ରାଉରକେଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ
ରାଉରକେଲା, ୩୧ ଅକ୍ଟୋବର (ହି.ସ.) - ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ରାଉରକେଲା ମିଳିତ ସହଯୋଗରେ ସ୍ଥାନୀୟ ଆଇଟିଡିଏ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଚଳିତ ବର୍ଷ ଅକ୍ଟୋବର ୨୬ ରୁ ନଭେମ୍ବର ୧ତାରିଖ ପର୍ଯ୍ୟନ୍ତ ଦୁର
ରାଉରକେଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ


ରାଉରକେଲା, ୩୧ ଅକ୍ଟୋବର (ହି.ସ.) - ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ରାଉରକେଲା ମିଳିତ ସହଯୋଗରେ ସ୍ଥାନୀୟ ଆଇଟିଡିଏ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଚଳିତ ବର୍ଷ ଅକ୍ଟୋବର ୨୬ ରୁ ନଭେମ୍ବର ୧ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି ।

ଆଜିର କାର୍ଯ୍ୟକ୍ରମରେ ପଶ୍ଚିମାଂଚଳ ଆରକ୍ଷୀ ଉପମହାନୀରିକ୍ଷକ ଶ୍ରୀ ବ୍ରିଜେଶ ରାଏ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ କ୍ଷ ଏହି ଅବସରରେ ସେ କହିଥିଲେ ଯେ ଚଳିତ ବର୍ଷ ଏହି ଦୁର୍ନୀତି ନିବାରଣ ସପ୍ତାହ ପାଳନର ଶୀର୍ଷକ ହେଉଛି ସାଧୁତାରୁ ସମୃଦ୍ଧି' । ସମସ୍ତଙ୍କ ମିଳିତ ସହଯୋଗରେ ଦୁର୍ନୀତି ମୁକ୍ତ ସମାଜ ଗଠନ କରା ଯାଇପାରିବ କ୍ଷ ଯୁବ ପିଢି ମାନେ ଏହା ପାଇଁ ଆଗେଇ ଆସନ୍ତୁ । ଦୁର୍ନୀତି ନିବାରଣ କଲେ ହିଁ ସମାଜର ତଥା ଦେଶର ପ୍ରଗତି ସୁନିଶ୍ଚିତ ହେବ ।

ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର କହିଥିଲେ ଯେ ଦୁର୍ନୀତି ମୁକ୍ତ ସମାଜ କେବଳ ଆଇନ ଦ୍ୱାରା ନୁହେଁ ବରଂ ପ୍ରତ୍ୟେକ ବ୍ୟକ୍ତି ର ସଚ୍ଚୋଟତା ଓ ନୈତିକ ଆଚରଣ ଦ୍ୱାରା ଗଠିତ ହୋଇଥାଏ ।

ମୁଖ୍ୟ ବକ୍ତାଭାବରେ ଯୋଗଦାନ କରି ଇସ୍ପାତ ମହାବିଦ୍ୟାଳୟ ଅଧ୍ୟାପକ ଆଲୋକ କୁମାର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ପ୍ରତ୍ୟେକ ବ୍ୟକ୍ତି ଦୁର୍ନୀତି ଠାରୁ ନିବୃତ ରହିବା ସହିତ ସାଧୁତାର ସହିତ ସମସ୍ତେ ନିଜ କାର୍ଯ୍ୟ ସମ୍ପାଦନ କରିବାକୁ କହିଥିଲେ । ସମସ୍ତଙ୍କୁ ନିଜ ମାନସିକତାରେ ପରିବର୍ତନ କରିବାକୁ ଆହ୍ୱାନ କରିଥିଲେ ।

ଆରକ୍ଷୀ ଅଧିକ୍ଷକ ଦୁର୍ନୀତି ନିବାରଣ ବିଭାଗ ରାଉରକେଲା ହରେକୃଷ୍ଣ ମାଝୀ ଅଭିଭାଷଣରେ ରାଉରକେଲା ଭିଜିଲାନ୍ସ ଡିଭିଜନ ର ବିଗତ ୨ ବର୍ଷର କାର୍ଯ୍ୟ ଦକ୍ଷତାର ବିବରଣୀ ପ୍ରଦାନ କରିଥିଲେ । ସେ କହିଥିଲେ ଯେ ୧୨.୬.୨୦୨୪ ରୁ ୨୬.୧୦.୨୦୨୬ ମଧ୍ୟରେ ୩୬ ଅପରାଧିକ ମାମଲା ରୁଜୁ ହେବା ସହିତ ୩୫ ଜଣ ସରକାରୀ ଅଧିକାରୀଙ୍କୁ ଗିରଫ କରାଯାଇଛି । ସେଥିରୁ ୫ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ଓ ୬ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ ଅଛନ୍ତି ।

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ ରେ ୮ଟି ମାମଲା ରୁଜୁ କରାଯାଇଛି । ଯେଉଁଥିରେ ନଗଦ ୪୬ଲକ୍ଷ ଟଙ୍କା ଜବତ ହୋଇଛି ।

ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ କୋର୍ଟ ରେ ୧୨୭ଟି ଅଭିଯୋଗ ପତ୍ର ଦାଖଲ ହୋଇଛି । ସୁନ୍ଦରଗଡ ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅଦାଲତ ରେ ୬୨ ଟି ମାମଲା ର ନିଷ୍ପତି ହୋଇଛି । ଏହି ସମୟ ସୀମା ମଧ୍ୟରେ ୩୨ ଟି ମାମଲା ର ଦଣ୍ଡ ବିଧାନ ହୋଇଛି ଏବଂ ୪୧ ଜଣ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦୋଷୀ ସାବ୍ୟସ୍ତ ପରେ ୬ଜଣ ସରକାରୀ କର୍ମଚାରୀଙ୍କୁ ଚାକିରି ରେ ବରଖାସ୍ତ କରାଯିବ ସହିତ ୧୫ ଜଣଙ୍କ ପେନସନ ବନ୍ଦ କରାଯାଇଛି ।

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ କଲେଜ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସେଥିରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଏହା ପୂର୍ବରେ ଆଜି ସକାଳେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟଠାରୁ ଆଇଟିଡିଏ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ପାନପୋଷ କ୍ରୀଡା ଛାତ୍ରାବାସ ର ଛାତ୍ରଛାତ୍ରୀ, ଦୁର୍ନିତି ନିବାରଣ ବିଭାଗର ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ଆଦି ସାମିଲ ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିରକ୍ତ ଜିଲ୍ଳାପାଳ ଦୀନା ଦସ୍ତଗୀର, ରାଉରକେଲା ଏସପି ନୀତେଶ ୱାଧ୍ୱୱାନୀ, ଡିଏଫଓ ରାଉରକେଲା ରବିକାନ୍ତ ମୀନା ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ରାଷ୍ଟ୍ରିୟ ଏକତା ଦିବସ ଓ ଦୁର୍ନୀତି ନିବାରଣ ସପ୍ତାହ ଉପଲକ୍ଷେ ଶପଥ ପାଠ କରାଇଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୁର୍ନୀତି ନିବାରଣ ବିଭାଗ ସୋମନାଥ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରାଉରକେଲା ସୀମା ଫାତିମା ଏକ୍କା ମଂଚ ପରିଚାଳନା କରଥିଲେ ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande