
ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ବାତ୍ୟା
ଅର୍ଣ୍ଣବଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଗଞ୍ଜାମ ଓ ଗଜପତିରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚାଷୀମାନେ ପ୍ରଭାବିତ
ହୋଇଛନ୍ତି। ଫସଲ କ୍ଷତି ହୋଇଛି। ଏ ବର୍ଷ ଚାଷ ଆରମ୍ଭରୁ ବନ୍ୟା ଆସିଲା। ପାଣିପାଗ ପରିବର୍ତ୍ତନ
ପାଇଁ ଏସବୁ ଘଟୁଛି। ବାତ୍ୟା ଅର୍ଣ୍ଣବ ମୁକାବିଲା ପାଇଁ ଆମେ ପୂର୍ବରୁ ପ୍ରସ୍ତୁତି କରିଥିଲୁ।
ଆମେ ପ୍ରଭାବିତ ଜିଲ୍ଲାକୁ ସଚିବ ଓ ମନ୍ତ୍ରୀଙ୍କୁ ପଠାଇଥିଲୁ। ବାତ୍ୟା ଆନ୍ଧ୍ରରେ ଲ୍ୟାଣ୍ଡଫଲ
ପରେ ଦିଗ ବଦଳାଇଲା। ଆମେ ମାଲକାନଗିରିରେ ଅଧିକ କ୍ଷତି କରିବ ବୋଲି ଭାବିଥିଲୁ। ହେଲେ ଗଂଜାମ ଓ
ଗଜପତି ଜିଲ୍ଲାରେ ପ୍ରବଳ କ୍ଷତି କରିଛି। ଆମେ କେନ୍ଦ୍ର ସରକାରଙ୍କ ସହାୟତା ମାଗିଥିଲୁ।
ଗୃହମନ୍ତ୍ରୀଙ୍କ ସହ କଥା ହୋଇଥିଲି। କେନ୍ଦ୍ର ସରକାର ଆମକୁ ତୁରନ୍ତ ସହାୟତା ଯୋଗାଇଛନ୍ତି। ଏମିତି କି ହେଲିକ୍ୟାପ୍ଟରରେ
ଉଦ୍ଧାର କାର୍ଯ୍ୟ ହୋଇଛି। ଆମ ଟିମ ସମ୍ପୂର୍ଣ୍ଣ ସଜାଗ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା