ସ୍ୱାସ୍ଥ୍ୟସେବାରେ ନୂତନ ଜ୍ଞାନକୌଶଳ ଓ ଚିକିତ୍ସା ପଦ୍ଧତି ଉପରେ ଆଲୋଚନା
ବଲାଙ୍ଗିର 1 ଅକ୍ଟୋବର (ହି.ସ.) ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ ଜ୍ଞାନକୌଶଳ, ଆଧୁନିକ ଚିକିତ୍ସା ପଦ୍ଧତି ଏବଂ ରୋଗୀକୈନ୍ଦ୍ରିକ ସେବାକୁ ଅଧିକ ଗୁରୁତ୍ୱ ଦେବା ଲକ୍ଷ୍ୟରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଜାତୀୟ ସ୍ତରୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି । ‘ଟ୍ରାନ୍ସଫର୍ମିଂ ହେଲ୍ଥକେୟାର: ଇ
ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ଜାତୀୟ ସେମିନାର


ବଲାଙ୍ଗିର 1 ଅକ୍ଟୋବର (ହି.ସ.)

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ ଜ୍ଞାନକୌଶଳ, ଆଧୁନିକ ଚିକିତ୍ସା ପଦ୍ଧତି ଏବଂ ରୋଗୀକୈନ୍ଦ୍ରିକ ସେବାକୁ ଅଧିକ ଗୁରୁତ୍ୱ ଦେବା ଲକ୍ଷ୍ୟରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଜାତୀୟ ସ୍ତରୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି । ‘ଟ୍ରାନ୍ସଫର୍ମିଂ ହେଲ୍ଥକେୟାର: ଇମର୍ଜିଂ ଟେକ୍ନୋଲୋଜିଜ୍, ଥେରାପ୍ୟୁଟିକ୍ ଇନୋଭେସନ୍ସ ଆଣ୍ଡ ପେସେଣ୍ଟ ସେଣ୍ଟର୍ଡ ଆପ୍ରୋଚେସ୍’ ଶୀର୍ଷକରେ ଆୟୋଜିତ ଏହି ସମ୍ମିଳନୀର ନାମ ରହିଥିଲା ‘THPCA-୨୦୨୬’ । ବିଶ୍ୱବିଦ୍ୟାଳୟର ଫାର୍ମାସୀ ଓ ନର୍ସିଂ ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ ଏହି ସେମିନାରରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ସ୍ୱାସ୍ଥ୍ୟକର୍ମୀ ଏବଂ ଚିକିତ୍ସା କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ଆଧୁନିକ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅବଗତ କରାଇବା ସହ ନୂତନ ଗବେଷଣା ଓ ଚିକିତ୍ସା ପ୍ରଣାଳୀ ବିଷୟରେ ଜ୍ଞାନ ଆଦାନପ୍ରଦାନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ପୂର୍ବାହ୍ନ ୧୦ଟା ୧୫ ମିନିଟ୍ରେ ମୁଖ୍ୟ ଅତିଥି ଡ. ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କ

ପଟ୍ଟନାୟକ ଓ ପ୍ରଫେସର ସୂର୍ଯ୍ୟନାରାୟଣ ଦାଶ । କାର୍ଯ୍ୟକ୍ରମରେ ଆସିଷ୍ଟାଣ୍ଟ ପ୍ରଫେସର ଭକ୍ତି ପଢାରିଆ ଓ ସ୍ମୃତି ପ୍ରିୟଦର୍ଶିନୀ ମଞ୍ଚ ପରିଚାଳନା କରିଥିଲେ । ପରେ ଅତିଥି ଓ ଅଧ୍ୟାପକ, ଅଧ୍ୟାପିକାଙ୍କୁ ସମ୍ମାନିତ କରାଯିବା ସହ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଶେଷରେ ଆୟୋଜିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ସେମିନାରର ଆକର୍ଷଣକୁ ଆହୁରି ବଢ଼ାଇଥିଲା । ଏହି ଜାତୀୟ ସମ୍ମିଳନୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିବା ସହ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ ଜ୍ଞାନ, ଗବେଷଣା ଓ ନବସୃଜନ ପାଇଁ ଏକ ଉତ୍ତମ ମଞ୍ଚ ସାଜିଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande