ଜୟପୁର, ବୋରିଗୁମ୍ମା, ନବରଙ୍ଗପୁର ନୂତନ ରେଳ ପ୍ରକଳ୍ପ ପାଇଁ ଶେଷ ପର୍ଯ୍ୟାୟରେ ଜମି ହସ୍ତାନ୍ତର
ଜୟପୁର, ୩୧ ଅକ୍ଟୋବର (ହି.ସ.) - ଜୟପୁର, ବୋରିଗୁମ୍ମା, ନବରଙ୍ଗପୁର ନୂତନ ରେଳ ପ୍ରକଳ୍ପ ପାଇଁ ଜମି ହସ୍ତାନ୍ତର ଆଜି ଶେଷ ପର୍ଯ୍ୟାୟରେ। ପୂର୍ବରୁ ତହସିଲ ପକ୍ଷରୁ ରେଲୱେ ବିଭାଗ କୁ ଚାରୋଟି ପର୍ଯ୍ୟାୟରେ ବୋରିଗୁମ୍ମା ତହସିଲ ଅନ୍ତର୍ଗତ ୧୩ ଗୋଟି ଗ୍ରାମର ଜମି ରେଲୱେ କୁ ହସ୍ତାନ୍ତର କରାଯାଇଥିଲା। ଆଜି ବ
ଜୟପୁର,ବୋରିଗୁମ୍ମା, ନବରଙ୍ଗପୁର ନୂତନ ରେଳ ପ୍ରକଳ୍ପ ପାଇଁ ଶେଷ ପର୍ଯ୍ୟାୟରେ ଜମି ହସ୍ତାନ୍ତର


ଜୟପୁର, ୩୧ ଅକ୍ଟୋବର (ହି.ସ.) - ଜୟପୁର, ବୋରିଗୁମ୍ମା, ନବରଙ୍ଗପୁର ନୂତନ ରେଳ ପ୍ରକଳ୍ପ ପାଇଁ ଜମି ହସ୍ତାନ୍ତର ଆଜି ଶେଷ ପର୍ଯ୍ୟାୟରେ। ପୂର୍ବରୁ ତହସିଲ ପକ୍ଷରୁ ରେଲୱେ ବିଭାଗ କୁ ଚାରୋଟି ପର୍ଯ୍ୟାୟରେ ବୋରିଗୁମ୍ମା ତହସିଲ ଅନ୍ତର୍ଗତ ୧୩ ଗୋଟି ଗ୍ରାମର ଜମି ରେଲୱେ କୁ ହସ୍ତାନ୍ତର କରାଯାଇଥିଲା। ଆଜି ବୋରିଗୁମ୍ମା ମୌଜାର ପୁରୁଣା ବୋରିଗୁମ୍ମା ରେ ଥିବା ୬୮ ଏକର ଜମି ବୋରିଗୁମ୍ମା ତହସିଲଦାର ସଭନ କୁମାର ବେହେରା ରେଲୱେ ବିଭାଗ କୁ ହସ୍ତାନ୍ତର କରିଥିଲେ। ବୋରିଗୁମ୍ମା ତହସିଲ ଅନ୍ତର୍ଗତ ମୋଟ ୩୨୨ ଏକର ଜମି ରେଲୱେ ବିଭାଗ କୁ ହସ୍ତାନ୍ତର କରାଯାଇଛି ବୋଲି କହିଛନ୍ତି ତହସିଲଦାର ସଭନ କୁମାର ବେହେରା।ଜମି ହସ୍ତାନ୍ତର କାର୍ଯ୍ୟକ୍ରମ ଶେଷ ହୋଇଛି ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି କିଛି ଦିନ ମଧ୍ୟରେ ନୂତନ ରେଲୱେ ସଂଯୋଗୀକରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ରେଲୱେ ବିଭାଗ ଅଧିକାରୀ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande