ଏସ୍ବିଆଇ ଗ୍ରାହକଙ୍କ ତଥ୍ୟ ଲିକ୍ ଓ ବ୍ୟାଙ୍କ ସେବା ପ୍ରଦାନରେ କର୍ମଚାରୀଙ୍କ ଦୁର୍ନୀତି ନିନ୍ଦନୀୟ: ବିଜେଡି
Bhubaneswar, 31 ଅକ୍ଟୋବର (ହି.ସ.) ଡାର୍କ ୱେବ୍ରେ ଦେଶର ସବୁଠାରୁ ଅଗ୍ରଣୀ ରାଷ୍ଟ୍ରାୟାତ ବ୍ୟାଙ୍କ ଏସ୍ବିଆଇର ପ୍ରାୟ ୩୮୯୭ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଯଥା: ମୋବାଇଲ୍ ନମ୍ୱର, ଜନ୍ମ ତାରିଖ, ଠିକଣା, ଇମେଲ୍, ସିଆଇଏଫ୍ ଆଇଡି ଓ ଋଣ ସମ୍ୱନ୍ଧୀୟ ବିବରଣୀ ଲିକ୍ ହେବା ଘଟଣାକୁ ନେଇ ଗ୍ରାହକମାନେ ନ
ଏସ୍ବିଆଇ ଗ୍ରାହକଙ୍କ ତଥ୍ୟ ଲିକ୍ ଓ ବ୍ୟାଙ୍କ ସେବା ପ୍ରଦାନରେ କର୍ମଚାରୀଙ୍କ ଦୁର୍ନୀତି ନିନ୍ଦନୀୟ: ବିଜେଡି


Bhubaneswar, 31 ଅକ୍ଟୋବର (ହି.ସ.)

ଡାର୍କ ୱେବ୍ରେ ଦେଶର ସବୁଠାରୁ ଅଗ୍ରଣୀ ରାଷ୍ଟ୍ରାୟାତ ବ୍ୟାଙ୍କ ଏସ୍ବିଆଇର ପ୍ରାୟ ୩୮୯୭ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଯଥା: ମୋବାଇଲ୍ ନମ୍ୱର, ଜନ୍ମ ତାରିଖ, ଠିକଣା, ଇମେଲ୍, ସିଆଇଏଫ୍ ଆଇଡି ଓ ଋଣ ସମ୍ୱନ୍ଧୀୟ ବିବରଣୀ ଲିକ୍ ହେବା ଘଟଣାକୁ ନେଇ ଗ୍ରାହକମାନେ ନିଜ ତଥ୍ୟର ସୁରକ୍ଷାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ।

ଏକ ପ୍ରେସ ବିବୃତି ମାଧ୍ୟମରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଏହି ତଥ୍ୟ ଲିକ୍ ଯୋଗୁଁ ହଜାର ହଜାର ଗ୍ରାହକ ଠକେଇର ଶିକାର ହେବାର ଆଶଙ୍କା ରହିଛି । ବ୍ୟାଙ୍କ୍ ନିଜେ ଏହି ଘଟଣା ଚିହ୍ନଟ କରିପାରିନଥିଲା, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଗ୍ରାହକଙ୍କ ତଥ୍ୟର ସୁରକ୍ଷାକୁ ନେଇ ବିଫଳତା ଏବଂ ଓଡ଼ିଶାରେ ଏସ୍ବିଆଇ କର୍ମଚାରୀମାନେ ବ୍ୟାଙ୍କରୁ ଉଠାଣ, ଋଣ ସମ୍ୱନ୍ଧୀୟ କାମ, ବୀମା ରାଶି ଉଠାଣ କିମ୍ୱା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଗ୍ରାହକଙ୍କ ଠାରୁ ନଗଦ ଟଙ୍କା ଦାବି କରୁଥିବା ବାରମ୍ବାର ଅଭିଯୋଗ ହେଉଛି । ଗ୍ରାହକଙ୍କ ପ୍ରତି ସରକାରୀ ବ୍ୟାଙ୍କର ଦାୟିତ୍ୱହୀନତା ନିନ୍ଦନୀୟ । ସାଧାରଣ ଲୋକଙ୍କ ବିଶ୍ୱାସ ଉପରେ ନିର୍ଭର କରି ଚାଲୁଥିବା ଏହି ସରକାରୀ ବ୍ୟାଙ୍କ ନିଜ ଗ୍ରାହକଙ୍କ ତଥ୍ୟ ସୁରକ୍ଷିତ ରଖିବାରେ ବିଫଳ ହେବା ଏବଂ ବ୍ୟାଙ୍କ କର୍ମଚାରୀମାନେ ଗ୍ରାହକଙ୍କ ଠାରୁ ଲାଞ୍ଚ ମାଗିବା ଗ୍ରହଣୀୟ ନୁହେଁ ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଏସ୍ବିଆଇ ତଥ୍ୟ ଲିକ୍ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରି ପ୍ରଭାବିତ ଗ୍ରାହକଙ୍କ ତାଲିକା ନିର୍ଭୁଲ ଭାବେ ପ୍ରକାଶ କରୁ । ଓଡ଼ିଶାରେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ପ୍ରଦାନ କରାଯାଉ । ଗ୍ରାହକଙ୍କ ତଥ୍ୟର ସୁରକ୍ଷା, ସେବାର ମାନ ଓ ଦୁର୍ନୀତିମୁକ୍ତ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରି ଏସ୍ବିଆଇ ପ୍ରତି ଥିବା ଗ୍ରାହକଙ୍କ ବିଶ୍ୱାସକୁ ଆଉ ଭାଙ୍ଗିବାକୁ ଦିଆନଯାଉ । ଏହି ଘଟଣାକୁ ନେଇ ଏସ୍ବିଆଇ କର୍ତ୍ତୃପକ୍ଷ ସମସ୍ତ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande