ବିଜେପି ନୂତନ ଜିଲ୍ଲା ଉପ-ସଭାପତି ଭାବେ ଆଡ଼ମା ରାବାଙ୍କ ଦାୟିତ୍ୱ ଗ୍ରହଣ
ମାଲକାନଗିରି , ୩୧ ଅକ୍ଟୋବର (ହି.ସ.) - ମାଲକାନଗିରି ଜିଲ୍ଲା ବିଜେପିର ନୂତନ ଉପ-ସଭାପତି ଭାବେ ଆଜି ବରିଷ୍ଠ ନେତା ଆଡ଼ମା ରାବା ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଥିବାରୁ ଜିଲ୍ଲାର ବିଭିନ୍ନ ମଣ୍ଡଳରୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ଅବସରରେ ଆୟୋଜିତ ସ୍ୱାଗତ ସମାରୋହରେ ଦ
ବିଜେପି ନୂତନ ଜିଲ୍ଲା ଉପ-ସଭାପତି ଭାବେ ଆଡ଼ମା ରାବାଙ୍କ ଦାୟିତ୍ୱ ଗ୍ରହଣ,


ମାଲକାନଗିରି , ୩୧ ଅକ୍ଟୋବର (ହି.ସ.) - ମାଲକାନଗିରି ଜିଲ୍ଲା ବିଜେପିର ନୂତନ ଉପ-ସଭାପତି ଭାବେ ଆଜି ବରିଷ୍ଠ ନେତା ଆଡ଼ମା ରାବା ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଥିବାରୁ ଜିଲ୍ଲାର ବିଭିନ୍ନ ମଣ୍ଡଳରୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ଅବସରରେ ଆୟୋଜିତ ସ୍ୱାଗତ ସମାରୋହରେ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ତାଙ୍କର ଅଭିଜ୍ଞ ନେତୃତ୍ୱ ଓ ସାଂଗଠନିକ ଦକ୍ଷତା ଦ୍ୱାରା ଜିଲ୍ଲାରେ ବିଜେପି ସଂଗଠନ ଆହୁରି ମଜବୁତ, ସୁଦୃଢ଼ ଓ ସମୃଦ୍ଧ ହେବ ବୋଲି ଦଳୀୟ କର୍ମୀମାନେ ଆଶା ପ୍ରକଟ କରିଛନ୍ତି । ନୂତନ ଦାୟିତ୍ୱ ମିଳିବା ପରେ କାଲିମେଳା ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ କର୍ମୀମାନେ ତାଙ୍କୁ ଭେଟି ଫୁଲମାଳ ଦେଇ ଅଭିନନ୍ଦନ ଜଣାଇଛନ୍ତି । ତାଙ୍କ ନିଯୁକ୍ତି ଯୋଗୁଁ ତୃଣମୂଳ ସ୍ତରର କର୍ମୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande