
ଜୟପୁର, ୩୦ ଅକ୍ଟୋବର (ହି.ସ.) - ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଯୋଗ୍ୟ ଚାଷୀମାନଙ୍କୁ କୃଷି କାର୍ଯ୍ୟରେସହାୟତା ପ୍ରଦାନ ନିମନ୍ତେ ବାର୍ଷିକ ୬,୦୦୦ ଟଙ୍କା ହାରରେ ପ୍ରତି ଚାରି ମାସରେ ୨,୦୦୦ ଟଙ୍କା ଲେଖାଏଁ ଆର୍ôଥକ ସହାୟତା ପ୍ରଦାନ କରାଯାଉଛି।
ଏହି ଯୋଜନାର ୨୪ତମ କିସ୍ତି ବଂଟନ କାର୍ଯ୍ୟକ୍ରମ ଅବସରରେ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକର ମୋଟ ୨୪,୦୪୪ ଜଣ ହିତାଧିକାରୀ ଚାଷୀଙ୍କୁ ମୋଟ ୪ କୋଟି ୮୦ ଲକ୍ଷ ୮୮ ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରାଯାଇଛି।
ଆଜିର ଏହି କାର୍ଯ୍ୟକ୍ରମରେ କୋରାପୁଟର ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ରଘୁରାମ ମାଛ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
ପିଏମ୍-କିଷାନ ଯୋଜନାର ସୁବିଧା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ହିତାଧିକାରୀ ଚାଷୀମାନଙ୍କୁ କେତେକ ଆବଶ୍ୟକୀୟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ସେଗୁଡ଼ିକ ହେଲା ଜମିର ରେକର୍ଡ ସଂଯୋଗ , ଚାଷୀ ପଞ୍ଜୀକରଣ , ବ୍ୟାଙ୍କ ଖାତା ସହିତ ଆଧାର ଲିଙ୍କ୍ ସମ୍ପୂର୍ଣ୍ଣ କରିବା।
ଏଥିସହିତ ଅନଲାଇନ୍ ପଞ୍ଜୀକରଣ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର ମାଧ୍ୟମରେ ଆବଶ୍ୟକୀୟ ପ୍ରକ୍ରିୟା ସମ୍ପାଦନ କରିହେବ। ହିତାଧିକାରୀ ଚାଷୀମାନେ ନିଜର ସ୍ଥିତି ଓ କିସ୍ତି ସମ୍ପର୍କିତ ତଥ୍ୟ ଯାଂଚ କରିବା ସହ ଆବଶ୍ୟକୀୟ ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି।
ଏହି ଯୋଜନା ମାଧ୍ୟମରେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ଆର୍ôଥକ ସହାୟତା ଯୋଗାଇ କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ସହ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟତା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / ପିକେପି