
ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- କେନ୍ଦ୍ରମନ୍ତ୍ରୀ
ଶିବରାଜ ସିଂଙ୍କ ମାତୃ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି ।
ଏକ୍ସ ହ୍ୟାଣ୍ଡେଲରେ ଏକ ଶୋକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର
କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ମାତା ଶ୍ରୀମତୀ କାଶୀ ବାଈ ଜୀଙ୍କ
ଦେହାନ୍ତ ଖବର ଶୁଣି ମୁଁ ଗଭୀର ମର୍ମାହତ।
ଏହି ଗଭୀର ଦୁଃଖର
ମୁହୂର୍ତ୍ତରେ ମୁଁ ଶ୍ରୀ ଶିବରାଜ ସିଂହ ଚୌହାନ ଜୀ ଏବଂ ତାଙ୍କର ସମଗ୍ର ଶୋକସନ୍ତପ୍ତ ପରିବାର
ପ୍ରତି ମୋର ହାର୍ଦ୍ଦିକ ସମବେଦନା ଜଣାଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦିବଙ୍ଗତ ଆତ୍ମାଙ୍କୁ
ଚିରଶାନ୍ତି ପ୍ରଦାନ କରିବା ସହ ଏହି ଅପୂରଣୀୟ କ୍ଷତିକୁ ସହ୍ୟ କରିବା ପାଇଁ ଶୋକସନ୍ତପ୍ତ
ପରିବାରକୁ ଧୈର୍ଯ୍ୟ, ସାହସ ଓ ଶକ୍ତି ପ୍ରଦାନ କରନ୍ତୁ ।
ଓୟୁଏଟିରେ ହେଉଥିବା ପିଏମ
କିସାନ ସମାରୋହରେ ଶିବରାଜ ସିଂହ ଚୌହ୍ୱାନଙ୍କ ମାତା ଶ୍ରୀମତୀ କାଶୀ ବାଈଙ୍କ ଉଦ୍ଦେଶ୍ୟରେ ନିରବ
ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସେ କହିଛନ୍ତି ଯେ, କେନ୍ଦ୍ର
କୃଷିମନ୍ତ୍ରୀଙ୍କ ଓଡ଼ିଶା ପାଇଁ ପୂର୍ବରୁ ବହୁତ ସହଯୋଗ ରହି ଆସିଛି। ତେଣୁ ଏଭଳି ସମୟରେ ତାଙ୍କ
ପରିବାର ବର୍ଗଙ୍କୁ ଧୈର୍ଯ୍ୟ ସହ ଦିବଂଗତ ଆତ୍ମାର ଶାନ୍ତି ଉଦ୍ଦେଶ୍ୟରେ ଏକ ମିନିଟ ନିରବ
ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା