
ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ମହର୍ଷି ସ୍ୱାମୀ
ଦୟାନନ୍ଦ ସରସ୍ୱତୀଙ୍କ ପୁଣ୍ୟତିଥିରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ
ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଧର୍ମେନ୍ଦ୍ର
ପ୍ରଧାନ କହିଛନ୍ତି ଯେ, ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ସ୍ୱାମୀ ଦୟାନନ୍ଦ ସରସ୍ୱତୀ
ଜୀଙ୍କ ପୁଣ୍ୟତିଥି ଅବସରରେ ତାଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି। ସତ୍ୟ, ଜ୍ଞାନ ଓ ସାମାଜିକ ସଂସ୍କାର ପ୍ରତି ସମର୍ପିତ ତାଙ୍କର ବିଚାରଧାରା
ସମାଜକୁ ଏକ ନୂତନ ଦିଗ ଦେଇଥିଲା। ତାଙ୍କର ମହାନ ଶିକ୍ଷା ଓ ଆଦର୍ଶ ସର୍ବଦା ଦେଶ ଓ ସମାଜକୁ
ପ୍ରେରଣା ଯୋଗାଇ ଚାଲିଥିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା