
ଜୟପୁର, ୩୧ ଅକ୍ଟୋବର (ହି.ସ.) - ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ କେ ଭି ପେଙ୍କୁଲୁ ଚାକିରି ରୁ ଅବସର ଗ୍ରହଣ କରିଛନ୍ତି । ଅବସର ଗ୍ରହଣର ଦୁଇ ଦିନ ପୁର୍ବରୁ ଅର୍ଥାତ୍ ତା ୩୧.୧୦.୨୦୨୬ ରିଖ ରେ ଅବସର ଗ୍ରହଣ କରିବାକୁ ଥିବା ବେଳେ ତା ୨୯.୧୦.୨୦୨୬ ରିଖ ଦିନ ହିସାବ ନିୟନ୍ତ୍ରକ ଭୁବନେଶ୍ୱର ଓଡ଼ିଶା ଶ୍ରୀମତି ପେଙ୍କୁଲୁଙ୍କ ପୁର୍ଣ୍ଣାଙ୍ଗ ପେନସନ ମଞ୍ଜୁର କରିଥିବା ଶ୍ରୀ ଶଶୀଭୂଷଣ ଦାଶ ବରିଷ୍ଠ ସହାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଜୟପୁର ସୁଚନା ଦେଇଛନ୍ତି ।
ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପେଙ୍କୁଲୁଙ୍କୁ ଉପଢୌକନ, ଉପହାର ସହିତ ପୁର୍ଣ୍ଣାଙ୍ଗ ପେନସନ ପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଶଶୀଭୂଷଣ ଦାଶ ବରିଷ୍ଠ ସହାୟକ ସଭା ପତିତ୍ୱ କରିଥିବା ବେଳେ କେ ଗୋପାଳ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର, ରାଜେନ୍ଦ୍ର ନାରାୟଣ ପାଢି ବିଭାଗୀୟ ଅଧିକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଜୟପୁର, ସାନ୍ତୁନୁ ଜେନା କନିଷ୍ଠ ସହାୟକ, ଲିପସା ପାତ୍ର, ଶୁଭଶ୍ରୀ ପାତ୍ର, ଦିବ୍ୟା ତେଜା, ମୋନଜ ପଟ୍ଟନାୟକ, ଅନିଲ୍ ସାଗର, କମଳୁ ଜାନି, ଶିକ୍ଷକ କିରଣ ମହାରଣା, ସଶ୍ମିତା ପଟ୍ଟନାୟକ, ମିଥୁନ ନାହକଙ୍କ ସମେତ ପେଙ୍କୁଲୁଙ୍କ ସ୍ୱାମୀ, ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି