
ଜୟପୁର, ୩୧ ଅକ୍ଟୋବର (ହି.ସ.) - ଏଆଇଟିୟୁସି ର ୧୦୭ ତମ ପ୍ରତିଷ୍ଠା ଦିବସ କୋରାପୁଟ ଜିଲ୍ଲା କମିଟି ଜୟପୁର ଶ୍ରମିକ କର୍ମଚାରୀ ଭବନ ଠାରେ ପାଳନ କରିଛି । ଏଆଇଟିୟୁସି ଜିଲ୍ଲା ସଭାପତି ଶ୍ରୀ ଯୁଧିଷ୍ଠିର ରାଉଳ ଲାଲ୍ ଝଣ୍ଡା ଉତୋଳନ କରି ଶ୍ରମିକ ସାଥି ମାନଙ୍କୁ କହିଥିଲେ ଯେ ଶ୍ରମିକର ସର୍ବନିମ୍ନ ଆବଶ୍ୟକତା ଖାଦ୍ୟ ବସ୍ତ୍ର ବାସଗୃହ ଶିକ୍ଷା ସ୍ୱାସ୍ଥ୍ୟ ଏହି ପଂଚୋଟି ଆବଶ୍ୟକତା ପାଇଁ ଲଢି ଆସୁଛି । କିନ୍ତୁ ଏହି ଆବଶ୍ୟକତା ପାଇଁ ଆଜି ମଧ୍ୟ ଲଢେଇ ଚାଲିଛି। କୋରାପୁଟ ଜିଲ୍ଲା ର ଖଣି, ପାଣି, ଜମି , ଜଙ୍ଗଲକୁ ବିନିଯୋଗ କରି କଳ କାରଖାନା, ବିଜୁଳି ସୁବିଧା ସବୁ ଉପଭୋଗ କରୁଥିଲା ବେଳେ ସେହି କୋରାପୁଟ ରୁ ପ୍ରତି ଦିନ ଲୋକ ଶହ ଶହ ସଂଖ୍ୟାରେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟ କୁ ଯାଉଛନ୍ତି। ଜୟପୁର ର ସେବା କାଗଜ କଳ ଯାହା ଦଶହଜାର ଲୋକ ଙ୍କୁ ଶ୍ରମ ଯୋଗାଇ ପାରୁଥିଲା ତାହା ଆଜି ବନ୍ଦ ପଡ଼ିଛି।ତାକୁ ପୁନର୍ବାର ଚାଲୁ କରିବା ପାଇଁ ଏଆଇଟିୟୁସି ଲଢ଼େଇ ଜାରି ରଖିଛି।ଆଦିବାସୀ ମାନଙ୍କ ଜମି ଜଳ ଜଙ୍ଗଲ ର ଅଧିକାର ଛଡ଼ାଇନେଉଛି ସରକାର ଏବଂ ଏହି ସକଳ ସମ୍ପଦ କୁ ଆଦାନୀ ଅମ୍ବାନୀ ଡ଼ାଲମିଆଁ ହାତରେ ଟେକିଦେଇ ସାରିଲେଣି। ଖଣିଜ ସମ୍ପଦ ଦ୍ୱାରା ଏଠି କାହିଁକି କାରଖାନା ହେଉନାହିଁ ଏବଂ ଏଠିକାର ଲୋକଙ୍କୁ କାମ କାହିଁକି ମିଳୁନାହିଁ ବୋଲି ଶ୍ରୀ ଯୁଧିଷ୍ଠିର ରାଉଳ ପ୍ରଶ୍ନ କରିଛନ୍ତି। ଏହା ସହିତ ଶ୍ରମ କୋଡ଼ ବାତିଲ୍ କରି ଶ୍ରମିକ ମାନଙ୍କ ଅଧିକାର ଛଡ଼ାଇନେବା ଯୋଜନା ମୋଦୀ ସରକାର କରିଛି। ଏଆଇଟିୟୁସି ଶ୍ରମିକ ର ସଂଜ୍ଞା ନିରୂପଣ ପାଇଁ ମାନ୍ୟବର ସୁପ୍ରିମକୋର୍ଟ ରେ ଯେଉଁ ଆବେଦନ କରିଥିଲା ତାହା ବିଚାର ପାଇଁ ଗ୍ରହଣ ହୋଇଛି। ଚାରିଟେବୁଲ ବା ସେବା ସଂସ୍ଥା ର ଶ୍ରମିକଙ୍କୁ ସେଥିରେ ସାମିଲ କରି ଶ୍ରମିକ ର ଅଧିକାର ଛଡ଼ାଇନେବା ଯୋଜନା ବିରୁଦ୍ଧରେ ଲଢେଇ କରୁଛି ଏଆଇଟିୟୁସି। ଦରଦାମ୍ ବୃଦ୍ଧି ଅତି ଉତ୍କଟ ରୂପ ଧାରଣ କଲାଣି । ଏସମସ୍ତ ବିଷୟ ସହ ସମ୍ବିଧାନ ଓ ଦେଶର ଐକ୍ୟ ସହଂତି କୁ ସୁରକ୍ଷିତ ରଖିବା ପାଇଁ ଆଗାମୀ ଦିନରେ ଏଆଇଟିୟୁସି ଲଢ଼େଇ ଜାରି ରଖିବ । ଆଜିର ସଭାରେ ସର୍ବଶ୍ରୀ ଗୁପ୍ତ ସଗରିଆ, ନନ୍ଦ ହରିଜନ, ଭୂବନ କମାର, କାଗଜ କଳ ଶ୍ରମିକ ଓ ମୋଟର କର୍ମଚାରୀ ସଂଘର ସଭ୍ୟ ମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି