ବାତ୍ୟା ‘ଅର୍ଣ୍ଣବ’ ମୁକାବିଲାରେ ବ୍ରହ୍ମପୁର ମହାନଗର ନିଗମର ରିଲିଫ୍ ଓ ଜଳ ନିଷ୍କାସନ କାର୍ଯ୍ୟ ଜାରି
ଗଂଜାମ, 31 ଅକ୍ଟୋବର (ହି.ସ.) ଲଗାଣ ବର୍ଷା ଓ ପ୍ରବଳ ପବନ ଯୋଗୁଁ ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳରେ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ରିଲିଫ୍ ଓ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ସହରର ଜଳବନ୍ଦୀ ଅଞ୍ଚଳ ଯ
Qeryyui


ଗଂଜାମ, 31 ଅକ୍ଟୋବର (ହି.ସ.) ଲଗାଣ ବର୍ଷା ଓ ପ୍ରବଳ ପବନ ଯୋଗୁଁ ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳରେ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ରିଲିଫ୍ ଓ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ସହରର ଜଳବନ୍ଦୀ ଅଞ୍ଚଳ ଯଥା ଜଳେଶ୍ୱର ବିହାର, ବ୍ରହ୍ମାପଲ୍ଲୀ, ବୈଷ୍ଣବ ନଗର, ପୂର୍ଣ୍ଣବାସୀ କଲୋନୀ, ନୀଳାଞ୍ଚଳ ନଗର ଆଦି ବିଭିନ୍ନ ସ୍ଥାନରେ ପ୍ରାୟ ୭୦୦ଟି ପରିବାରକୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମରେ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଡେପୁଟି ମେୟର ଶ୍ରୀ ଇ. ବିବେକ ରେଡ୍ଡୀ, ଆୟୁକ୍ତ ଶ୍ରୀମତୀ ଏ. ସସ୍ୟ ରେଡ୍ଡୀ ଏବଂ ମହାନଗର ନିଗମର ଅଧିକାରୀମାନେ ଯୋଗଦେଇ ଜନସାଧାରଣଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରିଛନ୍ତି। ପର୍ଯ୍ୟାୟକ୍ରମେ ଅନ୍ୟ ଅଞ୍ଚଳରେ ମଧ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ କରାଯିବବୋଲି ନିଗମ ପକ୍ଷରୁ କୁହାଯାଇଛି।

ସେହିପରି ପ୍ରବଳ ବର୍ଷା ଓ ପବନ ଯୋଗୁଁ ଜାତୀୟ ରାଜପଥର ହଳଦିଆପଦରଠାରୁ ଗୋଳନ୍ଥରା ରାସ୍ତାରେ ଅଟକି ରହିଥିବା ଟ୍ରକ୍ ଚାଳକମାନଙ୍କୁ ମଧ୍ୟ ନିଗମ ପକ୍ଷରୁ ସହାୟତା ପ୍ରଦାନ କରାଯାଇଥିଲା। ସେଠାରେ ଅଟକି ରହିଥିବା ଟ୍ରକ୍ ଚାଳକମାନଙ୍କୁ ପ୍ରାୟ ୧୦୦ଟି ରନ୍ଧା ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରାଯାଇଥିଲା।

ସହରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ସମାଧାନ ନିମନ୍ତେ ନିଗମ ପକ୍ଷରୁ ସେସ୍ପୁଲ୍ ଗାଡ଼ି ଏବଂ ପମ୍ପ ନିୟୋଜିତ କରାଯାଇ ଜଳ ନିଷ୍କାସନ କାର୍ଯ୍ୟ କରାଯାଇଥିଲା। ରଘୁପତି ନଗର, ଶାନ୍ତି ନଗର, ଗଜପତି ନଗର, ଚଣ୍ଡୀମନ୍ଦିର ସାହି, ଅନ୍ଧପସରା ରୋଡ୍, ବ୍ରହ୍ମା ନଗର, ବ୍ରଜ ନଗର, ଖୋଡ଼ାସିଂହୀରୁ ଆମ୍ବପୁଆ ରାସ୍ତା ଏବଂ ଧୋବାବନ୍ଧ ହୁଡ଼ା ଆଦି ଅଞ୍ଚଳରେ ନିରନ୍ତର ଭାବେ ଜଳ ନିଷ୍କାସନ କରାଯାଇଥିଲା। ଫଳରେ ରାସ୍ତା ଓ ଘରଗୁଡ଼ିକରେ ଜମି ରହିଥିବା ବର୍ଷାଜଳ ନିଷ୍କାସନ କରି ଯାତାୟାତକୁ ସ୍ୱାଭାବିକ କରିବା ଦିଗରେ ପଦକ୍ଷେପ ନିଆଯାଇଥିଲା।ସେହିପରି ପ୍ରବଳ ବର୍ଷା ଓ ପବନ ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହ ବିପଦପୂର୍ଣ୍ଣ ଭାବେ ଡାଳଗୁଡ଼ିକ ଝୁଲି ରହିଥିଲା। ଓଡ୍ରାଫ୍ ଟିମ୍, ଟିପିଏସ୍ଓଡିଏଲ୍ ଏବଂ ବ୍ରହ୍ମପୁର ମହାନଗର ନିଗମର ବିଦ୍ୟୁତ୍ ବିଭାଗର ସହଯୋଗରେ ବିଜୟ ବିହାର, ଖୋଡ଼ାସିଂହୀ, ବାସୁଦେବ ନଗର ଆଦି ଅଞ୍ଚଳରେ ରାସ୍ତା ଉପରେ ପଡ଼ିଥିବା ଗଛ ଓ ବିପଦପୂର୍ଣ୍ଣ ଡାଳଗୁଡ଼ିକୁ ତ୍ୱରିତ କାଟି ସଫା କରାଯାଇଥିଲା। ଫଳରେ ରାସ୍ତାରେ ଯାତାୟାତକୁ ସ୍ୱାଭାବିକ କରିବା ସହ ଜନସାଧାରଣଙ୍କ ସୁରକ୍ଷା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିଲା।

ଏଥିସହ ବିଜୟ ବିହାର ଅଞ୍ଚଳର ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବ୍ରହ୍ମପୁର ମହାନଗର ନିଗମର ମେଡିକାଲ୍ ଟିମ୍ ପକ୍ଷରୁ ଉଦ୍ଧାର କରାଯାଇ ଆବଶ୍ୟକୀୟ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ନିଆଯାଇଥିଲା। ବିପର୍ଯ୍ୟୟ ସମୟରେ ଅସହାୟ ଓ ବିପଦସଂକୁଳ ଅବସ୍ଥାରେ ଥିବା ଲୋକଙ୍କୁ ତ୍ୱରିତ ସହାୟତା ପ୍ରଦାନ କରିବା ଉପରେ ନିଗମ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଉଛି।

ଅନ୍ୟପକ୍ଷରେ ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା ପ୍ରଭାବିତ ଲୋକଙ୍କ ନିମନ୍ତେ ସହରର ୧୨ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରାୟ ୯୦୦ ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆୟୁକ୍ତ ଶ୍ରୀମତୀ ଏ. ସସ୍ୟ ରେଡ୍ଡୀଙ୍କ ତତ୍ତ୍ୱାବଧାନରେ ନିଗମର ଅଧିକାରୀ ଓ କର୍ମଚାରୀମାନଙ୍କ ସକ୍ରିୟ ସହଯୋଗରେ ପରିଚାଳିତ ହୋଇଥିଲା। ଆଶ୍ରୟସ୍ଥଳୀଗୁଡ଼ିକରେ ରହୁଥିବା ପ୍ରଭାବିତ ଲୋକଙ୍କ ଖାଦ୍ୟପେୟ ଓ ଆବଶ୍ୟକୀୟ ସୁବିଧା ସୁଯୋଗ ପ୍ରତି ନିଗମ ପକ୍ଷରୁ ଯତ୍ନ ନିଆଯାଉଛି।

ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ରାସ୍ତା, ଡ୍ରେନ୍ ଓ ଅନ୍ୟାନ୍ୟ ନାଗରିକ ସୁବିଧାର ହୋଇଥିବା କ୍ଷୟକ୍ଷତି ଆକଳନ କରିବାକୁ ଆୟୁକ୍ତ ଶ୍ରୀମତୀ ଏ. ସସ୍ୟ ରେଡ୍ଡୀ ଇଞ୍ଜିନିୟରିଂ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଯଥାଶୀଘ୍ର କ୍ଷୟକ୍ଷତିର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହା ଆଧାରରେ ସହରର ନାଗରିକ ଭିତ୍ତିଭୂମିର ପୁନରୁଦ୍ଧାର ଓ ଆବଶ୍ୟକୀୟ ମରାମତି ନିମନ୍ତେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande