକାରୀ ହିସାବନିକାଶ ନିର୍ଭୁଲ ରଖିବା ସହ ଜନସାଧାରଣଙ୍କ ସମସ୍ତ ରାଜସ୍ୱ ମାମଲାକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସ୍ୱଚ୍ଛତାର ସହିତ ଫଇସଲା କରିବାକୁ ଜିଲ୍ଲାପାଳ ତହସିଲଦାର ଓ ସମସ୍ତ ରାଜସ୍ୱ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande