ଭିଜିଲାନ୍ସ ସଚେତନତା ଜନଜାଗରଣ ନିମନ୍ତେ ଏମ୍ସ ଭୁବନେଶ୍ୱର ପକ୍ଷରୁ ୱାକାଥନ୍ ଆୟୋଜିତ
ଭୁବନେଶ୍ୱର,୩୧ ଅକ୍ଟୋବର (ହି.ସ.) - ଭିଜିଲାନ୍ସ ସଚେତନତା ସପ୍ତାହ ୨୦୨୬'' ପାଳନ ଅବସରରେ ଏମ୍ସ ଭୁବନେଶ୍ୱର ପକ୍ଷରୁ ଏକ ୱାକାଥନ୍'' ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତର, ଅଧ୍ୟାପକ, ଅଧ୍ୟାପିକା, ଅଧିକାରୀ, କର୍ମଚାରୀ ତଥା ମେଡିକାଲ୍, ନର୍ସିଂ ଏବଂ ପାରାମେଡିକାଲ୍ ଛାତ୍ରଛାତ୍ରୀମାନେ ଉ
njfjff


ଭୁବନେଶ୍ୱର,୩୧ ଅକ୍ଟୋବର (ହି.ସ.) - ଭିଜିଲାନ୍ସ ସଚେତନତା ସପ୍ତାହ ୨୦୨୬' ପାଳନ ଅବସରରେ ଏମ୍ସ ଭୁବନେଶ୍ୱର ପକ୍ଷରୁ ଏକ ୱାକାଥନ୍' ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତର, ଅଧ୍ୟାପକ, ଅଧ୍ୟାପିକା, ଅଧିକାରୀ, କର୍ମଚାରୀ ତଥା ମେଡିକାଲ୍, ନର୍ସିଂ ଏବଂ ପାରାମେଡିକାଲ୍ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଗତକାଲି ଅନୁଷ୍ଠିତ ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦୈନନ୍ଦିନ ଜୀବନରେ ସତର୍କତା (ଭିଜିଲାନ୍ସ) ଏବଂ ସଚ୍ଚୋଟତାର ଗୁରୁତ୍ୱ ସମ୍ପର୍କରେ ଅଂଶଗ୍ରହଣକାରୀ ତଥା ଜନସାଧାରଣଙ୍କୁ ସଚେତନ କରାଇବା। ଏହି ଅବସରରେ ଏକ ସଚ୍ଚୋଟତା ଶପଥ' ପାଠ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଥିରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଏହି ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ, ଏମ୍ସ ଭୁବନେଶ୍ୱରରେ ସ୍ୱଚ୍ଛତା ଏବଂ ନୈତିକ ଆଚରଣର ସଂସ୍କୃତି ଗଢ଼ି ତୋଳିବାରେ ସାମୂହିକ ଦାୟିତ୍ୱବୋଧର ଗୁରୁତ୍ୱକୁ ପ୍ରତିପାଦିତ କରିଥିଲା।

ଏହି କାର୍ଯ୍ୟକ୍ରମରେ ଡିନ୍ (ଏକାଡେମିକ୍) ଡ. ଦିଲ୍ଲୀପ କୁମାର ପରିଡ଼ା, ମେଡିକାଲ୍ ସୁପରିେଂଟଣ୍ଡେଂଟ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ, ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଡ. ମନୋଜ କୁମାର ମହାନ୍ତି ଏବଂ ଡିଡିଏ ଲେଫ୍ଟନାଂଟ କର୍ଣ୍ଣେଲ ଅଭିଜିତ୍ ସରକାର ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande