
ଭୁବନେଶ୍ୱର,୩୦ ଅକ୍ଟୋବର (ହି.ସ)- ଦୁର୍ନୀତି ନିବାରଣ ସଚେତନତା ସପ୍ତାହ 'ପାଳନ ଅବସରରେ ଶୁକ୍ରବାର ଓଡିଶା ବିଧାନସଭା ପରିସରରେ ସାଧୁତା ଶପଥ ପାଠ ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ନିବାରଣ ପାଇଁ ନିଜର ନିରନ୍ତର ଉଦ୍ୟମ ଜାରି ରଖିବା ସହ ପୂର୍ଣ୍ଣ ସ୍ୱଛତା ଓ ନୈତିକତାର ସହ ନିଜର ନିଷ୍ଠାପର ସେବା ପ୍ରଦାନକୁ ଜାରି ରଖିବା ପାଇଁ ଶପଥ ଗ୍ରହଣ କରିଛନ୍ତି ।
ଏହି ଅବସରରେ ବିଧାନସଭାର ସଚିବ ସତ୍ୟବ୍ରତ ରାଉତ, ମୁଖ୍ୟ ନିରାପତା ଅଧିକାରୀ ଗୋପାଳ ବେହେରା, ଯୁଗ୍ମସଚିବ ଶ୍ରମତୀ କସ୍ତୁରୀ ପ୍ରଧାନ,ବିଦ୍ୟାଧର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା