ଅର୍ଣ୍ଣବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି, ଉଦ୍ଧାର କାର୍ଯ୍ୟ ଜାରି , ମନ୍ତ୍ରୀଙ୍କ ସମୀକ୍ଷା
ଭୁବନେଶ୍ୱର, ୩୦ ଅକ୍ଟୋବର (ହି.ସ)- ରାଜୀବ ଭବନ ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷଠାରେ ଏସଆରସି ଏବଂ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ଅର୍ଣବ ର ପ୍ରଭାବରେ ଲଗାଣ ବର୍ଷା ଦ୍ୱାରା କ୍ଷୟକ୍ଷତି ସ୍ଥିତି
fgrth


ଭୁବନେଶ୍ୱର, ୩୦ ଅକ୍ଟୋବର (ହି.ସ)- ରାଜୀବ ଭବନ ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷଠାରେ ଏସଆରସି ଏବଂ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ଅର୍ଣବ ର ପ୍ରଭାବରେ ଲଗାଣ ବର୍ଷା ଦ୍ୱାରା କ୍ଷୟକ୍ଷତି ସ୍ଥିତି ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି । ବାତ୍ୟା ପରବର୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ସମନ୍ୱିତ ପଦକ୍ଷେପ ମାଧ୍ୟମରେ ଜନସାଧାରଣଙ୍କ ସୁରକ୍ଷା ଏବଂ ବିପର୍ଯ୍ୟୟର ପ୍ରଭାବ ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଛି।

ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ, ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ଓ ରାୟଗଡ଼ ଆଦି ଜିଲ୍ଲା ରେ ବାତ୍ୟ ଅର୍ଣ୍ଣବ୍ ଯୋଗୁଁ ଅଧିକ ପ୍ରଭାବିତ ହୋଇଛି। ଗଞ୍ଜାମ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ଗଜପତି ଓ କନ୍ଧମାଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି। ବାତ୍ୟା ପରବର୍ତୀ ବୃଷ୍ଟିପାତ ଯୋଗୁଁ ଅନେକ ଗ୍ରାମ ଜଳବନ୍ଦୀ ହୋଇପଡ଼ିଛି ଏବଂ ରାସ୍ତାଘାଟର ବ୍ୟାପକ କ୍ଷତି ଘଟିଛି। ଏହି ପରିସ୍ଥିତିରେ ପ୍ରଭାବିତ ଅଂଚଳରେ ଏନଡିଆରଏଫ୍,ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀ ଉଦ୍ଧାର ଓ ରିଲିଫ୍ ରେ ନିୟୋଜିତ ହୋଇଛନ୍ତି। ହେଲିକପ୍ଟର ମାଧ୍ୟମରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଓ ଖାଦ୍ୟ ସାମଗ୍ରୀ ବଂଟନ କରାଯାଉଛି। ହଜାର ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତରିତ କରାଯାଇଛି। ସବୁଠାରୁ ଅଧିକ ଗଞ୍ଜାମ (୪୨,୫୬୪), ଗଜପତି (୩୦,୦୦୦) ଏବଂ କନ୍ଧମାଳ (୧୨,୦୦୦) ଜିଲ୍ଲାର ଲୋକମାନେ ପ୍ରଭାବିତ ହୋଇଛନ୍ତି। ବିପଦପୂର୍ଣ୍ଣ ଅଂଚଳରୁ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରାଯାଇଛି। ପ୍ରଭାବିତ ଲୋକଙ୍କ ପାଇଁ ରିଲିଫ୍ କ୍ୟାମ୍ପ (ଆଶ୍ରୟସ୍ଥଳୀ) ଖୋଲାଯାଇଛି ।

ଏହି ସ୍ଥାନାନ୍ତର ପ୍ରକିୟାରେ ଗର୍ଭବତୀ ମହିଳାମାନଙ୍କୁ ସର୍ବାଗ୍ରେ ସୁରକ୍ଷିତ ସ୍ଥାନକୁ ଅଣାଯାଇ ସେମାନଙ୍କୁ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଓ ଔଷଧ ଯୋଗାଇ ଦିଆଯାଉଛି। ଏହା ସହିତ ରିଲିଫ୍ କ୍ୟାମ୍ପଗୁଡ଼ିକରେ ଶୁଖିଲା ଖାଦ୍ୟ, ଚାଉଳ, ଗୁଡ଼, ପଲିଥିନ୍ ସିଟ୍ ଏବଂ ବିଶୁଦ୍ଧ ପାନୀୟ ଜଳ ବଂଟନ କରାଯାଉଛି। କ୍ଷତିଗ୍ରସ୍ତ ରାସ୍ତାଘାଟ ଓ ବିଦ୍ୟୁତ୍ ସେବାକୁ ଯୁଦ୍ଧକାଳୀନ ଭିତିରେ ପୁନରୁଦ୍ଧାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ରିଲିଫ୍ ଏବଂ ପୁନର୍ବାସ କାର୍ଯ୍ୟକୁ ଅଧିକ ଜୋରଦାର କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande