
ଧର୍ମଶାଳା,୩୦ଅକ୍ଟୋବର(ହି.ସ.) - ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅଂଚଳରେ ଚର୍ଚ୍ଚା । ଗୁରୁବାର ବିଳମ୍ବିତ ରାତିରେ ବ୍ରହ୍ମବରଦା ଥାନା ଅନ୍ତର୍ଗତ ମହେଶ୍ୱରପୁର ଚାନ୍ଦପୁରସ୍ଥ ବ୍ରାହ୍ମଣୀ ନଦୀ ସେତୁ ନିକଟରେ ଦୁଇଭାଇଙ୍କ ମୁଣ୍ଡରେ ବନ୍ଧୁୁକ ଲଗାଇ ଅପହରଣ କରି ଏକ ଅଜଣା ସ୍ଥାନକୁ ନେଇ ଯାଇଥିଲେ । ସେମାନଙ୍କ ପାଖରେ ଥିବା ଏକ ଲକ୍ଷ କୋଡିଏ ହଜାର ଟଙ୍କା ସହ ଏକ ସୁନା ଚେନ ଓ ବୋବାଇଲ ନେଇ ଯାଇଥିବା ନେଇ ବ୍ରହ୍ମବରଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ଅଭିଯୋଗ ମୁତବାକ,ଚନ୍ଦପୁର ଗ୍ରାମର ସେକ୍ ତବାରକ୍ଙ୍କ ଦୁଇ ପୁଅ ସେକ୍ ତଫିକ୍ ଓ ସେକ୍ ତହିକ୍ ଦୁହେକ୍ନିଜ କାର ଯୋଗେ ଜାରକାରୁ ହୋଟୋଲ ବନ୍ଦ କରି ଘରକୁ ଫେରୁ ଥିଲେ । ପୂର୍ବ ଯୋଜନା ମୁତବାକ ଚାନ୍ଦପୁର ବ୍ରାହ୍ମଣୀ ନଦୀ ସେତୁ ନିକଟରେ ଚାନ୍ଦପୁର ଗ୍ରାମର ସେକ୍ ଇରଫାନ୍ ଓ ସେକ୍ ଇସଲାମ୍ ଓ ଅନ୍ୟ ଦୁଇ ସହଯୋଗୀ ତାଙ୍କ କାରକୁ ଅଟକାଇ ଥିଲେ । ସେମାନେ କାର କାଚ ଖୋଲିବା ପରେ ଇରଫାନ ଓ ତାଙ୍କ ସହଯୋଗୀ ତଫିକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୁହିଁଙ୍କୁ ଅଜଣା ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ସେମାନଙ୍କୁ ମାଡ ମାରି ପାଖରେ ଥିବା ୧ଲକ୍ଷ ୨୦ ହଜାର ଟଙ୍କା ସହ ଏକ ସୁନା ଚେନ୍ ଓ ମୋବାଇଲ ଲୁଟ କରି ନେଇ ପଳାଇ ଥିଲେ । କୌଶଳକ୍ରମେ ତଫିକ୍ ଏବଂ ତାର ସାନଭାଇ ତହିକ୍ ସେଠାରୁ ଖସି ଆସି ଘରେ ପଂହଚି ଥିଲେ । ଘରେ ପଂହଚି ସବୁ କଥା କହିବା ପରେ ପରିବାର ଲୋକେ ସେମାନଙ୍କୁ ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରିଥିଲେ । ପରେ ଆଜି ବ୍ରହ୍ମବରଦା ଥାନାରେ ସେକ୍ ତଫିକ୍ ଇରଫାନ ଓ ଇସଲାମଙ୍କ ସମେତ ତାଙ୍କ ଅନ୍ୟ ଦୁଇ ସହଯୋଗୀଙ୍କ ନାମରେ ଏତଲା ଦେଇଥିଲେ । ପୁଲିସ ଏହି ଘଟଣାରେ ୧୯୯/୨୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଖୁବ୍ ଶିଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଥାନା ଏସ୍ଆଇ କୈଳାସ ଚନ୍ଦ୍ର ଭଦ୍ର ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ